Advertisment

ସାଙ୍କେତିକ ଭାଷା ଦିବସ: ଗୋଟିଏ ସଙ୍କେତ ବଖାଣେ କୋଟିଏ ଶବ୍ଦ

ପାଞ୍ଚ ପଦ କଥାକୁ ଗୋଟିଏ ସଙ୍କେତ ସୂଚାଇ ଦିଏ। ଆଉ ଏହି ସଙ୍କେତ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଗୁରୁତ୍ୱକୁ ବିଚାର କରି ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ୱର 23କୁ ଅନ୍ତର୍ଜାତୀୟ ସାଙ୍କେତିକ ଦିବସ ରୂପେ ପାଳନ କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
International Day of Sign Languages

International Day of Sign Languages

ଆମେ ଜାଣିଛେ ଭାବ ପ୍ରକାଶ ପାଇଁ ଶବ୍ଦଠୁ ସଙ୍କେତ କେତେ ମହତ୍ତ୍ୱପୂର୍ଣ୍ଣ। ପାଞ୍ଚ ପଦ କଥାକୁ ଗୋଟିଏ ସଙ୍କେତ ସୂଚାଇ ଦିଏ। ଆଉ ଏହି ସଙ୍କେତ ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଗୁରୁତ୍ୱକୁ ବିଚାର କରି ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ସେପ୍ଟେମ୍ୱର 23କୁ ଅନ୍ତର୍ଜାତୀୟ ସାଙ୍କେତିକ ଦିବସ ରୂପେ ପାଳନ କରାଯାଉଛି। 

Advertisment

ତେବେ ଏହି ଦିବସ କାହିଁକି ପାଳନ କରାଯାଏ, ଏହାର ଉଦ୍ଦେଶ୍ୟ କଣ ଏବଂ କେବେଠାରୁ ଏହିପରି ଦିବସ ପାଳନ କରାଯାଉଛି, ଜାଣନ୍ତୁ...

ସାଙ୍କେତିକ ଭାଷା କ'ଣ?
ଶରୀରର କିଛି ଅଙ୍ଗଭଙ୍ଗୀ, ଯାହା କିଛି ଭାଷା ବା ଶବ୍ଦକୁ ସୂଚାଏ ତାହାକୁ ସାଙ୍କେତିକ ଭାଷା କୁରାଯାଏ। ସରଳ ଭାଷାରେ କହିବାକୁ ଗଲେ ଅଙ୍ଗଭଙ୍ଗୀ ମାଧ୍ୟମରେ ଆମେ ଯେଉଁ ଯୋଗାଯୋଗ କରୁ, ତାହା ସାଙ୍କେତିକ ଭାଷା। ଯେଉଁମାନେ କଥାବାର୍ତ୍ତା କରିପାରନ୍ତି ନାହିଁ କିମ୍ବା ଶୁଣିପାରନ୍ତି ନାହାଁ ସେମାନଙ୍କ ପାଇଁ ସାଙ୍କେତିକ ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

Advertisment

ଅନ୍ତର୍ଜାତୀୟ ସାଙ୍କେତିକ ଭାଷାର ଇତିହାସ
ସେପ୍ଟେମ୍ବର 23, 2018ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଉପରେ ଏକ ଦିବସ ପାଳନ ପାଇଁ ଘୋଷଣା କରିଥିଲା। 2018ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରାଯାଇଥିଲା। ବଧିର ଲୋକଙ୍କ ବିକାଶ ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।

ଅନ୍ତର୍ଜାତୀୟ ସାଙ୍କେତିକ ଭାଷାର ଉଦ୍ଦେଶ୍ୟ
ଲୋକମାନେ ସାଙ୍କେତିକ ଭାଷା ବିଷୟରେ ସଚେତନ ହେବା ଉଚିତ ଏବଂ ଏହାର ଗୁରୁତ୍ୱକୁ ମଧ୍ୟ ବୁଝିବା ଉଚିତ୍। ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ 23 ସେପ୍ଟେମ୍ବରରେ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ପାଳନ କରାଯାଏ। ଏହି ଦିନ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ। ଏକ ରିପୋର୍ଟ ଅନୁସାରେ, ବିଶ୍ୱରେ 7 କୋଟିରୁ ଅଧିକ ଲୋକ ବଧିର ବର୍ଗର ଅଛନ୍ତି। ତେଣୁ ସେମାନଙ୍କୁ ପ୍ରୋତ୍ସାହିତ ଏବଂ ଯୋଗଯୋଗାରେ ସହଯୋଗ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। 

ଅନ୍ତର୍ଜାତୀୟ ସାଙ୍କେତିକ ଭାଷାର ବିଷୟବସ୍ତୁ 2023
ପ୍ରତିବର୍ଷ ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଆୟୋଜନ କରାଯାଏ। ଚଳିତ ବର୍ଷ ବିଷୟବସ୍ତୁ ହେଉଛି "A World Where Deaf People Everywhere Can Sign Anywhere" ଅର୍ଥାତ୍ "ଏକ ବିଶ୍ୱ ଯେଉଁଠାରେ ବଧିରମାନେ ଯେକୌଣସି ବ୍ୟକ୍ତିଙ୍କ ସହ, ଯେକୌଣସି ସ୍ଥାନରେ ସଙ୍କେତ ମାଧ୍ୟମରେ ଯୋଗାଯୋଗ କରିପାରିବେ।" 

Sign Language Theme Importance Of Sign Language Sign Language International Day Of Sign Languages