Advertisment

ସେଇଠି ଥିବ ଗଣତନ୍ତ୍ର, ଯେଉଁଠି ନଥିବେ ରାଜା କି ଗୁଲାମ

ଲୋକତନ୍ତ୍ରର ମୂଲ୍ୟବୋଧକୁ ହୃଦୟଙ୍ଗମ କରି ପ୍ରତିବର୍ଷ ଇଣ୍ଟରନ୍ୟାସନାଲ ଡେମୋକ୍ରାସି ଡେ ପାଳନ କରାଯାଉଛି। ତେବେ, କେବେଠାରୁ ଓ ଏହି ଦିବସ କେଉଁ ଉଦ୍ଦେଶ୍ୟରେ ପାଳନ କରାଯାଉଛି ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଡେମୋକ୍ରାସି ବା ଲୋକତନ୍ତ୍ର ଅଥବା ଗଣତନ୍ତ୍ରର ଅର୍ଥ ନାଗରିକଙ୍କ ସ୍ୱାଧୀନତା। ଯେଉଁ ରାଷ୍ଟ୍ରରେ ନାଗରିକଙ୍କର ନିଷ୍ପତ୍ତି ନେବାର ଅଧିକାର ଥିବ, ପସନ୍ଦର ପ୍ରାର୍ଥୀ ବାଛି ପାରୁଥିବେ, ସେ ରାଷ୍ଟ୍ରକୁ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯିବ। ସରଳ ଭାଷାରେ କହିବାକୁ ଗଲେ, ଗଣତନ୍ତ୍ରର ଅର୍ଥ ହେଉଛି, ଯେଉଁଠି ନା କେହି ରାଜା ଥିବେ ନା କେହି ଗୁଲାମ। ଜନତା ହିଁ ଜନାର୍ଦ୍ଦନ ହୋଇଥିବେ। 

Advertisment

ପ୍ରସିଦ୍ଧ ବିଚାରକ ଆବ୍ରାହମ ଲିଙ୍କନ କହିଥିଲେ, ଡେମୋକ୍ରାସି ଫର୍ ଦ ପିପଲ୍, ବାଇ ଦ ପିପଲ୍, ଅଫ୍ ଦ ପିପଲ୍। ଅର୍ଥାତ୍ ଗଣତନ୍ତ୍ର, ଲୋକମାନଙ୍କ ପାଇଁ, ଲୋକମାନଙ୍କ ଦ୍ୱାରା, ଲୋକମାନଙ୍କର। ଲୋକତନ୍ତ୍ରର ମୂଲ୍ୟବୋଧକୁ ହୃଦୟଙ୍ଗମ କରି ପ୍ରତିବର୍ଷ ଇଣ୍ଟରନ୍ୟାସନାଲ ଡେମୋକ୍ରାସି ଡେ ପାଳନ କରାଯାଉଛି। ତେବେ, କେବେଠାରୁ ଓ କେଉଁ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ଜାଣନ୍ତୁ... 

କେବେ ହୋଇଥିଲା ଗଣତନ୍ତ୍ର ଦିବସ ପାଳନ
ପ୍ରତିବର୍ଷ ୧୫ ସେପ୍ଟେମ୍ବରରେ ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପାଳନ କରାଯାଏ। ଏହି ବିଶେଷ ଦିନ ପାଇଁ ୨୦୦୭ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଲୋକଙ୍କ ଅଧିକାର ଏବଂ ଗଣତନ୍ତ୍ରର ମହତ୍ୱକୁ ମନେ ରଖିବାର ଏକ ସୁଯୋଗ ପ୍ରଦାନ କରେ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ। ଗଣତନ୍ତ୍ରର ଧାରଣା ଏବଂ ବିଚାରକୁ ଗ୍ରହଣ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଜଣେ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷାକୁ ମନେ ରଖିବା ପାଇଁ ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। 

Advertisment

ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସର ଗୁରୁତ୍ୱ
ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ନାଗରିକଙ୍କ ମୌଳିକ ଅଧିକାରକୁ ଗୁରୁତ୍ୱ ଦିଏ। ଯେଉଁ ରାଷ୍ଟ୍ରରେ ଗଣତନ୍ତ୍ର ଶାସନ ଥାଏ ସେଠାରେ ଜନତା ସୁଖରେ ଥିବା ଧରାଯାଏ। ଲୋକଙ୍କ ଉପରେ କୌଣସି ଚାପ କିମ୍ବା ପ୍ରତିବନ୍ଧତା ନଥାଏ। ଜନତା ସେମାନଙ୍କ ବିଚାର ଅନୁସାରେ ନିଷ୍ପତ୍ତି ନେଇ ପାରୁଥିବେ। ପୂରା ବିଶ୍ୱରେ ଗଣତନ୍ତ୍ରର ଆବଶ୍ୟକତାକୁ ପ୍ରୋତ୍ସାହିତ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଏହି ବିଶେଷ ଦିନରେ ଗଣତାନ୍ତ୍ରିକ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ସ୍ଥାନରେ ବିତର୍କ, ଆଲୋଚନା ଏବଂ ସମ୍ମିଳନୀ ପରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।

ଦୁଇ ପ୍ରକାରର ଗଣତନ୍ତ୍ର ପ୍ରଣାଳୀ
ବିଶ୍ୱରେ ଦୁଇ ପ୍ରକାରର ଗଣତନ୍ତ୍ର ପ୍ରଣାଳୀ ରହିଛି। ପ୍ରଥମ ହେଉଛି ସଂସଦୀୟ ପ୍ରଣାଳୀ ଏବଂ ଦ୍ୱିତୀୟଟି ହେଉଛି ରାଷ୍ଟ୍ରପତି ପ୍ରଣାଳୀ। ଦୁଇଟି ପ୍ରଣାଳୀରେ ଜନତାଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ। ଭାରତ, ଅଷ୍ଟ୍ରେଲିଆ, କାନାଡା ଏବଂ ଇଂଲଣ୍ଡରେ ସଂସଦୀୟ ପ୍ରଣାଳୀ ପ୍ରଚଳିତ ହେଉଥିବା ବେଳେ ଆମେରିକା, ଚୀନ୍, ଦକ୍ଷିଣ ଆଫ୍ରିକା ଭଳି ରାଷ୍ଟ୍ରରେ ରାଷ୍ଟ୍ରପତିମୂଳକ ପ୍ରଣାଳୀ ଶାସନ ପ୍ରଚଳିତ।

ପ୍ରକାଶ ଥାଉ କି, ନିକଟରେ ଜି-୨୦ ଶିଖର ସମ୍ମିଳନୀ ରାଷ୍ଟ୍ରମୁଖ୍ୟମାନଙ୍କୁ ଏକ ପୁସ୍ତକ ଉପହାର ଦେଇଛନ୍ତି ଭାରତ ସରକାର। ଯେଉଁ ପୁସ୍ତକର ନାମ 'ଭାରତ: ମଦର ଅଫ୍ ଡେମୋକ୍ରାସି' ରହିଛି। ଏହି ପୁସ୍ତକ ଜରିଆରେ ଭାରତ ଗଣତନ୍ତ୍ରର ଜନନୀ ବୋଲି ବିଶ୍ୱକୁ ଅବଗତ କରି ଦିଆଯାଇଛି। 

Special Day International Democracy Day Democracy