Advertisment

ଅଗଷ୍ଟ ପ୍ରଥମ ରବିବାରରେ କାହିଁକି ପାଳନ ହୁଏ ବନ୍ଧୁତା ଦିବସ?

'ନିର୍ବାସିତର ବିଳାପ'ରେ ମଧୁସୂଦନ ରାଓ ଲେଖି ଦେଲେ, 'କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା'ର ପ୍ରାପତ ଲାଗି ଦେବତା ନର।'

author-image
Debibandita Barick
ଅଦ୍ୟତନ ହୋଇଛି
Friend

Friend

ମାନବ ଜୀବନରେ ଏକ ସୁନ୍ଦର ଉପହାର ହେଉଛି ବନ୍ଧୁ। ଏହି ଉପହାରକୁ ଉପଭୋଗ କରିବା ପାଇଁ ଦେବତା ବି ନର ରୂପ ଧାରଣ କରିଛନ୍ତି। 'ନିର୍ବାସିତର ବିଳାପ'ରେ ମଧୁସୂଦନ ରାଓ ଲେଖିଥିଲେ, 'କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯା'ର ପ୍ରାପତ ଲାଗି ଦେବତା ନର।'

Advertisment

ମର୍ତ୍ତ୍ୟ ମଣ୍ଡଳରେ ବନ୍ଧୁତାର ଏ ଅମୃତକୁ ଆସ୍ୱାଦନ ପାଇଁ ଯେତେବେଳ ଦେବତା ନର ରୂପ ଧାରଣ କରିଛନ୍ତି ଛାର ମଣିଷ ଏଥିରୁ ବାଦ୍ ପଡିବ ବା କିପରି। ପ୍ରତିଟି ବ୍ୟକ୍ତିଙ୍କ ଜୀବନରେ ବନ୍ଧୁଟିଏ ନିଶ୍ଚୟ ଥାଏ, ଆଉ ବନ୍ଧୁ ଆବଶ୍ୟକ ମଧ୍ୟ। ଯାନି-ଯାତ, ସୁଖ-ଦୁଃଖ, ଭଲ-ମନ୍ଦରେ ମଣିଷ ବନ୍ଧୁକୁ ଖୋଜେ। ଜୀବନରେ ବନ୍ଧୁ ଆଉ ବନ୍ଧୁତାକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଏ। 

ବନ୍ଧୁତା ଦିବସ ଇତିହାସ
୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ପ୍ରଥମେ ବନ୍ଧୁତା ଦିବସ ପାଳନର ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇକୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ରୂପେ ପାଳନ କରନ୍ତି। ଏହା ପଛରେ ମଧ୍ୟ ଅନ୍ୟ ଏକ କାହାଣୀ ରହିଛି।

Advertisment

କୁହାଯାଏ ଯେ, ୧୯୩୫ରେ ଆମେରିକା ସରକାର ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରି ଦେଇଥିଲେ। ଆଉ ଏହି ଦିନ ଅଗଷ୍ଟ ପ୍ରଥମ ରବିବାର ଥିଲା। ଏପରି ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିବା ପରେ ଏହି ଦିନକୁ ବନ୍ଧୁତା ଦିବସ ରୂପେ ପାଳନ କରିବାକୁ ଆମେରିକା ସରକାର ଘୋଷଣା କରିଥିଲେ। 

ବନ୍ଧୁତାର ଅନେକ ନିଚ୍ଛକ କାହାଣୀ ସିନେମାରେ ମଧ୍ୟ ସ୍ଥାନ ପାଇଛି। ବନ୍ଧୁତାକୁ ଆଧାର କରି ଅନେକ ଚଳଚ୍ଚିତ୍ର ଓ ସଂଗୀତ ପ୍ରସ୍ତୁତ କରାଯାଇଛି। ୧୯୮୧ ମସିହାରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ୟାରାନା’ର ଗୀତ 'ତେରା ଜୈସା ୟାର କାହାଁ..' ସଙ୍ଗୀତ ଯିଏ ଶୁଣେ ଭାବବିହ୍ୱଳ ହୁଏ।

ସେହିପରି ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ 'ସୋଲେ' ଚଳଚ୍ଚିତ୍ର ସେତେବେଳେ ଚହଳ ସୃଷ୍ଟି କରିଥିଲା। ଆହୁରି ଅନେକ ବଲିଉଡ୍‌ ଫିଲ୍ମ 'ଥ୍ରୀ ଇଡିଏଟ୍', 'ଛିଛୋରା', 'ରଙ୍ଗ ଦେ ବସନ୍ତୀ', 'ଦିଲ୍ ଚାହତା ହେ...' ଇତ୍ୟାଦିରେ ବନ୍ଧୁତାକୁ ପ୍ରଦର୍ଶିତ କରାଯାଇଛି।

Friendship Day International Friendship Day