Advertisment

ବିଶ୍ୱ ପୃଥିବୀ ଦିବସ: ସୁସ୍ଥ ରହିଲେ ପୃଥିବୀ, ତିଷ୍ଠି ରହିବ ମଣିଷ ଜାତି

ସ୍ରଷ୍ଟାଙ୍କ ସୃଷ୍ଟିରେ ପୃଥିବୀ ହେଉଛି ସେହି ସ୍ଥାନ ଯେଉଁଠାରେ ଜୀବ ସତ୍ତା ସମ୍ଭବ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ସ୍ରଷ୍ଟାଙ୍କ ସୃଷ୍ଟିରେ ପୃଥିବୀ ହେଉଛି ସେହି ସ୍ଥାନ ଯେଉଁଠାରେ ଜୀବ ସତ୍ତା ସମ୍ଭବ। ପଶୁ-ପକ୍ଷୀ, ଗଛ-ଲତା, ଜୀବ-ଜନ୍ତୁ ସବୁ ଆଶ୍ଚର୍ଯ୍ୟକର ସୃଷ୍ଟି ଏହିଠାରେ ସମ୍ଭବ ହୋଇପାରିଛି, ଯାହା କେବଳ ମନୁଷ୍ୟର ବ୍ୟବହାର କ୍ଷେତ୍ରରେ ଉଦ୍ଦିଷ୍ଟ। କିନ୍ତୁ ଆମେ ଆମର ନିହିତ ସ୍ୱାର୍ଥ ପାଇଁ ପ୍ରକୃତିକୁ ନଷ୍ଟ କରିଚାଲିଛନ୍ତି, ଯାହା ଦ୍ୱାରା ପ୍ରାକୃତିକ ଜୀବଙ୍କୁ କ୍ଷତି ପହଞ୍ଚୁଛି। ତେଣୁ ପୃଥିବୀର ରକ୍ଷା ନିମନ୍ତେ ପ୍ରତିଟି ବ୍ୟକ୍ତିଙ୍କୁ ସଚେନତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଏପ୍ରିଲ ୨୨କୁ ଇଣ୍ଟରନ୍ୟାସନାଲ ମଦର ଆର୍ଥ ଡେ ବା ବିଶ୍ୱ ପୃଥିବୀ ଦିବସ ରୂପେ ପାଳନ କରାଯାଉଛି।

Advertisment

ଗ୍ରୀଷ୍ଣ ପ୍ରବାହ, ବନ୍ୟା, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ସମୟରେ ପୃଥିବୀ ଦିବସ ପାଳନ ବେଶ୍ ଗୁରୁତ୍ୱ ବହନ କରେ। କାରଣ ପ୍ରକୃତିର ଚେତାବନୀ ସତ୍ତ୍ୱେ ଆମେ ଏବେ ବି ସଚେତନ ହୋଇପାରି ନାହାନ୍ତି। ଯଦି ସତର୍କତା ଅବଲମ୍ବନ କରାନଯାଏ, ତେବେ ଆଗକୁ ପୃଥିବୀବାସୀଙ୍କୁ ଯେ ଘୋର ଜଳବାୟୁ ସଙ୍କଟର ସାମ୍ନା କରିବାକୁ ପଡିବ, ତାହା ଏବେଠୁ ଅନୁମେୟ। 

ପୃଥିବୀ ଦିବସ କିପରି ଆରମ୍ଭ ହେଲା?
୧୯୬୯ ମସିହାରେ ୟୁନେସ୍କୋ ସମ୍ମିଳନୀରେ ଶାନ୍ତି କାର୍ଯ୍ୟକର୍ତ୍ତା ଜନ୍ ମ୍ୟାକକୋନେଲ ପୃଥିବୀ ଦିବସ ପାଳନ କରିବାର କଳ୍ପନା କରିଥିଲେ। ପ୍ରାରମ୍ଭରେ, ଏହି ଦିନ ପାଳନ କରିବାର ଉଦ୍ଦେଶ୍ୟ ଥିଲା ପୃଥିବୀକୁ ସମ୍ମାନ ଦେବା। ଯୁକ୍ତରାଷ୍ଟ୍ରରେ ପୃଥିବୀ ଦିବସ ପ୍ରଥମେ ୨୨ ଏପ୍ରିଲ ୧୯୭ରେ ପାଳନ କରାଯାଇଥିଲା। 

Advertisment

୧୯୯ରେ, ଡେନିସ୍ ହାୟସ୍ ଏହି ଦିନକୁ ବିଶ୍ୱବ୍ୟାପୀ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ୧୪୧ ଦେଶ ଅଂଶଗ୍ରହଣ କରିଥିଲେ। ୨୦୧୬ରେ ପୃଥିବୀ ଦିବସ ଜଳବାୟୁ ସୁରକ୍ଷା ଉଦ୍ଦେଶ୍ୟରେ ପାଳନ କରାଯାଇଥିଲା। ସମ୍ପ୍ରତି, ପୃଥିବୀ ଦିବସ ୧୯ଟି ଦେଶରେ ପାଳନ କରାଯାଉଛି।

ବିଶ୍ୱ ପୃଥିବୀ ଦିବସ ୨୦୨୪ ଥିମ୍
ପ୍ରତିବର୍ଷ ବିଶ୍ୱ ପୃଥିବୀ ଦିବସ ଏକ ଥିମ୍ ଆଧାରରେ ପାଳନ କରାଯାଏ। ଚଳିତ ବର୍ଷ ବିଷୟବସ୍ତୁ - 'ପ୍ଲାନେଟ୍ ବନାମ ପ୍ଲାଷ୍ଟିକ୍' ରଖାଯାଇଛି, ଯାହାର ଉଦ୍ଦେଶ୍ୟ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର ବ୍ୟବହାରକୁ ସମାପ୍ତ କରିବା ଏବଂ ଏହାର ବିକଳ୍ପ ଖୋଜିବା ଉପରେ ଗୁରୁତ୍ୱ ଦେବା। 

ପୃଥିବୀ ଦିବସ ପାଳନ କରିବାର କାରଣ 
ପ୍ରଦୂଷଣ ଏବଂ ଏହାର ବିପଦ, ଜଙ୍ଗଲ ନଷ୍ଟ ଇତ୍ୟାଦି ପରିବେଶ ସୁରକ୍ଷା କ୍ଷେତ୍ରରେ ପୃଥିବୀ ଦିବସ ପାଳନ କରାଯାଏ। ଏହି ଅବସରରେ, ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମର ସହାୟତାରେ, ପରିବେଶ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଯାଏ ଏବଂ ପୃଥିବୀକୁ ବଞ୍ଚାଇ ରଖିବା ପାଇଁ ଦାୟିତ୍ୱବାନ ହେବାକୁ ଜନ ଜାଗରଣ ସୃଷ୍ଟି କରାଯାଏ। 

Earth Day International Mother Earth Day