Advertisment

ଅନ୍ତର୍ଜାତୀୟ ମହିଳା ଦିବସ: ଶିକୁଳି ନୁହେଁ, ଝିଅକୁ ସାମାଜିକ କୁପ୍ରଥାରୁ ମୁକୁଳାନ୍ତୁ

୧୯୦୮ରେ ଆମେରିକାରେ ହଜାର ହଜାର ମହିଳା ଆନ୍ଦୋଳରେ ବସିବା ପରେ ସାଧାରଣ ଅଧିକାର ପାଇଥିଲେ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆମ ସମାଜରେ ଅନେକ ପ୍ରଥା, ପରମ୍ପରା ନିୟମ ରହିଛି, ଯାହା ଆଧାରରେ ଝିଅଟିଏ ପାଦରେ ବେଡ଼ି ପଡ଼ିଯାଏ। ଏହି ବେଡ଼ି କେବଳ ଜଣେ ମହିଳାକୁ ନୁହେଁ, ବରଂ ଏକ ପରିବାର ଏକ ଗାଁ, ଏକ ଜିଲ୍ଲା ସର୍ବୋପରି ଏକ ରାଷ୍ଟ୍ରର ବିକାଶ କ୍ଷେତ୍ରରେ ବାଧକ ସାଜେ। ତେଣୁ ମହିଳାଙ୍କୁ ଶିକ୍ଷା, ସମ୍ମାନ ଏବଂ ସମାନ ଅଧିକାର ସହ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବା କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। 

Advertisment

ଏଥିପାଇଁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮କୁ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯଏ। ମହିଳା ଦିବସ ପାଳନ କେବେଠାରୁ ଆରମ୍ଭ ହୋଇଛି ଏବଂ ଏହାର ଆବଶ୍ୟକତା କେତେ, ଜାଣନ୍ତୁ...

ମହିଳା ଦିବସର ଇତିହାସ 
୧୯୦୮ରେ ଆମେରିକାରେ ମହିଳା କର୍ମଚାରୀମାନେ ଏକ ଆନ୍ଦୋଳନ କରିଥିଲେ। ଏହି ଆନ୍ଦୋଳନରେ ପ୍ରାୟ ୧୫ ହଜାର ମହିଳା ଅଂଶଗ୍ରହଣ କରିଥିଲେ। କାର୍ଯ୍ୟ ସମୟ ହ୍ରାସ, ଦରମା ବୃଦ୍ଧି ଏବଂ ଭୋଟ୍ ଦେବାକୁ ଅଧିକାର ଦିଆଯାଉ ଦାବି କରି ନ୍ୟୁୟର୍କର ରାସ୍ତାରେ ଆନ୍ଦୋଳନରେ ବସିଥିଲେ ହଜାର ହଜାର ମହିଳା।

Advertisment

ଏହି ଆନ୍ଦୋଳନର ସ୍ୱର ସରକାରଙ୍କ ନିକଟରେ ପହଞ୍ଚିଥିଲା। ଏହାର ଗୋଟିଏ ବର୍ଷ ପରେ ୧୯୦୯ ମସିହାରେ ଆମେରିକାର ସୋଶାଲିଷ୍ଟ ପାର୍ଟି ମହିଳା ଦିବସ ପାଳନ କରିବାକୁ ଘୋଷଣା କରିଥିଲା।

ମାର୍ଚ୍ଚ ୮ରେ କାହିଁକି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ?
ମାର୍ଚ୍ଚ ୮ରେ ମହିଳା ଦିବସ ପାଳନ କରିବାର ଏକ ବିଶେଷ କାରଣ ରହିଛି। ଆମେରିକାରେ କାର୍ଯ୍ୟରତ ମହିଳାମାନେ ସେମାନଙ୍କ ଅଧିକାର ପାଇଁ ମାର୍ଚ୍ଚ ୮ରେ ଏକ ପଦଯାତ୍ରା କରିଥିଲେ। ଏହା ପରେ ସୋଶାଲିଷ୍ଟ ପାର୍ଟି ଏହି ଦିନ ମହିଳା ଦିବସ ପାଳନ କରିବାକୁ ଘୋଷଣା କରିଥିଲା। ପରେ ୧୯୭୫ରେ ମିଳିତ ଜାତିସଂଘ ଅନ୍ତର୍ଜାତୀୟ ମହିଳା ଦିବସ ପାଳନକୁ ମାନ୍ୟତା ଦେଇଥିଲା। ଜାତିସଂଘର ଅନୁମତି କ୍ରମେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହୋଇ ଆସୁଛି।

ମହିଳା ଦିବସ ପାଳନର ଉଦ୍ଦେଶ୍ୟ
ଆଜି ବି ଆମ ସମାଜରେ ଅନେକ ମହିଳା ଏପରି ଅଛନ୍ତି, ଯେଉଁମାନେ କି ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଅଧିକାର ବାବଦରେ ଅବଗତ ନାହାନ୍ତି। ଏହାର ମୁଖ୍ୟ କାରଣ ହେଉଛି ଶିକ୍ଷାର ଅଭାବ। ଏଥିପାଇଁ ପ୍ରତିଟି ମହିଳାଙ୍କୁ ଶିକ୍ଷିତ କରାଇବା ଏବଂ ସେମାନଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଏହି ଦିବସରେ ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରୀ ସୁବିଧା ଏବଂ ସ୍ୱାସ୍ଥ୍ୟ ସେଚେତନତା ବାର୍ତ୍ତା ଦିଆଯାଏ। 

ମହିଳା ଦିବସର ଥିମ୍
ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରଖାଯାଇଛି, Invest in women: Accelerate Progress ଅର୍ଥାତ୍, ମହିଳାମାନଙ୍କ କ୍ଷେତ୍ରରେ ବିନିଯୋଗ କରନ୍ତୁ: ପ୍ରଗତିକୁ ତ୍ୱରାନ୍ୱିତ କରନ୍ତୁ। 

International Women's Day Women's Day Women's Rights
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe