ଅନ୍ତର୍ଜାତୀୟ ଯୋଗ ଦିବସ: କାହିଁକି ୨୧ ଜୁନରେ ପାଳନ ହୁଏ ଯୋଗ ଦିବସ?

ପୂର୍ବ କାଳରୁ ଋଷି ଓ ସାଧୁମାନେ ଯୁଗ ଯୁଗ ଧରି ଯୋଗର ଉପକାରିତା ବାବଦରେ ବାର୍ତ୍ତା ଦେଇ ଯାଇଛନ୍ତି, ଯାହାକୁ ଏବେ ସମଗ୍ର ବିଶ୍ୱ ଗ୍ରହଣ କରୁଛି।

Representative Image

ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Friday, 21 June 2024
  • Updated: 21 June 2024, 07:43 AM IST

ଯୋଗ ଭାରତୀୟ ଚିକିତ୍ସା କ୍ଷେତ୍ରର ଭିନ୍ନ ଏକ ପରିଚୟ। ପୂର୍ବ କାଳରୁ ଋଷି ଓ ସାଧୁମାନେ ଯୁଗ ଯୁଗ ଧରି ଯୋଗର ଉପକାରିତା ବାବଦରେ ବାର୍ତ୍ତା ଦେଇ ଯାଇଛନ୍ତି, ଯାହାକୁ ଏବେ ସମଗ୍ର ବିଶ୍ୱ ଗ୍ରହଣ କରୁଛି। ସ୍ୱାସ୍ଥ୍ୟ ପ୍ରତି ଯୋଗର ଆବଶ୍ୟକତା ଏବଂ ମହତ୍ୱକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ୍ ଜୁନ୍ ୨୧କୁ ବିଶ୍ୱ ଯୋଗ ଦିବସ ରୂପେ ପାଳନ କରାଯାଉଛି। ତେବେ ଏହି ଦିବସ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ...

କିପରି ଆରମ୍ଭ ହେଲା ଯୋଗ ଦିବସ ପାଳନ?

Also Read

ଅନ୍ତର୍ଜାତୀୟ ସ୍ତରରେ ଯୋଗ ଦିବସ ପାଳନ କରିବାର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ଦିଆଯାଏ। ୨୭ ସେପ୍ଟେମ୍ବର ୨୦୧୪ରେ, ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦିବସ ପାଳନ କରିବାକୁ ବିଶ୍ୱର ସମସ୍ତ ଦେଶକୁ ଆହ୍ୱାନ କରିଥିଲେ। 

ମିଳିତ ଜାତିସଂଘର ସାଧାରଣ ସଭା ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରି ତିନି ମାସ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସର ସଂଗଠନ ଘୋଷଣା କରିଥିଲା। ଏହା ପରେ ୨୧ ଜୁନ୍ ୨୦୧୫ରେ ଅନ୍ତର୍ଜାତୀୟ ଯୋଗ ଦିବସ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ଏବଂ ତା ପରଠାରୁ ପ୍ରତିବର୍ଷ ଏହି ଦିବସ ପାଳନ ହୋଇ ଆସୁଛି।

ଯୋଗ ଦିବସ ଥିମ୍
ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଯୋଗ ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ରହିଛି- 'ନିଜ ପାଇଁ ଓ ସମାଜ ପାଇଁ ଯୋଗ'(Yoga for Self and Society)।  

ଯୋଗ ଦିବସର ଉଦ୍ଦେଶ୍ୟ
ଚଳିତ ବର୍ଷ ସମଗ୍ର ବିଶ୍ୱରେ ଦଶମ ଯୋଗ ଦିବସ ପାଳନ ହେବାକୁ ଯାଉଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯୋଗ ମାଧ୍ୟମରେ ଲୋକଙ୍କୁ ଏକ ସୁସ୍ଥ ଏବଂ ଅସ୍ୱାସ୍ଥ୍ୟକର ଜୀବନ ବିଷୟରେ ଅବଗତ କରାଇବା।

୨୧ ଜୁନରେ ପାଳନ କରିବାର ଉଦ୍ଦେଶ୍ୟ?
ଯୋଗ ଦିବସର ତାରିଖ ସ୍ଥିର କରିବା ପଛରେ ଏକ ବିଶେଷ କାରଣ ରହିଛି। ବାସ୍ତବରେ, ଜୁନ୍ ୨୧କୁ ବର୍ଷର ସବୁଠାରୁ ଲମ୍ବା ଦିନ ଭାବରେ ବିବେଚନା କରାଯାଏ। ଏହାକୁ ଗ୍ରୀଷ୍ମ ସଂକ୍ରାନ୍ତି ମଧ୍ୟ କୁହାଯାଏ। ଏହା ପରେ ସୂର୍ଯ୍ୟ ଧୀରେ ଧୀରେ ଦକ୍ଷିଣାୟନ ଗତି କରନ୍ତି। ଯୋଗ ଏବଂ ଆଧ୍ୟାତ୍ମିକତା ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତ ସରକାର ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story