Advertisment

International Youth Day: ଏକ ରାଷ୍ଟ୍ରର ଅମୂଲ୍ୟ ଉତ୍ସ ଯୁବା ଶକ୍ତି

ଯଦି ଯୁବ ଗୋଷ୍ଠୀ ଶକ୍ତିଶାଳୀ ହୁଏ, ନୀତିନିଷ୍ଠ ଆଉ କର୍ମ ପରାୟଣ ହୁଏ ତେବେ ନିଶ୍ଚିତ ରୂପେ ଏକ ସୁସ୍ଥ ସମାଜ ଗଢି ଉଠିବ। ଏଥିପାଇଁ ପ୍ରତିବର୍ଷ ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଟରନ୍ୟାସନାଲ୍ ୟୁଥ୍ ଡେ' ପାଳନ କରାଯାଉଛି।

author-image
Debibandita Barick
ଅଦ୍ୟତନ ହୋଇଛି
International Youth Day

International Youth Day

ଯୁବା ହେଉଛନ୍ତି ଏକ ରାଷ୍ଟ୍ରର ଅମୂଲ୍ୟ ଉତ୍ସ। ଆଉ ଏହି ଯୁବାଙ୍କର ରାଷ୍ଟ୍ର ଭବିଷ୍ୟତର ଗତି ବଦଳାଇବାର ଶକ୍ତି ମଧ୍ୟ ଅଛି। ବିଶ୍ୱ ତଥା ଦେଶର ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଅଗ୍ରଗତି କ୍ଷେତ୍ରରେ ଯୁବକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ଯଦି ଯୁବ ଗୋଷ୍ଠୀ ଶକ୍ତିଶାଳୀ ହୁଏ, ନୀତିନିଷ୍ଠ ଆଉ କର୍ମ ପରାୟଣ ହୁଏ ତେବେ ନିଶ୍ଚିତ ରୂପେ ଏକ ସୁସ୍ଥ ସମାଜ ଗଢି ଉଠିବ। ଏଥିପାଇଁ ପ୍ରତିବର୍ଷ ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଟରନ୍ୟାସନାଲ୍ ୟୁଥ୍ ଡେ' ପାଳନ କରାଯାଉଛି। 

Advertisment

କୁହାଯାଏ ଆଜିର ଶିଶୁ, ଆସନ୍ତାକାଲିର ଭବିଷ୍ୟତ। ଏହି ଶିଶୁ ଯୁବାବସ୍ଥାରେ ଭବିଷ୍ୟତ ପାଇଁ ପୁଞ୍ଜି ଯୋଗାଏ। ସେମାନଙ୍କ ମଧ୍ୟରେ ସମାଜକୁ ପରିବର୍ତ୍ତନ କରିବା, ଆଦର୍ଶକୁ ନେଇ ଆଗକୁ ବଢିବା ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକ ଅନ୍ତର୍ନିହିତ କ୍ଷମତା ରହିଛି। ଯୁବ ଗୋଷ୍ଠୀଙ୍କ ଅସରନ୍ତି ଶକ୍ତି, ତୀକ୍ଷ୍ଣ ଦୃଷ୍ଟିକୋଣ ଏବଂ ଅଦମ୍ୟ ଉତ୍ସାହ ଏକ ରାଷ୍ଟ୍ରର ଭାଗ୍ୟ ବଦଳାଇପାରିବ। ଜଳବାୟୁ ପରିବର୍ତ୍ତନ ଏବଂ ବୈଷୟିକ ବ୍ୟାଘାତଠାରୁ ଆରମ୍ଭ କରି ସାମାଜିକ ଅସମାନତା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଙ୍କଟ ପର୍ଯ୍ୟନ୍ତ ବହୁ ଜଟିଳ ଆହ୍ୱାନର ଯୁବକଙ୍କ ଭୂମିକା ନିର୍ଭର କରେ। 

ଅନ୍ତର୍ଜାତୀୟ ଯୁବା ଦିବସର ଇତିହାସ
୧୯୯୮ରେ ବିଶ୍ୱସ୍ତରରେ ଯୁବା ଦିବସ ପାଳନ କରିବାକୁ ବିଶ୍ୱ ସମ୍ମିଳନୀକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇଥିବା ସଦସ୍ୟମାନେ ଯୁବକମାନଙ୍କ ପାଇଁ ଏକ ଦିନ ଉତ୍ସର୍ଗ କରିବା ପାଇଁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ବର୍ଷ ୧୯୯୯ରେ ମିଳିତ ଜାତିସଂଘର ମହାସଭା ଅନ୍ତର୍ଜାତୀୟ ଯୁବା ଦିବସ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ମିଳିତ ଜାତିସଂଘ ଏହି ଦିନକୁ ୧୭ ଡିସେମ୍ବର ୧୯୯୯ରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ୧୨ ଅଗଷ୍ଟ ୨୦୦୦ରୁ ଅନ୍ତର୍ଜାତୀୟ ସ୍ତରରେ ଯୁବା ଦିବସ ପାଳନ କରାଗଲା।

Advertisment

୨୦୧୩ରେ, YOUTHINK ଏକ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ ଆୟୋଜନ କରିଥିଲା, ​​ଯେଉଁଥିରେ ବହୁ ନାମି ଦାମୀ ବକ୍ତା ଯୋଗଦେବା ସହ ପୁରସ୍କାର ବିତରଣର କାର୍ଯ୍ୟକ୍ରମ ହୋଇଥିଲା। ପ୍ରତିବର୍ଷ ଏକ ବିଷୟବସ୍ତୁ ଆଧାରରେ ଏହି ଦିବସ ପାଳନ କରାଯାଏ। ଆମ ଦେଶରେ ମଧ୍ୟ ଯୁବାଙ୍କୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ। ବିଭିନ୍ନ ଟ୍ରେନିଂ ସେଣ୍ଟର୍ ଏବଂ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ରାଷ୍ଟ୍ର ଉନ୍ନତି କ୍ଷେତ୍ରରେ ଯୁବାଙ୍କ ସାଥ୍ ଏହି ଦିବସ ପାଳନ ପଛର ମୁଖ୍ୟ ଉଦ୍ଦେଶ୍ୟ। 

International Youth Day Special Day August !2th Special Day