Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ

ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ପୁରୀରୁ ଆସିଥିଲେ ପ୍ରତିନିଧି ମଣ୍ଡଳୀ। ଆକର୍ଷଣୀୟ ଝୋଟି ଓ ଚିତା ସାଙ୍ଗକୁ ପାରମ୍ପରିକ ନୃତ୍ୟସଂଗୀତ ମାଧ୍ୟମରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ସେବକମାନେ ଶ୍ରୀମନ୍ଦିର ସେବାୟତଙ୍କୁ ମହାପ୍ରଭୁଙ୍କ ଗର୍ଭଗୃହକୁ ପାଛୋଟି ନେଇଥିଲେ।

Puri

Puri

Advertisment

ମହାପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ସହ ଆରମ୍ଭ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଦେବ ନିମନ୍ତ୍ରଣ ପର୍ବ। ଏଥିସହ ଲୋକାର୍ପଣ ଉତ୍ସବକୁ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଆଜି ନିମନ୍ତ୍ରଣ କରାଯାଇଛି। ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଗୋଟିଏ ପଟେ ଭବ୍ୟ ଆୟୋଜନ ଚାଲିଥିଲା ବେଳେ ଅନ୍ୟପଟେ ବଡ଼ଦାଣ୍ଡରେ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି।

Advertisment

ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପାଇଁ ପୁରୀରୁ ଆସିଥିଲେ ପ୍ରତିନିଧି ମଣ୍ଡଳୀ। ଆକର୍ଷଣୀୟ ଝୋଟି ଓ ଚିତା ସାଙ୍ଗକୁ ପାରମ୍ପରିକ ନୃତ୍ୟସଂଗୀତ ମାଧ୍ୟମରେ ସେମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଲିଙ୍ଗରାଜ ମନ୍ଦିର ସେବକମାନେ ଶ୍ରୀମନ୍ଦିର ସେବାୟତଙ୍କୁ ମହାପ୍ରଭୁଙ୍କ ଗର୍ଭଗୃହକୁ ପାଛୋଟି ନେଇଥିଲେ। ଆଉ ସେଠି ପ୍ରତିନିଧିମଣ୍ଡଳୀ ସାଙ୍ଗରେ ଆଣିଥିବା ଗୁଆ, ନଡ଼ିଆ, ପାନ, ମାହାର୍ଦ୍ଦ ଓ ନିମନ୍ତ୍ରଣ ପତ୍ର ଦେଇ କୁତାଞ୍ଜଳୀ ପୁଟରେ ପରିକ୍ରମା ପ୍ରକଳ୍ପ ଉତ୍ସବରେ ଅତିଥି ହେବାକୁ ନିମନ୍ତ୍ରଣ ଦେଇଥିଲେ।

ଲିଙ୍ଗରାଜଙ୍କୁ ନିମନ୍ତ୍ରଣ ପରେ ଦେଶର ବିଭିନ୍ନ ପ୍ରମୁଖ ମନ୍ଦିର, ଧାମ ଓ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ପୀଠକୁ ଯାତ୍ରା କରିଥିଲେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ସ୍ଥିରୀକୃତ ଟିମ। ମୋଟ ୩୦ଟି ଟିମ ମଧ୍ୟରୁ ୧୩ଟି ଓଡ଼ିଶା ଭିତରେ ଓ ୧୭ଟି ଓଡ଼ିଶା ବାହାରେ ବିଭିନ୍ନ ଦେବସ୍ଥାନ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଯାଇ ନିମନ୍ତ୍ରଣ ଦେବେ। ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅକ୍ଷତ ଚାଉଳ ଓ ଗୁଆ ପ୍ରଦାନ କରିଥିଲେ। ଆଜି ସକାଳେ ପୁରୀରୁ ବାବାହାରିଥିବା ନିମନ୍ତ୍ରଣକାରୀ ଟିମ୍‌କୁ ନାମ ସଂକୀର୍ତ୍ତନ ଓ ଶଙ୍ଖ ବଜାଇ ବିଦାୟ ଦେଇଥିଲେ ପୁରୀବାସୀ ଏବଂ ଜଗନ୍ନାଥ ଭକ୍ତ।

Advertisment

ଗୋଟିଏ ପଟେ ଆସନ୍ତା ଜାନୁଆରୀ ୧୭ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଭବ୍ୟ ଆୟୋଜନ ଚାଲିଛି ତ ଅନ୍ୟପଟେ ଶ୍ରୀମନ୍ଦିର ଆଗରେ ଦର୍ଶନ ଆତୁର ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ବଢ଼ି ବଢ଼ି ଚାଲିଛି। କ୍ରିସମାସ୍ ଛୁଟି ଥିବାରୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ସୁଅ ଛୁଟିଛି। ପରିକ୍ରମା ପ୍ରକଳ୍ପ ଆଳରେ ୪ ଦ୍ୱାର ଖୋଲା ଯାଉନଥିବାରୁ ଭକ୍ତ ଅକଥନୀୟ କଷ୍ଟ ଭୋଗୁଥିବା ଅଭିଯୋଗ କରିଛନ୍ତି।

Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe