ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରାକୁ ଇସ୍କନ ବାତିଲ କରିଥିବା ସୂଚନା ମିଳିଛି। ତେବେ ରଥଯାତ୍ରା ଆୟୋଜନ ବାତିଲ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି। କାରଣ, ଏବେ ଏହାର ୱେବସାଇଟରେ ସ୍ନାନଯାତ୍ରା ନେଇ କୌଣସି ସୂଚନା ନଥିଲେ ବି ନଭେମ୍ବର ୯ ତାରିଖରେ ‘ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍- ରଥଯାତ୍ରା’ ନାଁରେ ସକାଳ ସାଢେ ୧୦ଟାରୁ ୪ଟା ଯାଏଁ କାର୍ଯ୍ୟକ୍ରମ ରହିଛି।
Also Read
ନଭେମ୍ବର ୩ରେ ସ୍ନାନ ଯାତ୍ରା ଏବଂ ୯ ତାରିଖରେ ରଥଯାତ୍ରା କରିବାକୁ ଯୋଜନା କରିଥିଲା ଇସ୍କନର ହ୍ୟୁଷ୍ଟନ ଶାଖା। ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ନେଇ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରତିବାଦ କରି ଇସ୍କନକୁ ଚିଠି ଲେଖି ରଥଯାତ୍ରା ବନ୍ଦ କରିବାକୁ କହିଥିଲେ।
ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱୀତିୟା ତିଥିରେ ରଥଯାତ୍ରା ପାଳନ ନେଇ ବିଧି ପରମ୍ପରା ରହିଛି। ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ହିଁ ରଥଯାତ୍ରା କରିବାକୁ କହିଥିଲେ ଗଜପତି। ସେହିଭଳି ଇସ୍କନର ଅଦିନିଆ ରଥଯାତ୍ରାକୁ ସମାଲୋଚନା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ମହତାବଙ୍କ ୧୨୫ତମ ଜୟନ୍ତୀ ପାଳନ ପାଇଁ କେନ୍ଦ୍ର ସରକାର ଗଢ଼ିଲେ କମିଟି: ଅମିତ୍ ଶାହ ଅଧ୍ୟକ୍ଷ, ୨୩ଜଣ ସଦସ୍ୟ
ଆଜି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସ୍ୱର୍ଗତ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ଭାରତ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Events & Festivals
ବାଲିଯାତ୍ରାରେ ବାସି ଖାଦ୍ୟ
ଖାଦ୍ୟରେ ଏମିତି ରଙ୍ଗ ମିଶାଉଛନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
Events & Festivals
ଗୀତ ଅଧାରୁ ଷ୍ଟେଜ୍ ଛାଡ଼ିବାକୁ ଅସୀମାଙ୍କୁ କୁହାଗଲା
ଅଧାରୁ ଗୀତ ବନ୍ଦ ହେବାରୁ ଦର୍ଶକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।
Events & Festivals
ରାଗିଗଲେ ମୁଖ୍ୟମନ୍ତ୍ରୀ
ସିସୋର ଘାଟରେ ଡଙ୍ଗାରେ ବସି ବାଲିଯାତ୍ରା ଦେଖିବାକୁ ଗଡଗଡ଼ିଆ ଘାଟରେ ଓହ୍ଲାଇଥିଲେ ମୁଖ୍ୟମନ୍ତ୍ରୀ।