Advertisment

ୱେବସାଇଟରୁ ଅଦିନିଆ ସ୍ନାନ ଯାତ୍ରା ତଥ୍ୟ ହଟାଇଲା ଇସ୍କନ, ହେଲେ ରଥଯାତ୍ରା ଜିଦିରୁ ଓହରିନି

ନଭେମ୍ବର ୩ରେ ସ୍ନାନ ଯାତ୍ରା ଏବଂ ୯ ତାରିଖରେ ରଥଯାତ୍ରା କରିବାକୁ ଯୋଜନା କରିଥିଲା ଇସ୍କନର ହ୍ୟୁଷ୍ଟନ ଶାଖା। ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ନେଇ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ।

Iskon

Iskon

Advertisment

ଆମେରିକାର ହ୍ୟୁଷ୍ଟନରେ ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରାକୁ ଇସ୍କନ ବାତିଲ କରିଥିବା ସୂଚନା ମିଳିଛି। ତେବେ ରଥଯାତ୍ରା ଆୟୋଜନ ବାତିଲ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି। କାରଣ, ଏବେ ଏହାର ୱେବସାଇଟରେ ସ୍ନାନଯାତ୍ରା ନେଇ କୌଣସି ସୂଚନା ନଥିଲେ ବି ନଭେମ୍ବର ୯ ତାରିଖରେ ‘ଫେଷ୍ଟିଭାଲ୍ ଅଫ୍ ବ୍ଲିସ୍- ରଥଯାତ୍ରା’ ନାଁରେ ସକାଳ ସାଢେ ୧୦ଟାରୁ ୪ଟା ଯାଏଁ କାର୍ଯ୍ୟକ୍ରମ ରହିଛି।

Advertisment

ନଭେମ୍ବର ୩ରେ ସ୍ନାନ ଯାତ୍ରା ଏବଂ ୯ ତାରିଖରେ ରଥଯାତ୍ରା କରିବାକୁ ଯୋଜନା କରିଥିଲା ଇସ୍କନର ହ୍ୟୁଷ୍ଟନ ଶାଖା। ଅଦିନରେ ଇସ୍କନର ରଥଯାତ୍ରା ଆୟୋଜନ ନେଇ ଆପତ୍ତି ଉଠାଇଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରତିବାଦ କରି ଇସ୍କନକୁ ଚିଠି ଲେଖି ରଥଯାତ୍ରା ବନ୍ଦ କରିବାକୁ କହିଥିଲେ।

ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱୀତିୟା ତିଥିରେ ରଥଯାତ୍ରା ପାଳନ ନେଇ ବିଧି ପରମ୍ପରା ରହିଛି। ତେଣୁ ଶ୍ରୀମନ୍ଦିର ପରମ୍ପରା ଅନୁସାରେ ହିଁ ରଥଯାତ୍ରା କରିବାକୁ କହିଥିଲେ ଗଜପତି। ସେହିଭଳି ଇସ୍କନର ଅଦିନିଆ ରଥଯାତ୍ରାକୁ ସମାଲୋଚନା କରିଛନ୍ତି ପୁରୀ ଶଙ୍କରାଚାର୍ଯ୍ୟ।

Advertisment
Iskon Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe