/odisha-reporter/media/post_attachments/uploadimage/library/16_9/16_9_0/Puri_1703256631.jpg)
Puri
ଆସନ୍ତାକାଲି ଅର୍ଥାତ ବୁଧୁବାର ଶ୍ରୀଜିଉଙ୍କ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆସନ୍ତାକାଲି ହେଉଛି ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଟିତ ହେବ। ଏହି ନୀତି ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି।
Advertisment
ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେପଟେ ବର୍ଷ ଆରମ୍ଭରୁ ଜଗତ ନିୟନ୍ତାଙ୍କୁ ଦେଖିବା ପାଇଁ ପୁରୀ ଶ୍ରୀମନ୍ଦିରରେ ଖୁବ୍ ଭିଡ଼ ପରିଳକ୍ଷିତ ହେଉଛି।
ଗତକାଲି ନୁଆବର୍ଷ ଥିବାରୁ ସାଢେ ଚାରି ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଜଗା ଦର୍ଶନ କରି ଫେରିଥିବା ସୂଚନା ମିଳିଛି। ଏହାସହିତ ନୂଆବର୍ଷରୁ ମନ୍ଦିର ପରିଶର ଭିତରକୁ ପଲିଥିନ୍ ଧରି ଓ ପାନ, ଗୁଟ୍ଖା ଖାଇ ପ୍ରବେଶକୁ ବ୍ୟାନ କରାଯାଇଛି। ଭକ୍ତଙ୍କ ପାଇଁ ଥିବା ଶାଳୀନତା ପୋଷାକ ପରିଧାନ ନିୟମକୁ କଡ଼ାକଡ଼ି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
