Advertisment

ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କରାନଯାଉ କହିଲେ ଶଙ୍କରାଚାର୍ଯ୍ୟ

ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ଏହି ଲୋକାର୍ପଣ ଉତ୍ସବକୁ ଭବ୍ୟ ଭାବେ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର।

author-image
Manoranjan Sial
 Swami Nishchalanand Saraswati

Swami Nishchalanand Saraswati

ତୀର୍ଥସ୍ଥଳୀ ଓ ତପସ୍ଥଳୀକୁ ଭୋଗସ୍ଥଳୀ ବା ପର୍ଯ୍ୟଟନସ୍ଥଳୀ କରାନଯାଉ। ଆଜି ଏପରି କହିଛନ୍ତି ପୁରୀ ଗୋବର୍ଦ୍ଧନମଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ନିଶ୍ଚଳାନନ୍ଦ ସରସ୍ୱତୀ। ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବକୁ ନେଇ ହୋଇଥିବା ପ୍ରଶ୍ନରେ ସେ ଏପରି କରିଛନ୍ତି।

Advertisment

ଶଙ୍କରାଚାର୍ଯ୍ୟ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ କରାଯାଇଛି। ମୁଁ ନିମନ୍ତ୍ରଣ ପାଇଛି। କିନ୍ତୁ ଲୋକାର୍ପଣ ଉତ୍ସବରେ ଯୋଗଦେବି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ଥିର କରିନାହିଁ। ଠିକ୍‌ ସମୟରେ ନିଷ୍ପତ୍ତି ନେବି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ଆଗରୁ ରୂପରେଖ ସଂପର୍କରେ ମୁଁ କିଛି ଜାଣିନଥିଲି। ଗଜପତି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମୋତେ ଭେଟି ଜଣାଇବା ପରେ ଜାଣିଲି ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ।

ସେ ଆହୁରି କହିଛନ୍ତି, ତୀର୍ଥସ୍ଥଳୀକୁ ପର୍ଯ୍ୟଟନସ୍ଥଳୀ କଲେ, ହୋଟେଲବାଲା ଖୁସି ହେବେ। ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କଲେ ତୀର୍ଥସ୍ଥଳୀର ମହତ୍ତ୍ୱ ରହିବନି ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି।

Advertisment

ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ। ଏହି ଲୋକାର୍ପଣ ଉତ୍ସବକୁ ଭବ୍ୟ ଭାବେ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରୁଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର। ଦେଶର ବିଭିନ୍ନ ମନ୍ଦିର ଓ ଶକ୍ତି ପୀଠକୁ ନିମନ୍ତ୍ରଣ କରାଯାଉଛି। ଉତ୍ସବରେ ସାମିଲ୍‌ ଦେବା ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହାଛଡ଼ା ରାଜ୍ୟରେ ପ୍ରତି ଗାଁରେ ବୁଲୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ। ଘରୁ ଆଦାୟ ହେଉଛି ଗୁଆ ଓ ଆରୁଆ ଚାଉଳ।

Sri Jagannath Lord Jagannath Puri Shreemandir