Advertisment

ଶ୍ରୀକ୍ଷେତ୍ରରେ ଜାପାନ ପର୍ଯ୍ୟଟକ ପାଳିଲେ ହୋଲି

ଜାପାନୀମାନେ ଦୀର୍ଘ ଦିନ ହେଲା ଶ୍ରୀକ୍ଷେତ୍ରରେ ବସତି ସ୍ଥାପନ କରିଛନ୍ତି। ସେମାନେ ଏକ ପ୍ରକାର ପୁରୀ ବାସିନ୍ଦା ହୋଇଯାଇଛନ୍ତି। ଏହାଛଡ଼ା ଦେଶର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଜାପାନୀମାନେ ହୋଲି ଅବସରରେ ଶ୍ରୀକ୍ଷେତ୍ରରୁ ଆସନ୍ତି।

Holi

Holi

Advertisment

ପୁରୀରେ ବେଶ୍‌ ଜାକଜମକରେ ପାଳନ ହୋଇଛି ରଙ୍ଗର ପର୍ବ ହୋଲି। ଏଥିରେ ସାମିଲ୍‌ ହୋଇଛନ୍ତି ସୁଦୂର ଜାପାନରୁ ଆସିଥିବା ବିଦେଶୀ ପର୍ଯ୍ୟଟକ। ପରସ୍ପରକୁ ରଙ୍ଗ ବୋଳି ହୋଲିକୁ ସେଲିବ୍ରେସନ୍‌ କରିଛନ୍ତି। ପେଣ୍ଠକଟାଠାରେ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍‌ ସେଣ୍ଟର ପକ୍ଷରୁ ଆୟୋଜିତ ହୋଇଥିଲା ଏହି ହୋଲି ଉତ୍ସବ।

Advertisment

ଜାପାନୀମାନେ ଦୀର୍ଘ ଦିନ ହେଲା ଶ୍ରୀକ୍ଷେତ୍ରରେ ବସତି ସ୍ଥାପନ କରିଛନ୍ତି। ସେମାନେ ଏକ ପ୍ରକାର ପୁରୀ ବାସିନ୍ଦା ହୋଇଯାଇଛନ୍ତି। ଏହାଛଡ଼ା ଦେଶର ବିଭିନ୍ନ ପ୍ରାନ୍ତରେ ବାସ କରୁଥିବା ଜାପାନୀମାନେ ହୋଲି ଅବସରରେ ଶ୍ରୀକ୍ଷେତ୍ରରୁ ଆସନ୍ତି। ଆଉ ପରସ୍ପରକୁ ରଙ୍ଗ ମାରି ହୋଲି ଖେଳିଥାଆନ୍ତି। ଏହି ଅବସରରେ ସେମାନେ(ଜାପାନୀ) କହିଛନ୍ତି, ହୋଲି ଏକ ନିଆରା ଉତ୍ସବ। ଏହି ପର୍ବରେ ସାମିଲ୍ ହୋଇଥିବାରୁ ବେଶ୍ ଆନନ୍ଦିତ ଲାଗୁଛି। ଭାରତୀୟ ପରମ୍ପରା ଓ ପର୍ବରେ ସ୍ୱତନ୍ତ୍ରତା ଥିବାରୁ ଏଥିରେ ସାମିଲ ହେବା ବେଶ୍ ଖୁସିର ବିଷୟ ବୋଲି ଜାପାନୀମାନେ କହିଥିଲେ।

ସେପଟେ ଇଣ୍ଡିଆ-ଜାପାନ ଫ୍ରେଣ୍ଡସିପ୍‌ ସେଣ୍ଟରର ସଭାପତି ଶ୍ରୀମନ୍ତ ଦାସ କହିଛନ୍ତି, ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଓଡ଼ିଶାର ପ୍ରମୁଖ ପର୍ବ ରଥଯାତ୍ରା ସମ୍ପର୍କରେ ଜାପାନୀମାନଙ୍କୁ ତାଙ୍କ ଭାଷାରେ ବୁଝାଯାଉଛି। ଯାହାଫଳରେ ସେମାନଙ୍କ ଭିତରେ ଜାଣିବା ପାଇଁ ଆଗ୍ରହ ବୃଦ୍ଧି ପାଉଛି ବୋଲି ଶ୍ରୀ ଦାସ କହିଛନ୍ତି।

Advertisment

ଅନ୍ୟପକ୍ଷରେ ପୁରୀ ସହରରେ ଥିବା ବିଭିନ୍ନ ଅନୁଷ୍ଠାନ ଓ କ୍ଲକ୍‌ ପକ୍ଷରୁ ହୋଲି ଉତ୍ସବକୁ ବେଶ୍ ଧୂମ୍‌ଧାମରେ ପାଳନ କରାଯାଇଛି। ଆଖଣ୍ଡଳମଣି ଯୋଗ ଶିକ୍ଷା କେନ୍ଦ୍ରର ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ପିଠା, ମିଠା ଓ ସରବତ ପ୍ରସ୍ତୁତ କରି ନାଚ ଗୀତରେ ମସଗୁଲ ହୋଇଥିଲେ। ସେହିପରି ଝାଡେଶ୍ୱରୀ କ୍ଲବର ସଦସ୍ୟଙ୍କ ସହ କ୍ରୀଡାବିତମାନେ ଏକାଠି ହୋଇ ହୋଲି ଖେଳର ମଜା ନେବା ସହ ଦହି ହାଣ୍ଡି ଭାଙ୍ଗିଥିଲେ। ଏହି ଅବସରରେ ଖାଦ୍ୟ ପାନୀୟ ଜଳର ମଧ୍ୟ ଆସର ଜମିଥିଲା। ସେହିପରି ସମୁଦ୍ର କୂଳରେ ମଧ୍ୟ ପର୍ଯ୍ୟଟକମାନେ ହୋଲି ଖେଳି ସମୁଦ୍ର ସ୍ନାନର ମଜା ନେଇଥିଲେ। ସମୁଦ୍ରରେ ହଜାର ହଜାର ପର୍ଯ୍ୟଟକଙ୍କ ସ୍ନାନ ଦ୍ୱାରା ସମୁଦ୍ରର ନୀଳ ଜଳରାଶି ହୋଲିର ରଙ୍ଗରେ ରଙ୍ଗୀନ ହୋଇଯାଇଥିଲା।

ତେବେ ଏହି ହୋଲି ଉତ୍ସବରେ ରାଜନେତାମାନେ ସାମିଲ୍‌ ହୋଇଥିଲେ। ବିଜେଡିର ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ବିଜେଡିର ଯୁବ ନେତା ସୁନିଲ ମହାନ୍ତିଙ୍କ ସହ ବହୁ ବରିଷ୍ଠ ନେତା ଓ କର୍ମୀମାନେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ପରସ୍ପର ମଧ୍ୟରେ ରଂଗ ଲଗାଇଥିଲେ।

Puri Shreemandir Puri Holi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe