Advertisment

ଆଜିଠୁ ଯୋରନ୍ଦା ମେଳା; ୨୦ ହଜାର ସାଧୁସନ୍ଥ, ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଯୋରନ୍ଦା ମହିମା ଗାଦି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି ।

author-image
Niharika Rout
ଅଦ୍ୟତନ ହୋଇଛି
Joranda Mela

Joranda Mela

ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା । ଏଥିପାଇଁ ସଜେଇ ହୋଇଛି ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠ। ଯୋରନ୍ଦା ମହିମା ଗାଦି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ମହିମା ଭକ୍ତ ଓ ସାଧୁସନ୍ଥଙ୍କର ଆଗମନ ଆରମ୍ଭ ହୋଇଯାଇଛି ।

Advertisment

ଆଜି ସନ୍ଧ୍ୟା ୫ଟା ୫ ମିନିଟରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦ୍ୱୀପ ପ୍ରଜ୍ୱଳନ କରାଯିବ । ବିଶ୍ୱର ଭକ୍ତଙ୍କ ମଙ୍ଗଳ କାମନା କରି ମହିମା ସନ୍ୟାସୀମାନେ ଝାଡଦୀପ ପ୍ରଜ୍ୱଳନ କରିବେ । ୨ ଦିନ ଧରି ଜଳିବ ଏହି ଝାଡଦୀପ। ଆସନ୍ତା ୨୪ ତାରିଖରେ ଏହି ମେଳା ଉଦ୍‌ଯାପନ ହେବ ।  

ଯୋରନ୍ଦା ମେଳା ପାଇଁ ଓଡ଼ିଶା ସମେତ ଛତିଶଗଡ଼, ଝାଡଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ୨୦ ହଜାରରୁ ଅଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଚଳିତ ବର୍ଷ ଯୋରନ୍ଦା ମେଳାକୁ ୧୫୧ ବର୍ଷ ପୂରିଛି । ମହିମା ଧର୍ମର ରୀତିନୀତି ଅନୁସାରେ ଚଳିତ ବର୍ଷ ୧୫୧ ତମ ପ୍ରଭୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯିବ ।

Advertisment

ପ୍ରତି ବର୍ଷ ମାଘ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀରେ ମାଘ ମେଳା ଅନୁଷ୍ଠିତ ହୋଇଥାଏ। ଏହାର ପାଞ୍ଚ ଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମା ଗାଦିରେ ସନ୍ନ୍ୟାସୀଙ୍କ ସମାବେଶ ହୁଏ । ଚଳିତ ବର୍ଷ ମେଳାକୁ ସୁରୁଖୁରରେ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି, ଯୋରନ୍ଦା ମେଳା ପାଇଁ ସବୁ ପ୍ରକାର ପ୍ରସ୍ତୁତି ସରିଛି। ମେଳା ସ୍ଥଳକୁ ଜଳଯୋଗାଣ କରାଯିବା ସହ ଅଗ୍ନି ନିରାପତ୍ତା ତଥା ମେଡିକାଲ ସୁବିଧା ଯୋଗାଇ ଦେବାକୁ ଚେଷ୍ଟା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ବହୁ ସଂଖ୍ୟାରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛନ୍ତି। ଯୋରନ୍ଦା ମେଳା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁ ଏହି ଅବସରରେ ପଲ୍ଲିଶ୍ରୀ ମେଳା ବି ବୁଲି ପାରିବେ। ଏହି ବିଶ୍ୱ ପ୍ରସିଦ୍ଧ ମେଳାକୁ ବିଗତ ବର୍ଷ ଅପେକ୍ଷା ଅଧିକ ଭଲ କରିବା ପାଇଁ ସବୁ ପ୍ରକାର ଚେଷ୍ଟା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । 

Dhenkanal JORANDA MELA