Advertisment

ଦୁଇଟି ବିବାହ ଓ ଏକାଧିକ ଆଫାୟାର୍ ସତ୍ତ୍ୱେ ଏକାକୀ ଜୀବନ ବିତାଉଛନ୍ତି କମଲ ହାସନ

୬୯ ବର୍ଷରେ ପାଦ ଥାପିଛନ୍ତି ଅଭିନେତା କମଲ ହାସନ।

ଅଦ୍ୟତନ ହୋଇଛି
Kamal Hasan

Kamal Hasan

Advertisment

ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କର ଆଜି ହେଉଛି ଜନ୍ମଦିନ। ସେ ୬୯ ବର୍ଷରେ ପାଦ ଥାପିଛନ୍ତି। ୧୯୬୦ରେ ୬ ବର୍ଷ ବୟସରେ ତାମିଲ ଫିଲ୍ମ ‘କଲାଥୁର କନ୍ନମ୍ମା’ରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ କମଲ। ପରେ ଆଉ କେତୋଟି ଫିଲ୍ମରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ। ୧୯୭୫ରେ ତାମିଲ ଫିଲ୍ମ ‘ଅପୂର୍ବା ରାଙ୍ଗଗଲ’ରେ ପ୍ରଥମେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ କମଲ ହାସନ। ତେବେ ସେ ତାମିଲ ଫିଲ୍ମରେ ସୀମିତ ରହି ନଥିଲେ। ତାମିଲରେ ସର୍ବାଧିକ ଫିଲ୍ମ କରିଥିବା ବେଳେ ମାଲାୟାଲମ, କନ୍ନଡ଼, ତେଲୁଗୁ ଓ ହିନ୍ଦୀ ଫିଲ୍ମରେ କାମ କରି ସାରା ଦେଶରେ ସୁନାମ ଅର୍ଜନ କରିଛନ୍ତି କମଲ ହାସନ। କୋଟି କୋଟି ସିନେ ପ୍ରେମୀଙ୍କ ହୃଦୟରେ ରାଜ୍ କରିଥିବା କମଲ ହାସନ ଜଣେ ଫିଲ୍ମ ନିର୍ମାତା, ସ୍କ୍ରିନ୍‌ ରାଇଟର, ପ୍ରଚ୍ଛଦପଟ୍ଟ ଗାୟକ ଓ ଟେଲିଭିଜନ ଉପସ୍ଥାପକ ମଧ୍ୟ। ରାଜନୀତିରେ ବି ସେ ପାଦ ଥାପିଛନ୍ତି। କିନ୍ତୁ ସେଥିରେ ତାଙ୍କୁ ସଫଳତା ମିଳିନି।   

Advertisment

ଅଭିନୟ ପାଇଁ ସେ ପାଇଛନ୍ତି ଅନେକ ରାଜ୍ୟ ଓ ଜାତୀୟ ସ୍ତରର ପୁରସ୍କାର। ଏହି ତାଲିକାରେ ରହିଛି ୪ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ୯ଟି ତାମିଲନାଡୁ ଚଳଚ୍ଚିତ୍ର ପୁରସ୍କାର, ୪ଟି ନନ୍ଦୀ ପୁରସ୍କାର, ଦୁଇଟି ଫିଲ୍ମ ଫେୟାର ପୁରସ୍କାର ଓ ୧୭ଟି ଦକ୍ଷିଣୀ ଫିଲ୍ମଫେୟାର ପୁରସ୍କାର। ତା’ସହିତ ଭାରତୀୟ ସିନେମା ପ୍ରତି ତାଙ୍କର ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାରରେ ସମ୍ମାନିତ କରିଛନ୍ତି ଭାରତ ସରକାର। 

ବୃତ୍ତିଗତ ଜୀବନର ଈର୍ଷଣୀୟ ସଫଳତାକୁ ନେଇ ଏବେ ସୁଦ୍ଧା ଚର୍ଚ୍ଚାରେ ରହିଆସୁଥିବା କମଲ ହାସନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବହୁ ସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ବୃତ୍ତିଗତ ଜୀବନ ଭଳି ତାଙ୍କର ବ୍ୟକ୍ତିଗତ ଜୀବନଟି ଶୃଙ୍ଖଳିତ ନୁହେଁ। ତାଙ୍କୁ ନେଇ ଅନେକ ଆଫାୟାର ସାମ୍ନାକୁ ଆସିଛି। ସେ ଦୁଇଟି ବିବାହ କରିଛନ୍ତି। କିନ୍ତୁ ଦୁଇଟି ଯାକ ବ୍ୟବଚ୍ଛେଦରେ ଶେଷ ହୋଇଛି। ଆଉ ଏବେ ସେ ଏକାକୀ ଜୀବନ ବିତାଉଛନ୍ତି।   

Advertisment

କମଲଙ୍କ ପ୍ରଥମ ପ୍ରେମ ଅଭିନେତ୍ରୀ ଶ୍ରୀବିଦ୍ୟାଙ୍କ ସହ ହୋଇଥିଲା। ଶ୍ରୀବିଦ୍ୟା ତାମିଲ, ତେଲୁଗୁ, ମାଲୟାଲମ୍ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଶ୍ରୀବିଦ୍ୟା ଏବଂ କମଲ ହାସନଙ୍କ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ। ସେମାନଙ୍କ ସମ୍ପର୍କ ବେଶୀ ଦିନ ରହିନଥିଲା। ପରିବାରର ସମର୍ଥନ ଥାଇ ମଧ୍ୟ କୌଣସି କାରଣରୁ ଉଭୟ ଅଲଗା ହୋଇଥିଲେ।

ଶ୍ରୀବିଦ୍ୟାଙ୍କ ସହିତ ବ୍ରେକଅପ୍ ପରେ କମଲ ହାସନ ୧୯୭୮ ମସିହାରେ ନୃତ୍ୟଶିଳ୍ପୀ ବାଣୀ ଗଣପତିଙ୍କୁ ବିବାହ କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। କିନ୍ତୁ ୧୦ ବର୍ଷ ପରେ ଅର୍ଥାତ୍ ୧୯୮୮ରେ ବାଣୀଙ୍କୁ ଛାଡ଼ପତ୍ର ଦେଇଥିଲେ କମଲ ହାସନ। ଏହାରି ମଧ୍ୟରେ ତାଙ୍କ ଜୀବନରେ ଏଣ୍ଟ୍ରି ମାରିଥିଲେ ଅଭିନେତ୍ରୀ ସାରିକା ଠାକୁର। ସାରିକାଙ୍କ ପ୍ରେମରେ ସବୁ ସୀମାସରହଦ ପାର କରିଦେଇଥିଲେ କମଲ ହାସନ। ନୀଳନୟନା ଅଭିନେତ୍ରୀ ସାରିକାଙ୍କ ପ୍ରେମରେ କମଲ ଏମିତି ଉବୁଟୁବୁ ହୋଇଯାଇଥିଲେ ଯେ ବିବାହ ପୂର୍ବରୁ ତାଙ୍କ ସହ ରହିବାକୁ ଲାଗିଥିଲେ। 

ଏହି ସମୟରେ ସାରିକା ଗର୍ଭବତୀ ହୋଇଥିଲେ ଓ ତାଙ୍କ ବଡ଼ ଝିଅ ଶ୍ରୁତି ହାସନ ୧୯୮୬ରେ ଜନ୍ମ ହୋଇଥିଲେ। ବାଣୀ ଗଣପତିଙ୍କ ସହ ଛାଡ଼ପତ୍ର ପ୍ରକ୍ରିୟା ମଧ୍ୟରେ ଶ୍ରୁତି ହାସନ ଜନ୍ମ ହୋଇଥିଲେ। ଶ୍ରୁତିଙ୍କ ଜନ୍ମର ଦୁଇ ବର୍ଷ ପରେ ୧୯୮୮ ମସିହାରେ ବାଣୀଙ୍କୁ ଛାଡ଼ପତ୍ର ଦେଇ ସାରିକାଙ୍କୁ ବିବାହ କରିଥିଲେ କମଲ। ଏହା ପରେ ତାଙ୍କ ଦ୍ୱିତୀୟ ଝିଅ ଅକ୍ଷରା ଜନ୍ମ ହୋଇଥିଲେ। କିନ୍ତୁ ପରେ ଉଭୟଙ୍କ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। ବିବାହର ୧୬ ବର୍ଷ ପରେ ୨୦୦୪ରେ କମଲ ହାସନ ଓ ସାରିକାଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। 

କମଲ ଓ ସାରିକାଙ୍କ ବିବାହ ଭାଙ୍ଗିବାର କାରଣ ମଧ୍ୟ ଅନ୍ୟ ଜଣେ ନାରୀ। ସାରିକାଙ୍କ ବନ୍ଧୁ ଗୌତମୀଙ୍କ ପାଇଁ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୁଏ। ଖବର ଅନୁଯାୟୀ, ଗୌତମୀଙ୍କୁ କମଲ ୧୩ ବର୍ଷ ଡେଟ କରିଥିଲେ। ଶେଷରେ ଏହି ସମ୍ପର୍କ ବି ରହିନଥିଲା। ଏହା ପରେ ଅଭିନେତା କମଲ ହାସନଙ୍କ ନାମ ତାଙ୍କ ଠାରୁ ୨୨ ବର୍ଷ ସାନ ଅଭିନେତ୍ରୀ ସିମରନ ବଗଗାଙ୍କ ସହ ଯୋଡ଼ା ଯାଇଥିଲା। କିନ୍ତୁ ଏବେ ହାସନ ଏକାକୀ ଜୀବନ ବିତାଉଛନ୍ତି।

Happy Birthday Kamal Haasan Kamal Haasan Birthday Kamal Haasan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe