Advertisment

ବଦଳିବ ୫୦ ବର୍ଷ ପୁରୁଣା ପରମ୍ପରା, ରାବଣ ପୋଡ଼ିବେ କଙ୍ଗନା

ଏଥର ପ୍ରଥମ ଥର ପାଇଁ ଜଣେ ମହିଳା ରାବଣ ଦହନ କରିବେ।

author-image
Madhupriya Mistry
Kangana Ranaut will burn Ravana

Kangana Ranaut will burn Ravana

ବଦଳିବ ୫୦ ବର୍ଷ ପୁରୁଣା ପରମ୍ପରା। ଏଥର ରାବଣ ପୋଡିବେ ବଲିଉଡର କୁଇନ୍‌ କଙ୍ଗନା ରଣାଓ୍ୱତ। ଦିଲ୍ଲୀର ରାମଳୀଳା ମୈଦାନରେ ସେ ଯୋଗ ଦେଇ ରାବଣ ଦହନ କରିବେ। ଏନେଇ ଖୋଦ୍‌ ଅଭିନେତ୍ରୀ କଙ୍ଗନା ସୋଶାଲ ମିଡିଆ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି।

Advertisment

ଇତିହାସ ରଚିବେ କଙ୍ଗନା। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଦଳରେ କଙ୍ଗନା ଦିଲ୍ଲୀ ରାମଳୀଲା ମୈଦାନରେ ରବଣ ଦହନ କରିବେ। ଏଥର ପ୍ରଥମ ଥର ପାଇଁ ଜଣେ ମହିଳା ରାବଣ ଦହନ କରିବେ। ଖବର ଅନୁଯାୟୀ, କଙ୍ଗନା ଆଜି ରାଜଧାନୀ ଦିଲ୍ଲୀର ଦଶହାରା ମହୋତ୍ସବରେ ଯୋଗଦେବେ ଏବଂ ରାବଣ ଦାହରେ ଅଂଶଗ୍ରହଣ କରିବେ।

ପ୍ରତିବର୍ଷ ଦିଲ୍ଲୀରେ ଲବ-କୁଶ ରାମଳୀଲା ମୈଦାନରେ ଏକ ଭବ୍ୟ ରାମଳୀଳାର ଆୟୋଜନ ହୋଇଥାଏ। ଏଥିରେ ଫିଲ୍ମ ସେଲେବ୍ରିଟିମାନେ ଅଂଶଗ୍ରହଣ କରନ୍ତି। ନବରାତ୍ରୀ ପରେ ଦଶହାରା ଦିନ ରାବଣ ଦହନ କରିବା ପରମ୍ପରା ଅଛି, ଯେଉଁଥିରେ ବାଣ ଫୁଟାଇ ରାବଣର ପ୍ରତିମୂର୍ତ୍ତିକୁ ପୋଡି ଦିଆଯାଇଥାଏ। ଏଥର କଙ୍ଗନା ରାଣାୱତ ରାବଣ ଦହନ କରିବାକୁ ଯାଉଛନ୍ତି।

Advertisment

ସାଧାରଣତଃ ଦେଶର ପ୍ରଧାନମନ୍ତ୍ରୀ ଏହି ରାମଳୀଳାରେ ରାବଣ ଦାହାନ କରନ୍ତି, କିନ୍ତୁ ଚଳିତ ବର୍ଷ ବଲିଉଡ ଅଭିନେତ୍ରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନୀ ବ୍ୟସ୍ତତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

PM Modi Kangana Ranaut Ramlila Dussehra 2023