ଗୋଟେ ପାଦ ଏପଟେ ପଡ଼ିଲେ ଆଉ ଗୋଟେ ପାଦ ସେପଟେ ପଡ଼ୁଛି । ବାଡ଼ି ସହାୟତାରେ ଆଗକୁ ବଢ଼ିଚାଲିଛନ୍ତି ଏହି ଦିବ୍ୟାଙ୍ଗ ଯୁବକ। ଚାଲିବାକୁ ଦଣ୍ଡେ ବଳ ପାଉନଥିବା ବେଳେ ମହାଦେବଙ୍କ ଭକ୍ତି ତାଙ୍କୁ ଟାଣି ନେଉଛି । ବାଲେଶ୍ୱର ବୁଢ଼ାବଳଙ୍ଗ ନଦୀ ବାଲି ଘାଟରୁ ପାଣି ଉଠାଇ ପଞ୍ଚଲିଙ୍ଗେଶ୍ୱର ପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦିବ୍ୟାଙ୍ଗ ହେବା ସତ୍ତ୍ୱେ ଏତେ ବାଟ କେମିତି ଯିବେ ପ୍ରଶ୍ନରେ ଗିରିଶ କହିଛନ୍ତି ଭୋଳାବାବା ମୋତେ ଟାଣି ନେଉଛନ୍ତି । ତାଙ୍କରି ଇଚ୍ଛାରେ ଏସବୁ ସମ୍ଭବ ହୋଇ ପାରୁଛି । ଦେଖନ୍ତୁ ପୂରା ରିପୋର୍ଟ।