Advertisment

ଫେବ୍ରୁଆରୀ ୧୬ରୁ ଖଣ୍ଡଗିରି କୁମ୍ଭମେଳା

୨୪ ତାରିଖ ଯାଏ ଖଣ୍ଡଗିରି କୁମ୍ଭମେଳା ମେଳା ଚାଲିବ।

author-image
Tapaswini Nayak
ଅଦ୍ୟତନ ହୋଇଛି
Khandagiri

Khandagiri

ଆସନ୍ତା ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ୨୪ ତାରିଖ ଯାଏ ମେଳା ଚାଲିବାକୁ ଥିବା ବେଳେ ଏନେଇ ବିଏମସି ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ପ୍ରସ୍ତୁତି ବୈଠକ। ବୈଠକରେ ମୌଳିକ ସୁବିଧା ସୁଯୋଗ ସହ ମେଳା ପରିଚାଳନା ପାଇଁ ବିଭିନ୍ନ ଦିଗକୁ ନେଇ କରାଯାଇଛି ଆଲୋଚନା।

Advertisment

ସାଧୁସନ୍ଥଙ୍କ ମୌଳିକ ଆବଶ୍ୟକତାକୁ ନେଇ ଅସ୍ଥାୟୀ ସ୍ନାନଗାର, ଅସ୍ଥାୟୀ ଶୌଚାଳୟ ,ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ସୂଚନା କେନ୍ଦ୍ର, ଆମ୍ବୁଲାନ୍ସ ସେବା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ପାର୍କିଂ ବ୍ୟବସ୍ଥା, ମୀନା ବଜାରରେ କିଭଳି ଅଧିକ ବ୍ୟବସାୟୀ ସାମିଲ ହେବେ ସେନେଇ ଦୃଷ୍ଟି ଦିଆଯାଇଛି।

ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ମେଳାର ପରିଚାଳନା କରାଯିବ । ଅନ୍ୟପଟେ ଖଣ୍ଡଗିରି ମେଳା ପୂର୍ବରୁ ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

Advertisment
Bhubaneswar Khandagiri Mela