Advertisment

କାହିଁକି ଜାନୁଆରୀ ୧୫ରେ ପାଳନ ହୁଏ ଭାରତୀୟ ସେନା ଦିବସ?

ଜାନୁଆରୀ ୧୫ରେ ଭାରତୀୟ ସେନା ଦିବସ ପାଳନ ପଛରେ ଏକ ସ୍ମରଣୀୟ କାହାଣୀ ରହିଛି...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଭାରତର ଗର୍ବ, ବଳ ଓ ଦମ୍ଭ ହେଉଛି ଭାରତୀୟ ସେନା। ପ୍ରତିଟି ସୈନ୍ୟଙ୍କ ତ୍ୟାଗ ଓ ବଳିଦାନ ଆଗରେ ଆମେ ନତମସ୍ତକ। ସୈନ୍ୟମାନେ ଦେଶର ଜାଗ୍ରତ ପ୍ରହରୀ ସାଜି ସୁରକ୍ଷା ଯୋଗାଉଛନ୍ତି ବୋଲି ଆଜି ଆମେ ନିଶ୍ଚିନ୍ତରେ ଶୋଇ ପାରୁଛନ୍ତି। ଆମର ବୀର ଯବାନଙ୍କ ସାହସିକତାକୁ ଯେତେ ପ୍ରଶଂସା କଲେ ବି କମ୍ ପଡ଼ିବ, ତେଣୁ ସେମାନଙ୍କ ବଳିଦାନ ଓ କର୍ତ୍ତବ୍ୟନିଷ୍ଠାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଅର୍ଥାତ ଜାନୁଆରୀ ୧୫କୁ ଭାରତୀୟ ସେନା ଦିବସ ରୂପେ ପାଳନ କରାଯାଏ।

Advertisment

ଏହି ଦିବସରେ ଆମର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଭାରତୀୟ ସୈନ୍ୟଙ୍କ ଆତ୍ମବଳକୁ ଦୃଢ଼ କରାଯାଏ। ଏଥିସହ ସେମାନଙ୍କ ସାହସିକତା ପାଇଁ ପୁରସ୍କୃତ କରାଯାଏ। ତେବେ ଜାନୁଆରୀ ୧୫ରେ ଏହି ଦିବସ ପାଳ କରିବା ପଛରେ କାରଣ କ'ଣ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...

କାହିଁକି ୧୫ ଜାନୁଆରୀରେ ପାଳନ ହୁଏ 'ସେନା ଦିବସ'?
ବାସ୍ତବରେ, ଯେତେବେଳେ ଆମ ଦେଶ ଭାରତ ବ୍ରିଟିଶରମାନଙ୍କ ଅଧୀନରେ ଥିଲା ସେତେବେଳେ ଭରତୀୟ ସେନା(Indian Army) ଗଠନ ହୋଇଥିଲା। ଏହି ସମୟରେ ଭାରତୀୟ ସେନାର ବହୁ ବଡ ବଡ ପଦରେ ଇଂରେଜମାନେ କାର୍ଯ୍ୟ କରୁଥିଲେ। ୧୯୪୭ରେ ଭାରତ ସ୍ୱାଧୀନ ହେବା ପରେ ମଧ୍ୟ ଇଂରେଜମାନେ ହିଁ ବରିଷ୍ଠ ଅଧିକାରୀ ରହିଥିଲେ। କିନ୍ତୁ ୧୯୪୯ ମସିହାରେ ଶେଷ ବ୍ରିଟିଶ କମାଣ୍ଡର ଜେନେରାଲ ଫ୍ରାନସିସ୍ ବଚର୍, ଲେଫ୍ଟନାଣ୍ଟ ଜେନେରାଲ୍ କେ.ଏମ. କରିଅପ୍ପାଙ୍କୁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଆଉ ଏହି ଦିନ ହିଁ ଥିଲା ଜାନୁଆରୀ ୧୫ ତାରିଖ। 

Advertisment

ଭାରତର ଏହି ଗୌରବମୟ ଦିବସକୁ ମନେ ରଖିବା ପାଇଁ ପ୍ରତିବର୍ଷ ଜାନୁଆରୀ ୧୫କୁ ଇଣ୍ଡିଆନ ଆର୍ମି ଡେ' ଭାବେ ପାଳନ କରାଯାଉଛି।  

ଚଳିତ ବର୍ଷ ସେନା ଦିବସ କେଉଁଠାରେ ଆୟୋଜିତ ହେଉଛି? 
୧୫ ଜାନୁଆରୀ ୨୦୨୪ରେ ଭାରତୀୟ ସେନା ଏହାର ୭୬ତମ ସେନା ଦିବସ ପାଳନ କରୁଛି। ଚଳିତ ବର୍ଷ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏହି ଦିବସ ପାଳନ କରାଯାଉଛି। ଦ୍ୱୀତୟ ଥର ପାଇଁ ରାଜଧାନୀ ଦିଲ୍ଲୀ ବାହାରେ ସେନା ଦିବସ ଆୟୋଜନ କରାଯାଉଛି। ଗତ ବର୍ଷ ୨୦୨୩ ମସିହାରେ ବେଙ୍ଗାଲୁରୁର ଗୋବିନ୍ଦସ୍ୱାମୀ ପ୍ୟାରେଡ ଗ୍ରାଉଣ୍ଡରେ ସେନା ଦିବସ ଆୟୋଜିତ ହୋଇଥିଲା।

Indian Army Indian Army Day Army Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe