WWW କଣ, କାହିଁକି ଏହି ଦିବସ ପାଳନ ହୁଏ, ଜାଣନ୍ତୁ...

ୱେବ୍ ବ୍ୟବହାର କରି ମୁକ୍ତ ଭାବରେ ସୂଚନା ବ୍ରାଉଜ୍ କରିବାର ସାମର୍ଥ୍ୟର ସମ୍ମାନାର୍ଥେ ପ୍ରତିବର୍ଷ ଅଗଷ୍ଟ 1 ରେ ୱାର୍ଲ୍ଡ ୱାଇଡ୍ ୱେବ୍ ଡେ ପାଳନ କରାଯାଏ।

World Wide Web Day

ୱାର୍ଲ୍ଡ ୱାଇଡ୍ ୱେବ୍ ଡେ

Debibandita Barick
  • Published: Tuesday, 01 August 2023
  • Updated: 01 August 2023, 09:42 AM IST

News Highlights

  • 1989 ରେ WWW ପ୍ରସ୍ତୁତ ହୋଇଥିଲା
  • WWW ମାଧ୍ୟମରେ ବିଶ୍ୱ ଗୋଟିଏ ଛାତ ତଳେ ରହିବାର ସକ୍ଷମ ହୋଇଛି

Sports

Latest News

ଯଦି ଆମେ ଗୋଟିଏ ଦିନ ବିନା ଇଣ୍ଟରନେଟରେ ରହିବା, ତେବେ କ`ଣ ହେବ? ନିଶ୍ଚିତ ରୂପେ ସୂର୍ଯ୍ୟଙ୍କ ପ୍ରଖର କିରଣ ଥାଇ ବି ଆମକୁ ଅନ୍ଧାର ଦେଖାଯିବ! ସବୁକିଛି ଥାଇ ବି ଆମେ କିଛି ନକରିପାରିବା ଭଳି ଲାଗିବ। କାରଣ ଏମିତି ଏକ ସମୟରେ ଆମେ ପହଞ୍ଚି ଯାଇଛନ୍ତି ଯେ ଇଣ୍ଟରନେଟ ବିନା ପାଦେ ଆଗକୁ ଯିବା କଷ୍ଟକର ହୋଇପଡ଼ୁଛି। ଏହି ୱେବ୍ ମାନବର ଅନେକ କାମକୁ ସହଜ ଏବଂ ସରଳ କରିଦେଇଛି। 

ୱେବ୍ ବ୍ୟବହାର କରି ମୁକ୍ତ ଭାବରେ ସୂଚନା ବ୍ରାଉଜ୍ କରିବାର ସାମର୍ଥ୍ୟର ସମ୍ମାନାର୍ଥେ ପ୍ରତିବର୍ଷ ଅଗଷ୍ଟ 1 ରେ ୱାର୍ଲ୍ଡ ୱାଇଡ୍ ୱେବ୍ ଡେ ପାଳନ କରାଯାଏ। ୱେବ୍ ହେଉଛି ଏକ ଟୁଲ୍, ଯାହାକି ସମଗ୍ର ବିଶ୍ୱର ଲୋକଙ୍କୁ ଏକାଠି ଯୋଗାଯୋଗ କରିବାର ସୁଯୋଗ ଦେଇଥାଏ ଏବଂ ତାହାକୁ ହିଁ ଇଣ୍ଟରନେଟ୍ ବୋଲି କୁହାଯାଏ। ଇଣ୍ଟରନେଟର ବ୍ୟବହାର ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।

ଇତିହାସ
ଇଂରାଜୀ କମ୍ପ୍ୟୁଟର ବୈଜ୍ଞାନିକ ଟିମ୍ ବର୍ନର୍ସ-ଲିଙ୍କ 1989 ରେ WWW ପ୍ରସ୍ତୁତ କରିଥିଲେ। ସେ ସ୍ୱିଜରଲ୍ୟାଣ୍ଡରେ ୟୁରୋପୀୟ ସଂଗଠନ ପାଇଁ ଆଣବିକ ଅନୁସନ୍ଧାନ(CERN)ରେ କାର୍ଯ୍ୟ କରୁଥିଲେ। ବର୍ନର୍ସ-ଲି ସଂଗଠନରେ କାର୍ଯ୍ୟ କରିବାବେଳେ ୱେବର ଅତ୍ୟାବଶ୍ୟକ ସାମଗ୍ରୀ- HTTP, HTML, ୱାର୍ଲ୍ଡ ୱାଇଡ୍ ୱେବ୍(WWW) ବ୍ରାଉଜର, ସର୍ଭର ଏବଂ ପ୍ରଥମ ୱେବସାଇଟ୍ ବିକଶିତ କରିଥିଲେ।

WWWଡବ୍ଲୁଡବ୍ଲୁଡବ୍ଲୁ

ପରବର୍ତ୍ତୀ ଦୁଇ ବର୍ଷ ମଧ୍ୟରେ, WWW ର ବିକାଶ ପ୍ରଥମେ ଅନ୍ୟ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ ସଂଗଠନଗୁଡ଼ିକ ସହିତ ଶେଆର ହୋଇଥିଲା। CERN କୋଡ୍ ସେଆର୍ କରିବାରୁ ଏବଂ 1993 ରେ WWW ର ବ୍ୟବହାର ଉପରେ ରୟାଲଟି ଛାଡ ହେବା ପରେ WWW ଜନସାଧାରଣଙ୍କ କ୍ଷେତ୍ରରେ ଅଧିକ ବ୍ୟବହାରକ୍ଷମ ହୋଇପାରିଲା। ଏହାପରେ ଶହ ଶହ ୱେବସାଇଟ୍ କ୍ରିଏଟ୍ ହୋଇଥିଲା ଏବଂ ଦ୍ରୁତ ବିକାଶ ଉପରେ ଆଧାର କରି 1995 ରେ ଡଟ୍-କମ ବବୁଲ୍(dot-com bubble) ଆରମ୍ଭ ହୋଇଥିଲା, ଯାହା WWW ବ୍ୟବହାର କରି ତିଆରି ହୋଇଥିଲା।

ଉଦ୍ଦେଶ୍ୟ
ଅନେକେ ଲୋକ ଜାଣି ନଥିବେ ଯେ, ଯାହାକୁ ଆମେ ଇଣ୍ଟରନେଟ୍ ବୋଲି କହିଥାଉ ତାହା ହେଉଛି ୱାର୍ଲ୍ଡ ୱାଇଡ୍ ୱେବ୍ ଏବଂ ଇଣ୍ଟରନେଟର ମିଶ୍ରଣ। ୱାର୍ଲ୍ଡ ୱାଇଡ୍ ୱେବ୍ ହେଉଛି ସମସ୍ତ ୱେବସାଇଟ୍, ୱେବପେଜ୍ ଏବଂ ସୋର୍ସଗୁଡ଼ିକର ସଂଗ୍ରହ ଯାହାକୁ ଆମେ ନେଭିଗେଟ୍ କରିପାରିବା। ଇଣ୍ଟରନେଟକୁ ଆମେ ଏକ ହାଇୱେ ସହିତ ତୁଳନା କରିପାରିବା, ଯାହା ସମସ୍ତ ୱେବପେଜ୍ ଏବଂ ୱେବସାଇଟକୁ ସଂଯୋଗ କରେ। ୱେବ୍ ଏବଂ ଇଣ୍ଟରନେଟର ବିକାଶ ସୂଚନା ଯୁଗକୁ ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। WWW ର ଏହି ଅବଦାନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଆଜିର ଦିନକୁ ୱାର୍ଲ୍ଡ ୱାଇଡ୍ ୱେବ୍ ଦିବସ ରୂପେ ପାଳନ କରାଯାଉଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story