Advertisment

ଚୈତ୍ର ନବରାତ୍ରୀରେ ଜାଣନ୍ତୁ ମା'ଙ୍କ ନଅ ବେଶ

ବିଶ୍ୱାସ କରାଯାଏ ଯେ, ଭଗବାନ ବ୍ରହ୍ମା ଚୈତ୍ର ମାସର ପ୍ରତିପଦାରେ ବିଶ୍ୱ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ।

Representative Image

Representative Image

Advertisment

ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀ ବିଶେଷ ମହତ୍ତ୍ୱ ବହନ କରେ। ଏହି ଦିନକୁ ହିନ୍ଦୁ ନବ ବର୍ଷ ରୂପେ ପାଳନ କରାଯାଏ। ଚଳିତ ବର୍ଷ ଏପ୍ରିଲ ୯ ମଙ୍ଗଳବାରଠାରୁ ଚୈତ୍ର ନବରାତ୍ରୀ ସହ ହିନ୍ଦୁ ନବ ବର୍ଷ ଆରମ୍ଭ ହୋଇଛି। ଚୈତ୍ର ମାସର ପ୍ରତିପଦାରୁ ଏହା ଆରମ୍ଭ ହୋଇଥାଏ।

Advertisment

ବିଶ୍ୱାସ କରାଯାଏ ଯେ, ଭଗବାନ ବ୍ରହ୍ମା ଚୈତ୍ର ମାସର ପ୍ରତିପଦାରେ ବିଶ୍ୱ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ଏଥିପାଇଁ ଏହି ଦିନକୁ ନବବର୍ଷ ରୂପେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଆଜି ହେଉଛି ହିନ୍ଦୁ ନୂତନ ବର୍ଷ। ଏହି ଦିନଠାରୁ ଦେଶର ଅନେକ ରାଜ୍ୟରେ ଚୈତ୍ର ନବରାତ୍ରୀ ପୂଜା କରାଯାଏ। 

ଚୈତ୍ର ନବରାତ୍ରୀ ଅୂବସରରେ ଓଡିଶାରେ ମା ବାସନ୍ତିକଙ୍କ ପୂଜାର୍ଚ୍ଚନା କରାଯାଏ। ମା ବାସନ୍ତିକ ହେଉଛନ୍ତି ଦେବୀ ଦୁର୍ଗାଙ୍କ ଅବତାର। ଆଶ୍ୱିନ ମାସରେ ମାଙ୍କର ସ୍ୱତନ୍ତ୍ର ଦୁର୍ଗାପୂଜା ହେଉଥିଲେ ମଧ୍ୟ ଚୈତ୍ର ମାସରେ ବାସନ୍ତିକ ପୂଜା କରାଯାଏ। ନଅ ଦିନ ଧରି ମା ବିଭିନ୍ନ ବେଶରେ ପୂଜା ପାଇଥାନ୍ତି।

Advertisment

ପ୍ରତିଦିନ ସ୍ୱତନ୍ତ୍ର ନୀତିକାନ୍ତି ସହ ମାଙ୍କର ପୂଜାର୍ଚ୍ଚନା କରାଯାଏ। ନଅ ଦିନରେ ମାଙ୍କୁ ନଅଟି ବେଶରେ ପୂଜା କରାଯାଏ। ସେଗୁଡ଼ିକ ହେଉଛି... ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚିତ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ। 

Chaitra Navratri Basantika Puja Hindu New Year
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe