Advertisment

କାହିଁକି ନଭେମ୍ବର ୧୪ରେ ପାଳନ ହୁଏ ବିଶ୍ୱ ମଧୁମେହ ଦିବସ?

ମଧୁମେହ କ'ଣ, କାହିଁକି ହୁଏ, ଚଳିତ ବର୍ଷର ବିଷୟବସ୍ତୁ ଏବଂ ନଭେମ୍ବର ୧୪ରେ ପାଳନ ପଛର ଉଦ୍ଦେଶ୍ୟ କ'ଣ...?

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଆମର ପରିବର୍ତ୍ତିତ ଜୀବନଶୈଳୀ ସାମୂହିକ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇଛି। ପୂର୍ବରୁ ଯେଉଁ ସବୁ ରୋଗ ବୃଦ୍ଧ କାଳରେ କିମ୍ବା କ୍ୱଚିତ ଦେଖା ଯାଉଥିଲା ତାହା ଏବେ ପିଲାଠୁ ବୟସ୍କ ସମସ୍ତଙ୍କଠାରେ ହେଉଛି। ଏସବୁ ରୋଗ ମଧ୍ୟରୁ ମଧୁମେହ ଅନ୍ୟତମ। ମଧୁମେହ ବା ଡାଇବେଟିସ୍ ମାରାତ୍ମକ ରୋଗ ନହେଲେ ବି ଅନ୍ୟାନ୍ୟ ରୋଗର ବାହକ ସାଜେ। ତେଣୁ ଏହି ରୋଗଠୁ କିପରି ନିଜକୁ ରକ୍ଷା କରିବେ ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ।

Advertisment

ମଧୁମେହର ଭୟାବହତା ଏବଂ ରୋଗକୁ ମାତ୍ ଦେବା ପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଏ। ଏହି ବିଶେଷ ଅବସରରେ ଜାଣନ୍ତୁ ମଧୁମେହ କ'ଣ, କାହିଁକି ହୁଏ, ଚଳିତ ବର୍ଷର ବିଷୟବସ୍ତୁ ଏବଂ ନଭେମ୍ବର ୧୪ରେ ପାଳନ ପଛର ଉଦ୍ଦେଶ୍ୟ... 

ମଧୁମେହ କ'ଣ
ଅନିୟନ୍ତ୍ରିତ ରକ୍ତ ଶର୍କରା ମଧୁମେହ ସୃଷ୍ଟି କରେ। ଅର୍ଥାତ୍ ଯେଉଁ ବ୍ୟକ୍ତିଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧିପାଏ ତାଙ୍କର ମଧୁମେହ ରୋଗ ହୁଏ। ମଧୁମେହ ରୋଗୀଙ୍କର ସମୟ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ହେବାର ଆଶଙ୍କା ଅଧିକ। ଗତ କିଛି ଦଶନ୍ଧି ମଧ୍ୟରେ ମଧୁମେହ ଏକ ପ୍ରମୁଖ ସ୍ୱାସ୍ଥ୍ୟ ବିପଦ ଭାବରେ ଉଭା ହୋଇଛି। ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକେ ଏହି ରୋଗର ଶିକାର ହେଉଛନ୍ତି।

Advertisment

ମଧୁମେହ ଦିବସର ଇତିହାସ 
ଅନ୍ତର୍ଜାତୀୟ ଡାଇବେଟିସ୍ ଫାଉଣ୍ଡେସନ୍ ପ୍ରଥମେ ଏହି ଦିନ ପାଳନ କରିବା ଆରମ୍ଭ କରିଥିଲା। ୧୯୯୧ରେ ମିଳିତ ଜାତିସଂଘ ସମଗ୍ର ବିଶ୍ୱରେ ବିଶ୍ୱ ମଧୁମେହ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। 

୧୪ ନଭେମ୍ବରରେ ମଧୁମେହ ଦିବସ ପାଳନ ପଛର ଉଦ୍ଦେଶ୍ୟ
ମଧୁମେହର ରକ୍ଷାକାରୀ ଟିକା ଇନସୁଲିନ୍ ୧୯୯୨ରେ ଆବିଷ୍କାର ହୋଇଥିଲା। ସାର୍ ଫ୍ରେଡେରିକ୍ ବେଣ୍ଟିଙ୍ଗ, ଚାର୍ଲ୍ସ ବେଷ୍ଟଙ୍କ ସହ ମିଶି ଇନସୁଲିନ୍ ଆବିଷ୍କାର କରିଥିଲେ। ତେଣୁ ସାର୍ ଫ୍ରେଡେରିକଙ୍କ ଏହି ମହତ ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନ ଅବସରକୁ ବିଶ୍ୱ ମଧୁମେହ ଦିବସ ରୂପେ ପାଳନ କରାଯାଏ।

ମଧୁମେହ ଦିବସ ଥିମ୍
ଲୋକମାନଙ୍କୁ ମଧୁମେହ ବାବଦରେ ସଚେତନ କରାଇବା ପାଇଁ ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ମଧୁମେହ ଦିବସ ପାଳନ କରାଯାଏ। ଚଳିତ ବର୍ଷ ବିଷୟବସ୍ତୁ ହେଉଛି 'ଆକ୍ସେସ୍ ଟୁ ଡାଇବେଟିସ୍ କେୟାର'। ଏହାର ଅର୍ଥ 'ମଧୁମେହ ରୋଗୀଙ୍କ ଯତ୍ନ ପ୍ରତି ଧ୍ୟାନ ଦେବା'

Health Diabetes Special Day Health Care
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe