Temple
ଆଉ ଗୋଟିଏ ମାସ ପରେ ପଡ଼ିବ ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’। ନିଜ ନିଜ ଅଞ୍ଚଳର ଇଷ୍ଟଦେବୀଙ୍କ ରାଶି ନକ୍ଷତ୍ରକୁ ବିଚାରକୁ ନେଇ ଆଗତୁରା ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ।
ବଲାଙ୍ଗିର ଜିଲ୍ଲା ପାଇଁ ଶୈଳଶ୍ରୀ ପ୍ୟାଲେସ ହାଉସହୋଲ୍ଡ ଅଫିସ ଦ୍ୱାରା ଲଗ୍ନ ନିର୍ଦ୍ଧାରଣ କରାଯାଇଥାଏ। ଏଥର ମଧ୍ୟ ନବାନ୍ନ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ଆସନ୍ତା ମାସ ୨୦ ତାରିଖରେ ‘ନୂଆଖାଇ’ ପଡୁଥିବା ବେଳେ ବଲାଙ୍ଗିର ଜିଲ୍ଲା ପାଇଁ ଦିନ ୧୦ଟା ୨୮ରୁ ୧୦ଟା ୪୧ ମଧ୍ୟରେ ନବାନ୍ନ ବିଧି ସଂପନ୍ନ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି।
ପ୍ରଥମେ ଇଷ୍ଟଦେବୀଙ୍କୁ ଲଗ୍ନପତ୍ର ଦେବା ପରେ ଗାଁ ଗାଁକୁ ପ୍ରେରଣ କରାଯିବ। ତା’ ପରେ ଆରମ୍ଭ ହୋଇଯିବ ନୂଆଖାଇ ପାଇଁ ପ୍ରସ୍ତୁତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Temple__1692448835.jpg)