Advertisment

ନୂଆଖାଇ ପାଇଁ ବାହାରିଲା ଶୁଭ ଲଗ୍ନ

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ବାହାର କରିଛି ନୂଆଖାଇ ଲଗ୍ନ ।

author-image
Niharika Rout
Nuakhai Lagna

Nuakhai Lagna

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ବାହାରିଲା ଶୁଭଲଗ୍ନ । ବଲାଙ୍ଗିର ଜିଲ୍ଲା ପାଇଁ ନବାନ୍ନ ଲଗ୍ନ ନିର୍ଣ୍ଣାୟକ କମିଟି ବାହାର କରିଛି ନୂଆଖାଇ ଲଗ୍ନ । 

Advertisment

ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ନିଜ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲଗାଇ ନୂଆ ଖାଇବେ ସମସ୍ତେ । ସେଥିପାଇଁ ୮ ତାରିଖ ରବିବାର ସକାଳ ୯ଟା ୩୫ ରୁ ୧୦ ଟା ୭ ଭିତରେ ନବାନ୍ନ ଲାଗି ପାଇଁ ଲଗ୍ନ ନିର୍ଧାରଣ ହୋଇଛି ।

ପ୍ରଥମେ ଇଷ୍ଟଦେବୀଙ୍କୁ ଲଗ୍ନପତ୍ର ଦେବା ପରେ ଗାଁ ଗାଁକୁ ପ୍ରେରଣ କରାଯିବ। ତା’ ପରେ ଆରମ୍ଭ ହୋଇଯିବ ନୂଆଖାଇ ପାଇଁ ପ୍ରସ୍ତୁତି। ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣ ପର୍ବ ହୋଇଥିବାରୁ ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ ବି ଘରମୁହାଁ ହୋଇଥାଆନ୍ତି।

Advertisment

ନୂଆଖାଇରେ ସମସ୍ତେ ମିଶି ଏକାଠି ନୂଆ ଖାଇଥାନ୍ତି। ପରେ ଆରମ୍ଭ ହୁଏ ଭେଟଘାଟ କାର୍ଯ୍ୟକ୍ରମ। ଘରର ବଡ ମାନଙ୍କୁ ଜୁହାର କରି ଆଶୀର୍ବାଦ ନିଅନ୍ତି ସମସ୍ତ । ଏହି ପର୍ବକୁ ବେଶ୍‌ ଉତ୍ସାହର ସହ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଇଥିବା ବେଳେ ଘରେ ଘରେ ସମସ୍ତେ ନୂଆ ବସ୍ତ୍ର ପିନ୍ଧିଥାନ୍ତି।

ଏନେଇ ରାଜପୁରୋହିତ କହିଛନ୍ତି, ନୂଆଖାଇ ହେଉଛି ଆମ ଗଣପର୍ବ, ଭାଇଚାରାର ପର୍ବ । ନିୟମ ଅଛି ଆମର ନୂଆ ଫସଲ ହେଲେ ଦେବାଦେବୀଙ୍କ ନିକଟରେ ଲାଗି କରାଯାଇଥାଏ। ତେଣୁ ଅମୃତ ବେଳାରେ ନୂଆ ଫସଲକୁ ଦେବାଦେବୀଙ୍କ ନିକଟରେ ଲାଗି କରାଯାଇଥାଏ।

ଲଗ୍ନ ଧାର୍ଯ୍ୟ ହେବା ପରେ ଏନେଇ ଆମେ ରାଜାଙ୍କୁ ଅବଗତ କରିବୁ। ରାଜା ଏହାକୁ ଅନୁମୋଦନ କରିବେ। ପରେ ଘୋଷଣାପତ୍ର ଛପାଯାଇ ଗାଁ ଗାଁ ପଠାଯିବ । ଏହାଦ୍ୱାରା ଅମୃତ କାଳରେ ନୂଆ ଫସଲ ଦେବାଦେବୀଙ୍କ ନିକଟରେ ଅର୍ପଣ କରିବାକୁ ସେ ରାଜ୍ୟ ସାରା ଲୋକଙ୍କୁ ଅବଗତ କରାଇଥାନ୍ତି ବୋଲି କହିଛନ୍ତି ରାଜ ପୁରୋହିତ।

Nua Khai Bolangir