Advertisment

ଆଜିଠୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, ଚାନ୍ଦି ମେଢରେ ଝଲସିବେ ମା’

ଧରା ପୃଷ୍ଠରୁ ଜଗତଜନନୀ ମା ଦୁର୍ଗା ମେଲାଣି ନେବା ପରଠୁ ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେବ ।

author-image
Niharika Rout
Laxmi Puja

Laxmi Puja

ଧରା ପୃଷ୍ଠରୁ ଜଗତଜନନୀ ମା ଦୁର୍ଗା ମେଲାଣି ନେବା ପରଠୁ ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍‌ ଜାକଜମକରେ ଅନୁଷ୍ଠିତ ହେବ । କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି।

Advertisment

ଢେଙ୍କାନାଳର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଚଳିତଥର ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା’ ଗଜଲକ୍ଷ୍ମୀ। ବିଭିନ୍ନ ମଣ୍ଡପରେ ଚାନ୍ଦିମେଢ ସହିତ ସୁଉଚ୍ଚ ତୋରଣ ସାଙ୍ଗକୁ ୧୦ କିଲୋମିଟର ବ୍ୟାପୀ ଆଲୋକ ସଜ୍ଜା ହେଉଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳରେ ୧୧ ଦିନ ଧରି ଚାଲିବ ଗଜଲକ୍ଷ୍ମୀ ପୂଜା।

Advertisment

ଏଥର ପୂର୍ଣ୍ଣିମା ତିଥିରେ ଗ୍ରହଣ ଲାଗୁଥିବାରୁ ସନ୍ଧ୍ୟା ପରିବର୍ତ୍ତେ ସମସ୍ତ ପୂଜା ମଣ୍ଡପରେ ସକାଳୁ ପୂଜା ଆରମ୍ଭ କରାଯିବାର ନିଷ୍ପତ୍ତି ନିଆଯାଇଛି ।

ସେହିପରି ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ତୁଳସୀକ୍ଷେତ୍ର କେନ୍ଦ୍ରପଡା। ଏଥର କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ଚମକିବ ଚାନ୍ଦିମେଢ଼। ମା ଲକ୍ଷ୍ମୀଙ୍କ ଚାନ୍ଦି ମେଢ଼ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ମଢିଆଳ, ଗଙ୍ଗା ଭଗିରଥ ପୂଜା କମିଟ, କାକଟ ମଙ୍ଗଳା ବିମ୍ବଳାଇ, ଖଡିଅଙ୍ଗ ଓ ଗରାପୂର ଆଦି ମେଢ଼ ଚାନ୍ଦିରେ ଝଟକିବେ ମା’। ଗଙ୍ଗା ଭାଗିରଥ ମଢିଆଳ ପୁଜା କମିଟି ଦ୍ୱାରା ୨ କୁଇଣ୍ଟାଲରୁ ଅଧିକ ଆଭୂଷଣରେ ପୁଜା ପାଇବେ ମା’ ଲକ୍ଷ୍ମୀ।

ସହରରେ ୬୮ ଟି ପୁଜା ମଣ୍ଡପ ହୋଇଥିଲା ବେଳେ ସହର ଉପକଣ୍ଠ ରେ ଶହେରୁ ଅଧିକ ମଣ୍ଡପରେ ମା’ ଲକ୍ଷ୍ମୀ ପୂଜା ପାଇବେ। ଏଥି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଆଜି ଚନ୍ଦ୍ର ଗ୍ରହଣ ଲାଗୁଥିବାରୁ ସକାଳ ୮ ଟା ଠାରୁ ଜଳ ଯାତ୍ରା ଆରମ୍ଭ ହୋଇ ଘଟ ସ୍ଥାପନ ହେବ। ଏହାପରେ ପୂର୍ବାହ୍ନ ୧୦ଟାରୁ ପୂଜା ଆରମ୍ଭ ହୋଇ ଅପରାହ୍ନ ୪ଟା ସୁଦ୍ଧା ପୁଜା ଶେଷ କରାଯିବ।

Kendrapada Puja Dhenkanal