/odisha-reporter/media/post_attachments/uploadimage/library/16_9/16_9_0/laxmi_puja_1729050119.jpg)
laxmi puja
ଧରାପୃଷ୍ଠରୁ ଜଗତଜନନୀ ମା’ ଦୁର୍ଗା ମେଲାଣି ନେବା ପରଠୁ ଆଜିଠୁ ଆରମ୍ଭ ହେଉଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ରାଜ୍ୟର କୋଣ ଅନୁକୋଣରେ ମା’ଙ୍କ ପୂଜାବେଶ୍ ଜାକଜମକରେ ଅନୁଷ୍ଠିତ ହେଉଛି।କିନ୍ତୁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଲାଭ କରିଥିବା ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି।
ଢେଙ୍କାନାଳର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସୁସଜ୍ଜିତ ହୋଇଥିବା ବେଳେ ତୋରଣ କାମ ବି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ପାଇଁ ସ୍ୱତନ୍ତ୍ର ଓ ଭବ୍ୟ ଆୟୋଜନ ହୋଇଛି। ମୀନାବଜାର, ଗଣେଶ ବଜାର, ଲକ୍ଷ୍ମୀ ବଜାର, କୈବଲ୍ୟ ବଜାର, ଗୁଡ଼ିଆ ନାଳୀ ଆଦି ବଜାରର ଚାନ୍ଦି ମେଢ କରାଯାଇଛି। ଆଜିଠାରୁ ୧୧ଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ଢେଙ୍କାନାଳରେ ୩୮ଟି ପୂଜା ମଣ୍ଡପରେ ମାଆଙ୍କୁ ପୂଜାର୍ଚ୍ଚନା କରାଯାଉଛି।
ସେହିପରି ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ଗଜଲକ୍ଷ୍ମୀ ପୂଜା ପାଇଁ ହୋଇଛି ଭବ୍ୟ ଆୟୋଜନ କରାଯାଇଛି। ଏଠାରେ ସାତ ଦିନ ଧରି ମାଆଙ୍କୁ ପୂଜାର୍ଚ୍ଚନା କରାଯିବ। କେନ୍ଦ୍ରାପଡା ସହରରେ ୬୮ଟି ସ୍ଥାନରେ ଗଜଲକ୍ଷ୍ମୀଙ୍କୁ ଆରାଧନା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
