Advertisment

ରାଖୀ ପୂର୍ଣ୍ଣିମା ଉପଲକ୍ଷେ ଭଉଣୀର ଉପହାର, ଅଙ୍ଗ ଦେଇ ବଞ୍ଚାଇଲେ ଭାଇର ଜୀବନ

ସମଗ୍ର ଦେଶ ରାଖୀ ପୂର୍ଣ୍ଣିମା ପାଇଁ ଉତ୍ସବ ମୁଖର ଥିବାବେଳେ ଏହି ପର୍ବର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଜଣେ ଭଉଣୀ। ଅଙ୍ଗ ଦାନ କରି ଭାଇକୁ ଦେଇଛନ୍ତି ଦ୍ୱିତୀୟ ଜୀବନ।

ଅଦ୍ୟତନ ହୋଇଛି
Nandini And Rahul With Family Member And Doctors

Nandini And Rahul With Family Member And Doctors

Advertisment

ରାଖୀ ପୂର୍ଣ୍ଣିମା ପାଇଁ ସମଗ୍ର ଦେଶ ଉତ୍ସବ ମୁଖର ଥିବାବେଳେ ଏହି ପର୍ବ ପାଳନକୁ ଯଥାର୍ଥ କରିଛନ୍ତି ଜଣେ ଭଉଣୀ। ସାରା ଜୀବନ ଭାଇକୁ ନିଜ ପାଖରେ ଦେଖିବା ପାଇଁ ଏପରି ତ୍ୟାଗ କରିଛନ୍ତି, ଯାହା ସମାଜ ପାଇଁ ଉଦାହରଣ। ଉପାସ, ବ୍ରତ କି ସୁନା ଗହଣା ବିକି ନୁହେଁ, ନିଜ ଅଙ୍ଗ ଦେଇ ଜଣେ ଭଉଣୀ ରକ୍ଷା କରିଛି ଭାଇର ଜୀବନ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଲିଭର୍ ସିରୋସିସରେ ପୀଡିତ ଭାଇକୁ ବଞ୍ଚାଇବା ପାଇଁ ଛାତି ଚିରି କଲିଜା ଦାନ କରି ଦେଇଛି ଜଣେ ଭଉଣୀ।

Advertisment

ଏପରି ଏକ ପ୍ରେରଣାଦାୟୀ ଖବର ଆସିଛି ମହାରାଷ୍ଟ୍ରରୁ। 21 ବର୍ଷିୟା ନନ୍ଦୀନ ପାଟିଲ ଜଣେ କଲେଜ ଛାତ୍ରୀ। ତାଙ୍କ ଭାଇ ରାହୁଲ ଦଶମ ଶ୍ରେଣୀରେ ପାଠ ପଢନ୍ତି। ହଠାତ୍ ଦିନେ ସେ ଦୁର୍ବଳ ଅନୁଭବ କରି ରକ୍ତ ବାନ୍ତି କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା ନିରୀକ୍ଷା ପରେ ତାଙ୍କୁ ଅଟୋଇମ୍ୟୁନ୍ ଲିଭର ସିରୋସିସ୍ ହୋଇଥିବା ଜାଣିବାକୁ ପାଇଥିଲେ ଡାକ୍ତର। ଏହି ପର୍ଯ୍ୟାୟରେ କେବଳ ତାଙ୍କ ଲିଭର୍ ଟ୍ରାନ୍ସପ୍ଲାଣ୍ଟ (ଯକୃତ ପ୍ରତିରୋପଣ) ହିଁ ଜୀବନ ବଞ୍ଚାଇ ପାରିବ ବୋଲି କହିଥିଲେ ଡାକ୍ତର। ଏଥିପାଇଁ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଲିଭର୍ ଆବଶ୍ୟକ ଥିଲା।

ଏହା ଶୁଣି ଲିଭର୍ ଦାନ ପାଇଁ ଆଗେଇ ଆସିଥିଲେ ନନ୍ଦିନୀ। ସମସ୍ତ ପରୀକ୍ଷା ନିରୀକ୍ଷା ପରେ ରାହୁଲନଙ୍କ ଯକୃତ ସହ ନନ୍ଦିନୀଙ୍କ ଯକୃତ ମେଳ ଖାଇଥିଲା ଏବଂ ସେ ଲିଭର୍ ଦାନ କରିବାକୁ ସକ୍ଷମ ହୋଇଥିଲେ। ଯକୃତ ଯୋଗାଡ ସମସ୍ୟା ସରିବା ପରେ ଅପରେସନ୍ ପାଇଁ ଅର୍ଥ ସାଜିଥିଲା ବାଧକ। ହେଲେ ଜଣେ ଭଉଣୀର ତ୍ୟାଗ ଆଗରେ ସବୁ ପ୍ରତିବନ୍ଧକ ଟଳି ଯାଇଥିଲା। ଡାକ୍ତର, ହସ୍ପିଟାଲ କର୍ମଚାରୀ ଓ ଅନ୍ୟ ସ୍ୱେଚ୍ଛାସେବୀଙ୍କ ସାହାଯ୍ୟ କ୍ରମେ ଜୁନ୍ 2023ରେ ରାହୁଲଙ୍କର ସଫଳ ଯକୃତ ପ୍ରତିରୋପଣ ହୋଇଥିଲା।

Advertisment

ଡାକ୍ତରଙ୍କ କହିବା ଅନୁସାରେ ସେ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନାଭି ମୁମ୍ବାଇର ମେଡିକୋଭର୍ ହସ୍ପିଟାଲରେ ଏହି ଅସ୍ତ୍ରୋପଚାର ହୋଇଥିଲା। ନନ୍ଦିନୀଙ୍କ ତ୍ୟାଗକୁ ହସ୍ପିଟାଲ୍ ନିର୍ଦ୍ଦେଶକ ଡ. ବିକ୍ରମ ରାଉତ ସାଧୁବାଦ ଜଣାଇଛନ୍ତି। ଏହାଠାରୁ ବଳି ରକ୍ଷାବନ୍ଧନ ଉପହାର ଆଉ କିଛି ହୋଇନପାରେ ବୋଲି ସେ କହିଛନ୍ତି।

ନନ୍ଦିନୀ କହିଛନ୍ତି, ମୋ ଦୁନିଆ ହେଉଛି ମୋ ଭାଇ। ରକ୍ଷା ବନ୍ଧନ ଅବସରରେ ମୁଁ ତାକୁ ଏପରି ଏକ ମୂଲ୍ୟବାନ ଉପହାର ଦେଇପାରି ଥିବାରୁ ଖୁବ୍ ଖୁସି। ଭାଇର ସ୍ୱାସ୍ଥ୍ୟକୁ ନେଇ ଆମେ ସମସ୍ତେ ଚିନ୍ତିତ ଥିଲୁ। ତାକୁ ଦ୍ୱିତୀୟ ଜୀବନ ଦେଇଥିବା ଡାକ୍ତରଙ୍କୁ କୃତଜ୍ଞତା ଜଣାଉଛି।

ସେପଟେ ଭାଇ ରାହୁଲ ମଧ୍ୟ ଭଉଣୀର ଏପରି ଦାନ ପାଇଁ ଭାବବିହ୍ୱଳ ହୋଇପଡିଛନ୍ତି। ରାହୁଲ କହିଛନ୍ତି, ମୋ ଭଉଣୀର ଏହି ରାଖୀ ଉପହାର ମୋତେ ଚକିତ କରିଛି। ସାରା ଜୀବନ ମୁଁ ତାର ସୁରକ୍ଷା କବଚ ହେବାକୁ ପ୍ରତିଜ୍ଞା କରୁଛି।

ସତରେ, ସାମାନ୍ୟ କିଛି ସମ୍ପତ୍ତି-ବାଡ଼ି କିମ୍ବା କିଛି ଟଙ୍କା ପାଇଁ ଭାଇ-ଭଉଣୀଙ୍କ ସମ୍ପର୍କକୁ ଲୋକହସା କରୁଥିବା ଲୋକଙ୍କ ପାଇଁ ଏହା ଉଦାହରଣ ନିଶ୍ଚୟ। 

Liver Transplantation Sister Donates Liver To Save Brother Rakhi Gift
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe