Advertisment

ପ୍ରଭୁ ଶ୍ରୀରାମଙ୍କ ପାଇଁ ଶ୍ୱଶୁରଘରୁ ଆସିଲା ମଙ୍ଗଳଭାର

ପ୍ରାଭୁ ଶ୍ରୀରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର। ଜ୍ୱାଇ ପାଇଁ ଉପହାର ପଠାଇଲେ ମିଥିଳାବାସୀ ଭାରତୀୟ ପରମ୍ପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର।

ଅଦ୍ୟତନ ହୋଇଛି
undefined

Ayodhya

Advertisment

ପାଖେଇ ଆସୁଛି ସେଇ ସୁବର୍ଣ୍ଣ ମୁହୂର୍ତ୍ତ। ଯାହାକୁ ୫ଶହ ବର୍ଷ ଅପେକ୍ଷା କରିଥିଲେ ରାମ ଭକ୍ତମାନେ। ନିଜ ଜନ୍ମସ୍ଥାନକୁ ଫେରିବେ ସୂର୍ଯ୍ୟବଂଶୀୟ ପ୍ରଭୁ ଶ୍ରୀରାମଲାଲା। ଏଥିପାଇଁ ଭବ୍ୟ ମନ୍ଦିରରେ ଦିବ୍ୟ ପୁରୁଷଙ୍କୁ ଦର୍ଶନ ପାଇଁ ସାରା ଦେଶ ଉତ୍ସାହିତ। ମନ୍ଦିର ସାଜସଜ୍ଜା ବି ଆରମ୍ଭ ହୋଇଗଲାଣି। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପାଇଁ ମାତା ସୀତାଙ୍କ ବାପଘର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବହୁମୂଲ୍ୟ ଭାର।

Advertisment

ପ୍ରାଭୁ ଶ୍ରୀରାମଲାଲାଙ୍କ ପାଇଁ ମିଥିଳାରୁ ଆସିଲା ମଙ୍ଗଳ ଭାର। ଜ୍ୱାଇ ପାଇଁ ଉପହାର ପଠାଇଲେ ମିଥିଳାବାସୀ ଭାରତୀୟ ପରମ୍ପରା ଅନୁସାରେ ଝିଅର ଶାଶୁଘରେ କୌଣସି ଶୁଭ କାର୍ଯ୍ୟ ହେଲେ ବାପଘରୁ ଆସିଥାଏ ଭଳି କି ଭଳି ଭାର। ଆଗକୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଏହି ବିଧିରୁ ମୈଥିଳୀ ବା ମାତା ସୀତାଙ୍କ ବାପଘର ବାଦ୍ ଯିବ କିପରି ? ତେଣୁ ବିହାରର ମିଥିଳାରୁ ଅଯୋଧ୍ୟାକୁ ଆସିଛି ବିଭିନ୍ନ ବହୁମୂଲ୍ୟ ଭାର। ଖୁବ୍ ଆଡ଼ମ୍ବର ସହକାରେ ନିଜ ଜ୍ୱାଇଁଙ୍କ ପାଇଁ ରୁପାର କଠଉ, ଅଳଙ୍କାର, ବାସନକୁସନ ଓ ଖାଦ୍ୟ ସାମଗ୍ରୀ ପଠାଇଛନ୍ତି ମିଥିଳାବାସୀ। ସୀତାମଢ଼ି ପୁନୌରା ଧାମରୁ ଏହିସବୁ ବହୁମୂଲ୍ୟ ଉପହାର ସହିତ ସୀତାକୁଣ୍ଡର ପବିତ୍ର ଜଳ ଓ ମାତା ସୀତାଙ୍କ ଜନ୍ମଭୂମିର ମାଟି ବି ଆସିଛି ଅଯୋଧ୍ୟାକୁ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ ସହର୍ଷ ଏହି ସବୁ ଉପହାର ଗ୍ରହଣ କହିଛନ୍ତି।

ଆଉ ସପ୍ତାହେ ପରେ ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜିବେ ରାମଲାଲା। ତା ପୂର୍ବରୁ ସରିଆସିଲାଣି ସମସ୍ତ ପ୍ରସ୍ତୁତି। ଦେଖନ୍ତୁ ଏହି କାରୁକାର୍ଯ୍ୟପୂର୍ଣ୍ଣ କବାଟକୁ। ଏସବୁ ରାମମନ୍ଦିରର ଶୋଭା ବଢ଼ାଇବ। ଅଯୋଧ୍ୟା ରାମମନ୍ଦିର ନିର୍ମାଣରେ ନିୟୋଜିତ ଓଡ଼ିଆ ଇଞ୍ଜିନିୟର ପ୍ରଫୁଲ୍ଲ ପଟ୍ଟନାୟକଙ୍କ ସୂଚନା ଅନୁସାରେ। ଏବେ କେବଳ ମନ୍ଦିର ସଫାସୁତୁରା ଏବଂ ସାଜସଜ୍ଜା ଚାଲିଛି। ୧୧ଟି ସୁନା କବାଟ ଲାଗିସାରିଲାଣି। ପ୍ରାଣପ୍ରତିଷ୍ଠା ପୂର୍ବରୁ ବାକିତକ କବାଟ ଲାଗିଯିବ ଏବଂ ସୁରକ୍ଷା ଦୃଷ୍ଟିରୁ ଠିକ୍ ଶେଷ ମୁହୂର୍ତ୍ତରେ ଗର୍ଭଗୃହ ସିଂହାସନ ଉପରେ ସୁନା ଛାଉଣୀ ହେବ। ଯଜ୍ଞ ମଣ୍ଡପ ପ୍ରସ୍ତୁତ ହୋଇଯାଇଛି ୧୬ ତାରିଖରୁ ଯଜ୍ଞ ଆରମ୍ଭ ହେବ।

Advertisment

ସେପଟେ ଅଯୋଧ୍ୟା ଆସିବାକୁ ଥିବା ରାମଭକ୍ତଙ୍କ ପାଇଁ ଚଟାପଟ୍ ପ୍ରସାଦ ପ୍ରସ୍ତୁତ କରିବାକୁ ବିଭିନ୍ନ ମେସିନ୍ ବି ଆସି ସାରିଛି। ସେଗୁଡ଼ିକୁ ପୂଜା କରି ରାମକାର୍ଯ୍ୟ ପାଇଁ ଗ୍ରହଣ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ମହାସଚିବ ଚମ୍ପତ ରାୟ। ପ୍ରଫୁଲ୍ଲ ପଟ୍ଟନାୟକ, ଅଯୋଧ୍ୟା ରାମମନ୍ଦିରରେ ନିୟୋଜିତ ଇଞ୍ଜିନିୟର। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଦେଶର ସବୁ ମନ୍ଦିରରେ ଆଳତୀ, ଭଜନ-କୀର୍ତ୍ତନ ଓ ପ୍ରସାଦ ବଣ୍ଟନ କରିବାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଆହ୍ୱାନ ଦିଆଯାଇଛି। ଅନ୍ୟଟେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ, ସାରା ଦେଶର ବିଭିନ୍ନ ମନ୍ଦିରରେ ଆରମ୍ଭ ହୋଇଛି ସ୍ୱଚ୍ଛତା ଅଭିଯାନ।

Ayodhya Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe