ବୟସ ୯୬ ବର୍ଷ ଛୁଇଁଲାଣି । ଆଖିକୁ ଭଲରେ ଦିଶୁନି, କାନକୁ ଉଚ୍ଚ କରି କହିଲେ ଶୁଭୁଛି । ଅଣ୍ଟା ନଇଁ ଗଲାଣି। ଏ ବୟସରେ ବି ସେ ଥକି ପଡିନାହାନ୍ତି । କାହିଁକି ନା କଳିଆ ପୁଅ ତାର ନୂଆ ପାଟ ପିନ୍ଧିବ ବୋଲି କ୍ଷୁଣ ଶରୀରରେ ବି ଶକ୍ତି ଗୋଟାଇ ବସିପଡୁଛନ୍ତି ଅରଟ ପାଖରେ। ଆଉ ସତେ ଯେମିତି କୋଟି ଓଡ଼ିଆର ଗେହ୍ଲା ପୁଅ ଅଳି କରି ଏ ମାଉସୀର ହାତ ତିଆରି ବସ୍ତ୍ର ପିନ୍ଧିବାକୁ ଅନେଇ ବସୁଛି। ଦେଖନ୍ତୁ ପୂରା ରିପୋର୍ଟ।