Advertisment

ପ୍ରଭୁ ରାମଲଲା କେଉଁ କେଉଁ ଆଭୂଷଣ ପରିଧାନ କରିଛନ୍ତି?

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଉଛି।

Ram

Ram

Advertisment

ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇଛି। ଦିବ୍ୟ ତଥା ଦୁର୍ମୁଲ୍ୟ ଅଳଙ୍କାରରେ ସୁସଜ୍ଜିକ ହୋଇଛନ୍ତି ପ୍ରଭୁ ରାମଲଲା। ଆପାଦ ମସ୍ତକ ଶୋଭା ପାଉଛି ସୁନା, ହୀରା ଓ ବହୁ ରତ୍ନ ପଥର ଖଚିତ ଆଭୂଷଣ। ପ୍ରଭୁଙ୍କ ଏହି ଦିବ୍ୟ ରୂପ ଦେଖି ଅଭିଭୂତ ହୋଇଛନ୍ତି ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ।

Advertisment

ରାମଲଲା କଣ ପରିଧାନ କରିଛନ୍ତି?

  • ମସ୍ତକରେ ଧାରଣ କରିଛନ୍ତି ମୁକୁଟ ବା କିରିଟ
  • ଏହା ଉତ୍ତର ଭାରତୀୟ ପରମ୍ପରା ଅନୁଯାୟୀ ସ୍ୱର୍ଣ୍ଣରେ ନିର୍ମିତ
  • ଏଥିରେ ମାଣିକ୍ୟ, ହୀରା ଓ ପନ୍ନା ସହିତ ମୁକ୍ତା ଝରା ଲାଗିଛି
  • କର୍ଣ୍ଣରେ କୁଣ୍ଡଳକୁ ମୁକୁଟ ଅନୁରୂପ ଡିଜାଇନ ଦିଆଯାଇଛି
  • ସ୍ୱର୍ଣ୍ଣ ନିର୍ମିତ କୁଣ୍ଡଳରେ ହୀରା, ରୁବି ଓ ପନ୍ନା ଖଚିତ ହୋଇଛି
  • ମୟୂର ଆକୃତିର ଡିଜାଇନ ଏଥିରେ ରହିଛି
  • ଲଲାଟରେ ଶୋଭା ପାଉଛି ମଙ୍ଗଳ ତିଳକ
  • ଏହାକୁ ହୀରା ଓ ମାଣିକ୍ୟରେ ତିଆରି କରାଯାଇଛି
  • କଣ୍ଠା ରତ୍ନପଥର ଖଚିତ ଅର୍ଦ୍ଧଚନ୍ଦ୍ର ଆକୃତିର ହାର
  • ଫୁଲ ଡିଜାଇନ ଓ ମଝିରେ ସୂର୍ଯ୍ୟ ଦେବଙ୍କ ଚିହ୍ନ
  • ସ୍ୱର୍ଣ୍ଣ ନିର୍ମିତ ଏବଂ ହୀରା, ରୁବି ଓ ପନ୍ନା ଖଚିତ କଣ୍ଠା
  • ବିଷ୍ଣୁ ଓ ତାଙ୍କ ଅବତାରମାନେ ହୃଦୟରେ ଧାରଣ କରନ୍ତି କୌସ୍ତୁଭ ମଣି
  • ରାମଲାଲାଙ୍କ କୌସ୍ତୁଭ ମଣି ବଡ଼ ଆକାରର ମାଣିକ୍ୟ ଓ ହୀରା ଦ୍ୱାରା ସୁସଜ୍ଜିତ
  • ପଦିକ କଣ୍ଠରୁ ତଳକୁ ଏବଂ ନାଭିପଦ୍ମରୁ ଉପରକୁ ଶୋଭା ପାଉଛି
  • ଦେବତାଙ୍କ ଅଳଙ୍କରଣରେ ଏହାର ରହିଛି ବିଶେଷ ମହତ୍ତ୍ୱ
  • ୫ଟି ଡୋରରେ ପନ୍ନା ଓ ହୀରା ଗୁନ୍ଥା ଯାଇଛି ଏବଂ ତଳେ ବଡ଼ ପେଣ୍ଡେଣ୍ଟ୍ ଝୁଲିଛି
  • ବୈଜୟନ୍ତୀ ବା ବିଜୟ ମାଳା ରାମଲାଲାଙ୍କ ତୃତୀୟ ତଥା ଦୀର୍ଘତମ ହାର
  • ଏହା ସୁନାରେ ନିର୍ମିତ ଏବଂ ସ୍ଥାନେ ସ୍ଥାନେ ମାଣିକ୍ୟ ଖଚିତ
  • ଚକ୍ର, ପଦ୍ମ, ଶଙ୍ଖ, କଳସ, ଚମ୍ପା, ପାରିଜାତ, କୁନ୍ଦ ଓ ତୁଳସୀ ଚିତ୍ରିତ ହୋଇଛି
  • ଅଣ୍ଟାରେ କାଂଚି ବା କର୍ଦ୍ଧନୀ ସୁନାରେ ନିର୍ମିତ ଏବଂ ମୋତି ମାଣିକ୍ୟ ଖଚିତ
  • ସେଥିରେ ଝୁଲିଛି ୫ଟି ଛୋଟ ଛୋଟ ଘଣ୍ଟି
  • ଭୁଜବନ୍ଧ ବା ଅଙ୍ଗଦ ଦୁଇ ଭୁଜାରେ ଶୋଭା ପାଉଛି
  • ଏହା ସୁନା ଓ ବହୁମୂଲ୍ୟ ରତ୍ନ ପଥରରେ ନିର୍ମିତ
  • ଦୁଇ ହାତରେ ରତ୍ନ ସଜ୍ଜିତ କଙ୍କଣ ବା କଙ୍ଗନ ପିନ୍ଧିଛନ୍ତି
  • ଶୋଭା ପାଉଛି ରତ୍ନ ଓ ମୋତି ଲାଗିଥିବା ମୁଦ୍ରିକା
  • ରାମଲାଲାଙ୍କ ହାତରେ ଶୋଭା ପାଉଛି ସୁନାର ଧନୁର୍ବାଣ
  • ଧନୁରେ ଲାଗିଛି ମାଣିକ୍ୟ ଓ ପନ୍ନା ରତ୍ନ ପଥର
  • ପାଦରେ ରହିଛି ରତ୍ନପଥର ଖଚିତ ପାଉଁଜି ଓ ଝୁଣ୍ଟିଆ
  • ଏଥିରେ ହୀରା, ରୁବି ଓ ସୁନାର ଛୋଟ ଛୋଟ ଘଣ୍ଟି ଲାଗିଛି
  • ୫ ବର୍ଷୀୟ ରାମଲାଲାଙ୍କ ବିଗ୍ରହ ପାଖରେ ରହିଛି ରୂପାର ଖେଳଣା
  • ରୌପ୍ୟ ନିର୍ମିତ ଝୁମୁକା, ହାତୀ, ଘୋଡ଼ା, ଓଟ ରଖାଯାଇଛି
  • ଖେଳଣା ଶଗଡ଼ ଓ ନଟୁ ଆଦି ଅର୍ପଣ କରାଯାଇଛି ରାମଲାଲାଙ୍କୁ

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆଧ୍ୟାତ୍ମ ରାମାୟଣ, ବାଲ୍ମିକୀ ରାମାୟଣ, ରାମଚରିତ ମାନସ ଓ ଆଲବନ୍ଦାର ସ୍ତୋତ୍ର ଆଦିରେ ବର୍ଣ୍ଣନା ଆଧାରରେ ଏବଂ ଗଭୀର ଗବେଷଣା କରି ରାମଲାଲାଙ୍କ ପାଇଁ ଏହି ଅଳଙ୍କାର ଆଦି ତିଆରି କରାଯାଇଉଛି।

Advertisment
Ayodhya Ram Mandir Ram Mandir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe