Advertisment

ଖାଡ଼ା ଉପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ, ହୋଇପାରିନି ନୀତିକାନ୍ତି

ଶ୍ରଦ୍ଧାଳୁ ମାନେ ଆସି ଠାକୁରଙ୍କୁ ଦର୍ଶନ କରିପାରିବେ। ହେଲେ ପ୍ରଭୁଙ୍କର ଆଜି ନୀତିକାନ୍ତି ହେବ ନାହିଁ`

Lingaraj temple

Lingaraj temple

Advertisment

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦକୁ ନେଇ ନୀତିକାନ୍ତି ବନ୍ଦ ଥିବା ନେଇ ସୂଚନା ମିଳିଛି। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ ରହିଛି।

Advertisment

ଲିଙ୍ଗରାଜ ମନ୍ଦିରର ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି, ଗତକାଲିଠାରୁ ନୀତିକାନ୍ତି ବନ୍ଦ ରହିଛି। ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା। ହେଲେ ଏହା ଆସି ନାହିଁ। ସେଥିପାଇଁ ନୀତି ବନ୍ଦ ରହିଛି। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ। ଆଜି ପବିତ୍ରାର୍ପଣ ଚତୁଦର୍ଶି। ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ହେଲେ ଏହା ହୋଇ ନାହିଁ।

୨୦୨୦ମସିହାଠୁ ଏହି ସମସ୍ୟା ଲାଗି ରହିଛି। ପ୍ରଭୁଙ୍କ ନିକଟରେ ପଇତା ଲାଗି ପାଇଁ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତ ମଧ୍ୟରେ ମତାନ୍ତର ହୋଇଥିଲା। ପ୍ରଭୁଙ୍କ ନିକଟରେ ପଇତା ଲାଗି କିଏ ଆଗେ କରିବ ସେ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କୋର୍ଟରେ ଏହି ଘଟଣା ବିଚାରାଧୀନ ଅଛି।

Advertisment

ସେ ଆହୁରି କହିଛନ୍ତି, ଶ୍ରଦ୍ଧାଳୁ ମାନେ ଆସି ଠାକୁରଙ୍କୁ ଦର୍ଶନ କରିପାରିବେ। ହେଲେ ପ୍ରଭୁଙ୍କର ଆଜି ନୀତିକାନ୍ତି ହେବ ନାହିଁ।

Bhubaneswar Lingaraj Temple]
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe