Advertisment

ମାଆ ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଆଜି ପବିତ୍ର ଚୈତ୍ର ମାସ ଶେଷ ମଙ୍ଗଳବାର। ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା। ସେଥିପାଇଁ ଭୋର ୩ଟାରୁ ମା’ଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା କରାଯାଇଥିଲା। ଭୋର ୪ଟାରେ ମା’ ରାଜାରାଜେଶ୍ଵରୀ ବେଶରେ ଦର୍ଶନ ଦେଇଥିଲେ।

Kakatapur

Kakatapur

Advertisment

ଆଜି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କ ରାଜରାଜେଶ୍ୱରୀ ବେଶ ହୋଇଛି। ଦୂରଦୂରାନ୍ତୁ ଆସିଥିବା ଶ୍ରଦ୍ଧାଳୁମାନେ ମାଆଙ୍କ ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରି କୃତକୃତ୍ୟ ହୋଇଛନ୍ତି। ଏଥିସହ ଆଜି ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଓ ପନ୍ଥେଇ ଓଷା ଶେଷ ହୋଇଛି। ଏଥିପାଇଁ ପୀଠରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

Advertisment

ଆଜି ପବିତ୍ର ଚୈତ୍ର ମାସ ଶେଷ ମଙ୍ଗଳବାର। ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା। ସେଥିପାଇଁ ଭୋର ୩ଟାରୁ ମା’ଙ୍କର ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା କରାଯାଇଥିଲା। ଭୋର ୪ଟାରେ ମା’ ରାଜାରାଜେଶ୍ଵରୀ ବେଶରେ ଦର୍ଶନ ଦେଇଥିଲେ। ତା’ ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧଳୁମାନେ ଶୃଙ୍ଖଳିତ ଭାବେ ଯାଇ ମାଆଙ୍କୁ ଦର୍ଶନ କରିବା ସହିତ ପ୍ରାର୍ଥନା କରିଥିଲେ।

ସେପଟେ ମାନସିକ ରଖି ଗ୍ରାମାଞ୍ଚଳରେ ସଧବା ମହିଳାମାନେ ପାଳୁଥିବା ପନ୍ଥେଇ ଓଷା ପଞ୍ଚମ ପାଳିରେ ଆଜି ଦି’ପ୍ରହରରେ ଶେଷ ହୋଇଛି। ଦି’ପ୍ରହରରେ ଝଙ୍କଡ ସାରଳାଙ୍କ ପୀଠରୁ ଆସିଥିବା ମାଳୀ ସମ୍ପ୍ରଦାୟର ପାଟୁକାମାନେ ପାରମ୍ପାରିକ ଢୋଲ ମହୁରୀ ବାଦ୍ୟର ରୋଷଣୀରେ ମା’ଙ୍କଠାରୁ ଆଜ୍ଞାମାଳ ନେଇ ପ୍ରାଚୀ ନଦୀର ଘାଟରୁ ପାଣି ତୋଳିଥିଲେ। ପରେ ମନ୍ଦିର ସମ୍ମୁଖରେ ନିର୍ମିତ ୧୨ଫୁଟ ଲମ୍ବର ଏକ ନିଆଁ ଗର୍ତ୍ତରେ ଚାଲିଥିଲେ। ମା’ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜ ଶରୀରକୁ କଷ୍ଟ ଦେଇ ମାଆଙ୍କ ସେବକମାନଙ୍କ ସହ ଏହି ଅଞ୍ଚଳର ମାନସିକଧାରୀ ଭୋଇ ସମ୍ପ୍ରଦାୟର ପାଟୁକାମାନେ ନିଆଁ ଗର୍ତ୍ତରେ ଚାଲି ଥିଲେ। ଏଥିସହ ମା’ଙ୍କ ସମ୍ମୁଖରେ ଘଣ୍ଟ ପାଟୁକା ନୃତ୍ୟ କରି ଏହି ଯାତ୍ରାର ସମାପନ କରିଥିଲେ।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe