Advertisment

ଆଜି ପବିତ୍ର ମାଘ ପୂର୍ଣ୍ଣିମା; ଗଜ ଉଦ୍ଧାରଣ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଗଜଉଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।

author-image
Niharika Rout
undefined

Puri Temple

ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଶ୍ରୀକ୍ଷେତ୍ରରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଗଜଉଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ।

Advertisment

ମଧାହ୍ନ ଧୂପ ପରେ ମଇଲମ ହେବାପରେ ସିଂହାରୀ ସେବକଙ୍କ ଦ୍ୱାରା ଗଜ ଉଦ୍ଧାରଣ ବେଶ ହୋଇଥାଏ। ସନ୍ଧ୍ୟାଧୂପ ଶେଷ ପରେ ସର୍ବସାଧାରଣ ଦର୍ଶନ ବା ସାହାଣ ମେଲା ଅନୁଷ୍ଠିତ ହୁଏ ।

ସାହାଣ ମେଲା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜୀଉମାନଙ୍କ ଅନ୍ୟାନ୍ୟ ନୀତି ହୁଏ । ଏହି ବେଶରେ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରଣ କରି ଗରୁଡ ଉପରେ ବସିବା ଭଙ୍ଗୀରେ ରହନ୍ତି ଏବଂ ତାଙ୍କ କୋଳରେ ଲକ୍ଷ୍ମୀ ପ୍ରତିମା ବିରାଜମାନ କରିଥାନ୍ତି ।

Advertisment

ବଳଭଦ୍ର ମହାପ୍ରଭୁ ଶଙ୍ଖ, ଚକ୍ର, ହଳ, ମୂଷଳ ଧରି ବାସୁଦେବ ରୂପରେ ବିରାଜମାନ କରିଥାନ୍ତି ଓ ସୁଭଦ୍ରା କୃଷ୍ଣଙ୍କ ପରି ପାଦକୁ ଛନ୍ଦି ଏକ ପଦ୍ମ କଢି ଧରି ବିରାଜମାନ ହୋଇଥାନ୍ତି । କୁମ୍ଭୀର ଓ ଗଜ ଆଦି ରହିଥାନ୍ତି।

ସେପଟେ ଏହି ଦିନ ଦେବ ଦେବ ମହାଦେବ ଶ୍ରୀଲୋକନାଥଙ୍କର ପଦ୍ମବେଶ ସମ୍ପନ୍ନ କରାଯାଇଥାଏ।

Puri Shreemandir