Advertisment

ଉଇ ହୁଙ୍କା ଭିତରେ ପୂଜା ପାଉଛନ୍ତି ଦଣ୍ଡମାଆ

ଦଣ୍ଡମାଆଙ୍କ ନିକଟରେ ୧୫ ଦିନ ପୂଜା ହୋଇଥାଏ। ହେଲେ ନମରାତ୍ରରେ ବିଶେଷ ପୂଜା କରାଯାଉଛି। ଯେଉଁଥିପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମାଆଙ୍କ ନିଟକରେ ଆରାଧନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। ମାଆଙ୍କ ଏହି ପୀଠ ସହିତ ଯୋଡି ହୋଇ ରହିଛି ପାରଳାଖେମୁଣ୍ଡି ମହାରାଜାଙ୍କ ସମ୍ପର୍କ।

author-image
Manoranjan Sial
Devi

Devi

୧୫ ଦିନ ପାଇଁ ଖୋଲୁଛି ମନ୍ଦିର। ଆଉ ଉଇ ହୁଙ୍କା ଭିତରେ ପୂଜା ପାଉଛନ୍ତି ଦଣ୍ଡମାଆ। ସେଥିପାଇଁ ଲାଗିଛି ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼। ଆଜି ମହାସପ୍ତମୀ ପୂଜା ଥିବାରୁ ଶ୍ରଦ୍ଧାଳୁମାନେ ଦୂରଦୂରାନ୍ତରୁ ଆସି ମାଆଙ୍କ ଆଶୀର୍ବାଦ ନେଇଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ରହିଛି ଏପରି ମନ୍ଦିର।

Advertisment

ପାରଳାଖେମୁଣ୍ଡିରେ ରହିଛି ଦଣ୍ଡମାଆଙ୍କ ପୀଠ। ମନ୍ଦିର ଭିତରେ ରହିଛି ଗୋଟିଏ ଉଇ ହୁଙ୍କା। ଆଉ ତାହାରି ଭିତରେ ମାଆ ବିଜେ କରିଛନ୍ତି। ମାଆଙ୍କ ମନ୍ଦିର ଆଶ୍ୱିନ ମାସରେ ଖୋଲାଥାଏ। ଦଶମୀର ପର ଦିନ ମନ୍ଦିର ବନ୍ଦ ହୋଇଥାଏ। କହିବାକୁ ଗଲେ ମାଆଙ୍କ ମନ୍ଦିର ବର୍ଷର ୧୫ ଦିନ ଖୋଲିଥାଏ। ମାଆ ପ୍ରତ୍ୟକ୍ଷ ଦେବୀ ହୋଇଥିବାରୁ ଭକ୍ତଙ୍କ ମନସ୍କାମନା ପୂରଣ କରିଥାଆନ୍ତି। ବର୍ତ୍ତମାନ ନବରାତ୍ର ପୂଜା ଚାଲିଥିବାରୁ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶହଶହ ଶ୍ରଦ୍ଧାଳୁ ଆସୁଛନ୍ତି।

ଦଣ୍ଡମାଆଙ୍କ ନିକଟରେ ୧୫ ଦିନ ପୂଜା ହୋଇଥାଏ। ହେଲେ ନମରାତ୍ରରେ ବିଶେଷ ପୂଜା କରାଯାଉଛି। ଯେଉଁଥିପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମାଆଙ୍କ ନିଟକରେ ଆରାଧନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି। ମାଆଙ୍କ ଏହି ପୀଠ ସହିତ ଯୋଡି ହୋଇ ରହିଛି ପାରଳାଖେମୁଣ୍ଡି ମହାରାଜାଙ୍କ ସମ୍ପର୍କ। କୁହାଯାଏ, ଏହି ମନ୍ଦିରରେ ପାରଳା ମହାରାଜାଙ୍କ ଖଣ୍ଡା ୧୫ ଦିନ ଧରି ପୂଜା ପାଉଥାଏ। ଦଶମୀ ପର ଦିନ ଖଣ୍ଡା ରାଜପ୍ରସାଦକୁ ଫେରିଯାଏ। କାଳକ୍ରମେ ରାଜତନ୍ତ୍ର ଲୋପ୍‌ ପାଇବା ପରେ ସ୍ଥାନୀୟ ଲୋକେ ସେହି ପରମ୍ପରାକୁ ବଜାୟ ରଖିଛନ୍ତି। ବର୍ଷରେ ୧୫ ଦିନ ମନ୍ଦିର ଖୋଲି ପୂଜା କରିଆସୁଛନ୍ତି।

Advertisment

ଜଣେ ଶ୍ରଦ୍ଧାଳୁ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରୁ ମାଆ ପୂଜା ପାଇ ଆସୁଛନ୍ତି। ମାଆଙ୍କ ଉପରେ ମହାରାଜାଙ୍କର ଅଗାଢ଼ ବିଶ୍ୱାସ ରହିଥିଲା। ଇଷ୍ଟଦେବୀ ମାଣିକେଶ୍ୱରୀ ଓ କନକଦୁର୍ଗାଙ୍କୁ ସେ ଯମିତି ପୂଜା କରନ୍ତି, ଠିକ୍‌ ସେମିତି ଦଣ୍ଡମାଆଙ୍କୁ ପୂଜାର୍ଚ୍ଚନା କରୁଥିଲେ ବୋଲି କୁହାଯାଏ ବୋଲି ଶ୍ରଦ୍ଧାଳୁ ଜଣକ କହିଛନ୍ତି।

ରିପୋର୍ଟ-ପାରଳାଖେମୁଣ୍ଡିରୁ ଆଦର୍ଶ ଦାସ

Durga Puja Gajapati District