Advertisment

ସପ୍ତମୀରେ ସିଂହବାହିନୀ ବେଶରେ ଦର୍ଶନ ଦେଲେ ମାଆ ମଙ୍ଗଳା

ମାଆଙ୍କ ନିକଟରେ କାଷ୍ଟ ନିର୍ମିତ ସିଂହ ଲାଗି କରାଯିବା ସହ ବିଭିନ୍ନ ଦେବାଦେବୀମାନଙ୍କ ଦ୍ଵାରା ପ୍ରଦତ୍ତ ଅସ୍ତ୍ର ଲାଗି କରାଯାଇଥିଲା। ଶୁକ୍ରବାର ରାତି ୯ଟାରୁ ମା’ଙ୍କ ସିଂହବାହିନୀ ବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ।

Kakatpur Maa Mangala

Kakatpur Maa Mangala

Advertisment

ସପ୍ତମୀରେ ଶୁକ୍ରବାର ରାତିରେ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମାଆ ମଙ୍ଗଳାଙ୍କର ପ୍ରସିଦ୍ଧ ସିଂହବାହିନୀ ବେଶ ହୋଇଛି। ସନ୍ଧ୍ୟାରେ ଭଅଣ୍ଡ ଧୂପ ପରେ ମାଆଙ୍କ ଚଳନ୍ତି ପ୍ରତିମା ମନ୍ଦିର ମଧ୍ୟରେ ଥିବା ଦୁର୍ଗା ପ୍ରତିମାଙ୍କୁ ରତ୍ନବେଦୀରୁ ବାହାରକୁ ଅଣାଯାଇଥିଲା। ପରେ ଏକତ୍ର ଭାବେ ଏକ ଖଟୁଳିରେ ଜଗତି ପୂଜା କରାଯାଇଥିଲା। ଜଗତି ପୂଜା ପରେ ମାଆଙ୍କ ଚଳନ୍ତି ପ୍ରତିମାକୁ ରତ୍ନ ସିଂହାସନରେ ପୁନଃ ଅବସ୍ଥାପିତ କରାଯାଇଥିଲା। ତା’ପରେ ମାଆ ମହିଷାକୁ ଖୋଜିବା ପାଇଁ ସିଂହବାହିନୀ ବେଶ ଧାରଣ କରିଥିଲେ।

Advertisment

ମାଆଙ୍କ ନିକଟରେ କାଷ୍ଟ ନିର୍ମିତ ସିଂହ ଲାଗି କରାଯିବା ସହ ବିଭିନ୍ନ ଦେବାଦେବୀମାନଙ୍କ ଦ୍ଵାରା ପ୍ରଦତ୍ତ ଅସ୍ତ୍ର ଲାଗି କରାଯାଇଥିଲା। ଶୁକ୍ରବାର ରାତି ୯ଟାରୁ ମା’ଙ୍କ ସିଂହବାହିନୀ ବେଶ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଯେଉଁଥିପାଇଁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଆଜି (ଶନିବାର) ସକାଳେ ମଧ୍ୟ ଶ୍ରଦ୍ଧାଳୁମାନେ ମାଆଙ୍କ ସିଂହବାହିନୀ ବେଶ ଦର୍ଶନ କରି ଭାବବ୍ୟୁହ ହୋଇଥିଲେ।

ଆଜି ରାତିରେ ଅଷ୍ଟମୀରେ ମାଆଙ୍କର ମହିଷାମର୍ଦ୍ଧିନୀ ବେଶ ଅନୁଷ୍ଠିତ ହେବ। ତା’ପରେ ମାଆ ମହିଷାଙ୍କୁ ସଂହାର କରିବାକୁ ଯିବେ। ଆଜି ସଂହାର କରିବା ପରେ ରବିବାର ନବମୀରେ ଶାନ୍ତି ବେଶରେ ମାଆ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ।

Advertisment

ରିପୋର୍ଟ-କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe