/odisha-reporter/media/post_attachments/uploadimage/library/16_9/16_9_0/IMAGE_1709917370.jpg)
Lingaraj Temple
ନିର୍ଦ୍ଧାରିତ ସମୟରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ମହାଦୀପ ଦର୍ଶନ କଲେ ସନ୍ଧ୍ୟାରୁ ଦୀପ ଜାଳି ବସିଥିବା ହଜାର ହଜାର ଶ୍ରଦ୍ଧାଳୁ।
ମହାଶିବରାତ୍ରି ପାଇଁ ଆଜି ଚଳଚଞ୍ଚଳ ଥିଲା ରାଜଧାନୀ ଭୁବନେଶ୍ୱର। ଭୋରରୁ ଲାଗିଥିଲା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଭକ୍ତଙ୍କ ଗହଳି। ଭୋର ୩ଟାରେ ଦ୍ଵାର ଫିଟା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସଂପନ୍ନ କରାଯାଇଥିଲା। ତା’ ପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ ପ୍ରଭୁ ଶ୍ରୀ ଲିଙ୍ଗରାଜ। ଭୋର ୪ଟାରୁ ସାହାଣମେଲା ଦର୍ଶନ ଦିନ ୧୧ଟା ଯାଏଁ ଚାଲିଥିଲା। ପରେ ଛାମୁ ପରିଷ୍କାର ହୋଇ ନୀତି ବଢ଼ିଥିଲା। ସବୁ ନୀତିକାନ୍ତି ସୁରୁଖୁରୁରେ ଶେଷ ହେବା ପରେ ନିର୍ଦ୍ଧାରିତ ସମୟ ରାତି ୧୦ଟା ବେଳକୁ ଉଠିଥିଲା ମହାଦୀପ।
ସେହିପରି ଜାଗର ପାଇଁ କଟକର ଧବଳେଶ୍ୱର ପୀଠ ଚଳଚଞ୍ଚଳ ରହିଛି। ରାତିର ତୃତୀୟ ପ୍ରହରରେ ମାଣ୍ଡୁଅ ଭୋଗ ପରେ ବେଢ଼ା ପରିକ୍ରମା କରାଯିବ। ରାତି ଗୋଟାଏରେ ଏଠାରେ ଉଠିବ ମହାଦୀପ। ଢେଙ୍କାନାଳର କପିଳାସରେ ରାତି ୪ଟା ୨୦ରେ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ ହୋଇଛି।
ମହାଶିବରାତ୍ରୀ ଅବସରରେ ଭଦ୍ରକ ଆରଡ଼ିରେ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ହୋଇଛି। ଏଠାରେ ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ଉଠିବ ମହାଦୀପ। ବାଲେଶ୍ୱରର ଚନ୍ଦନେଶ୍ୱରରେ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ଏଠାରେ
ଭୋର୍ ୪ଟାରେ ଉଠିବ ମହାଦୀପ। ନୟାଗଡ଼ର ଶରଣକୁଳର ଲଡୁବାବାଙ୍କ ପୀଠରେ ରାତି ୧୨ଟାରେ ଉଠିବ ମହାଦୀପ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
