Advertisment

ନୀଳାଦ୍ରି ବିଜେକୁ ୧୯ ଦିନ ବିତିଲାଣି, ମହାପ୍ରଭୁଙ୍କର ହୋଇପାରୁନି ବନକଲାଗି ନୀତି

ମହାପ୍ରଭୁଙ୍କ ବନକଲାଗି ସେବା କରିଆସୁଥିବା ଦତ୍ତ ମହାପାତ୍ର ସେବକଙ୍କ ଦାବି-ଶ୍ରୀମନ୍ଦିର ସତ୍ତ୍ୱଲିପିରେ ମାସକୁ ୪ ଥର ଓ ପ୍ରତି ଗୁରୁବାର ଶ୍ରୀମୁଖ ଶୃଙ୍ଖାର ନୀତି କରାଯିବାର ବିଧି ରହିଛି।

Puri

Puri

Advertisment

ରଥଯାତ୍ରା ଯାଇ ନିଳାଦ୍ରୀ ବିଜେ ସରିଲାଣି। ଏହା ଭିତରେ ୧୯ ଦିନ ବିତିଲାଣି। ହେଲେ ତା’ପରଠୁ ରତ୍ନବେଦୀ ଉପରେ ଆଉ ତିନିଠାକୁରଙ୍କ ଶ୍ରୀମୁଖ ଶୃଙ୍ଖାର ହୋଇନି। ନିର୍ଦ୍ଦିଷ୍ଟ କେଉଁ ବାରରେ ଏହି ଗୁପ୍ତସେବା ହେବ? ତାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ମଧ୍ୟରେ ବିବାଦ ତୁଟୁନଥିବାରୁ ସୃଷ୍ଟି ହୋଇଛି ଏଭଳି ଅଭାବନୀୟ ପରିସ୍ଥିତି। ତେଣେ ଭକ୍ତ କହିଲେଣି, ଶୀଘ୍ର ଏହାର ପରିସମାପ୍ତି ଘଟାଇ ଠାକୁରମାନଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଉ।

Advertisment

ମହାପ୍ରଭୁଙ୍କ ବନକଲାଗି ସେବା କରିଆସୁଥିବା ଦତ୍ତ ମହାପାତ୍ର ସେବକଙ୍କ ଦାବି-ଶ୍ରୀମନ୍ଦିର ସତ୍ତ୍ୱଲିପିରେ ମାସକୁ ୪ ଥର ଓ ପ୍ରତି ଗୁରୁବାର ଶ୍ରୀମୁଖ ଶୃଙ୍ଖାର ନୀତି କରାଯିବାର ବିଧି ରହିଛି। ଏମିତିକି ଗୁରୁବାର ମହାଲକ୍ଷ୍ମୀଙ୍କ ମାଜଣା ନୀତି ଚାଲୁଥିବାରୁ ସେହିଦିନ ମହାପ୍ରଭୁ ଜଗନ୍ନାଥଙ୍କ ଅଧରପୋଛା ସହ ବନକଲାଗି କରାଯିବାର ତାତ୍ତ୍ୱିକ ନିୟମ ରହିଛି। ଯଦି କେବେ କିଛି ଅସୁବିଧା ଥିଲେ ତା’ର ଦିନକ ଆଗରୁ ଅର୍ଥାତ୍ ବୁଧବାର ବନକଲାଗି କରାଯାଏ। କିନ୍ତୁ ଏବେ ଗୁରୁବାର ପରିବର୍ତ୍ତେ ସବୁ ବୁଧବାର ଶ୍ରୀମୁଖ ଶୃଙ୍ଗାର ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାଧ୍ୟ କରୁଛି। ଯାହାକି ରେକର୍ଡ ଅଫ୍‌ ରାଇଟ୍ସର ଉଲ୍ଲଂଘନ।

ସେପଟେ ବରିଷ୍ଠ ଦଇତାପତି ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି- ବୁଧବାର ବନକଲାଗି କରାଯିବାକୁ ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏବେ ଦତ୍ତ ମହାପାତ୍ର ସେବକମାନେ ଯେଉଁ ଜିଦ ଧରିଛନ୍ତି, ତାକୁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ସମାଧାନ କରୁ। ଏ ପ୍ରସଙ୍ଗ ସେମାନେ ଆସନ୍ତା ସପ୍ତାହରେ ପରିଚାଳନା କମିଟି ବୈଠକରେ ଉଠାଇ ପାରିବେ। ଯେହେତୁ ବିଭିନ୍ନ ସମୟରେ ମନ୍ଦିରରେ ଯାନିଯାତ୍ରା ପାଇଁ ଭିଡ଼ ହୁଏ, ତେଣୁ ବୁଧବାର ଆଗୁଆ ଶ୍ରୀମୁଖ ଶୃଙ୍ଗାର ନୀତି କରାଯିବାରେ କୌଣସି ଅସୁବିଧା ନାହିଁ।

Advertisment
Puri Shreemandir Puri Sri Jagannath
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe