Advertisment

ମହାପ୍ରଭୁଙ୍କ ଆନନ୍ଦ ବଜାରରେ ମହାପ୍ରସାଦ ଚଢା ଦର ଶୁଣି ଭକ୍ତ ଛାନିଆ

ହଠାତ୍ କାହିଁକି ଆନନ୍ଦ ବଜାରରେ ବେଲଗାମ୍ ହେଲା ଶୁଖିଲି ଓ ଶଙ୍ଖୁଡ଼ି ଭୋଗ? ଅବଢ଼ା ଓ ଖଜା-ପିଠା ଦାମ ଧାଏଁ କରି ତିନି ଗୁଣା ବଢ଼ିଲା କାହିଁକି?

author-image
Manoranjan Sial
Mahaprasad

Mahaprasad

ଶ୍ରୀମନ୍ଦିରରେ ଜଗା ଦର୍ଶନ ସାରି ଆନନ୍ଦ ବଜାରକୁ ମହାପ୍ରସାଦ ଟିକେ ପାଇବାକୁ ଆସିଲା ବେଳକୁ ଚଢ଼ା ଦର ଶୁଣି ଭକ୍ତ ଛାନିଆ। ଯେଉଁଠି ୧୦୦ ଟଙ୍କା ଦେଲେ ଅନ୍ନ, ଡାଲି ଓ ବେସର ଟିକେ ମିଳୁଥିଲା, ଏବେ ତାହା ୨୦୦ ଟଙ୍କା ଉପରେ। ଶୁଖିଲା ଭୋଗ ଭାବେ ପିଠା, ଖଜା ରେଟ ତିନି ଗୁଣା ଉଚ୍ଚା। ଆଗରୁ ୫ ଟଙ୍କାରେ ମିଳୁଥିବା ଖଜା ଏବେ ୧୫ ଟଙ୍କା, ୧୫ ଟଙ୍କିଆ ପିଠା ୩୦ ଟଙ୍କା, ଆଉ ୩୦ ଟଙ୍କିଆ ଅମାଲୁ ୫୦ଟଙ୍କାରେ ବିକ୍ରି ହେଉଛି। ଧର୍ମ ମାସ କାର୍ତ୍ତିକ ମାସ ଆରମ୍ଭ ନହେଉଣୁ ଆନନ୍ଦ ବଜାରରେ ଏଭଳି ଆକାଶ ଛୁଆଁ ଦର ବୃଦ୍ଧିକୁ ନେଇ ସାଧାରଣ ଭକ୍ତ ନିରାଶ ହୋଇଥିବା ବେଳେ ବରିଷ୍ଠ ସେବାୟତ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି।

Advertisment

ଭକ୍ତଙ୍କ ପ୍ରଶ୍ନ, ହଠାତ୍ କାହିଁକି ଆନନ୍ଦ ବଜାରରେ ବେଲଗାମ୍ ହେଲା ଶୁଖିଲି ଓ ଶଙ୍ଖୁଡ଼ି ଭୋଗ? ଅବଢ଼ା ଓ ଖଜା-ପିଠା ଦାମ ଧାଏଁ କରି ତିନି ଗୁଣା ବଢ଼ିଲା କାହିଁକି? ମହାସୁଆର ନିଯୋଗ ସଂପାଦକଙ୍କ ସୂଚନା ଅନୁସାରେ, ଆଗରୁ ଶ୍ରୀଜିଉଙ୍କୁ ଲାଗି ହେଉଥିବା କୋଠ ଭୋଗ ଓମଫେଡ୍‌ ଘିଅରେ ତିଆରି ହେଉଥିଲା। ହେଲେ ମନ୍ଦିର ପ୍ରଶାସନର ନିର୍ଦ୍ଦେଶ କ୍ରମେ ଏବେ ବରାଦି ଓ ଅନ୍ୟ ଭୋଗ ମଧ୍ୟ ଓମଫେଡ୍‌ ଘିଅରେ ରନ୍ଧା ହେଉଛି। ଓମଫେଡ୍‌ ଘିଅ କିଲୋ ପିଛା ୫୬୩ ଟଙ୍କାରେ କିଣି କେମିତି ପୁରୁଣା ଦରରେ ଭୋଗ ତିଆରି କରି ବିକିବୁ ବୋଲି ପାଲଟା ପ୍ରଶ୍ନ କରିଛି ନିଯୋଗ। ଭୋଗ ଦର ଭକ୍ତଙ୍କୁ ସୁହାଇଲା ଭଳି କରିବାକୁ ହେଲେ ମନ୍ଦିର ପାଇଁ ଓମଫେଡ୍ ଘିଅର ଡିପୋ କରାଯିବା ସହ ସବସିଡ଼ିରେ ପ୍ରଦାନ କରିବାକୁ ଦାବି କରିଛି ନିଯୋଗ।

ସେପଟେ ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଅବଢ଼ା ଦର ବୃଦ୍ଧି ନିରାକରଣ ପ୍ରସଙ୍ଗରେ ସ୍ପଷ୍ଟ ଉତ୍ତର ରଖିନଥିବା ବେଳେ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ସହ ରେଟ୍‌ଚାଟ୍‌ ଲଗାଇବାକୁ ଉଦ୍ୟମ ଚାଲିଥିବା କହିଛନ୍ତି। ସେମିତି ଆଇନମନ୍ତ୍ରୀ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି, ଶ୍ରୀମନ୍ଦିରରେ ଦୀପ ହେଉ କି ମହାପ୍ରସାଦ, ଶୁଦ୍ଧତାକୁ ନେଇ କୌଣସି ପ୍ରକାର ସାଲିସ କରାନଯିବାକୁ ପରିଚାଳନା କମିଟିରେ ନିଷ୍ପତ୍ତି ହୋଇଥିଲା।

Advertisment

ଆନ୍ଧ୍ରର ତିରୁପତି ମନ୍ଦିରରେ ପଶୁ ଚର୍ବିରେ ଲଡୁ ତିଆରି ହେଉଥିବା ବିବାଦ ପରଠୁ, ସଜାଗ ହୋଇଛନ୍ତି ଓଡ଼ିଶା ସରକାର। ଶ୍ରୀମନ୍ଦିରରେ ଶୁଦ୍ଧତା ଆଣିବାକୁ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ଭୋଗ ଓ ଦୀପ ଦର ହଠାତ୍ ବଢିଛି। ଯାହାକି ଭକ୍ତଙ୍କୁ ଖୁବ୍ ବାଧୁଛି।

Puri Shreemandir