Advertisment

ମାଇପି ମେଳା; ମାନସିକ ପୂରଣ ପାଇଁ ଅଧିଆ ପଡ଼ିଲେ ଶତାଧିକ ମହିଳା

ମାନସିକଧାରୀ ମହିଳାମାନେ ଶନିବାରଠାରୁ ହବିଷ କରି ନୂତନ ବସ୍ତ୍ର ପରିଧାନ କରିଥିଲେ। ଚୈତ୍ର ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ଅର୍ଥାତ ରବିବାର ବିଳମ୍ୱିତ ରାତିରେ ମନଷ୍କାମନା ପୂରଣ ପାଇଁ ଶହଶହ ମହିଳା ବଟ ଗୋସେଇଁଙ୍କ ନିକଟରେ ଅଧିଆ ପଡିଥିଲେ।

Puri

Puri

Advertisment

ମାଇପି ମେଳା। କାହିଁ କେଉଁ କାଳରୁ ଚାଲିଆସିଛି ଏହି ନିଆରା ପରମ୍ପରା। ମାନସିକ ପୂରଣ ପାଇଁ ୧୨ ଘଣ୍ଟା ଧରି ଅଧିଆ ପଡ଼ିଲେ ଶତାଧିକ ମହିଳା। ଲୋକଙ୍କ ବିଶ୍ୱାସ ଅଧିଆ ପଡ଼ିଲେ, ମନଷ୍କାମନା ପୂରଣ ହୋଇଥାଏ। ପୁରୀ ଜିଲ୍ଲା ପରମବ୍ରହ୍ମ ବଟ ଗୋସେଇଁଙ୍କ ପୀଠରେ ଏହି ମେଳା ହୋଇଛି।

Advertisment

ନିମାପଡା ଭୋଗଶାଳଦା ପଞ୍ଚାୟତ କାନପୁର ଗାଁରେ ରହିଛି ନିରାକାର ପରମବ୍ରହ୍ମ ବଟ ଗୋସେଇଁଙ୍କ ପୀଠ। ସେହି ପୀଠରେ ଆନନ୍ଦ ଉଲ୍ଲାସରେ ଆୟୋଜିତ ହୋଇଛି ମାଇପି ମେଳା। ପରମ୍ପରା ଅନୁସାରେ ମାନସିକଧାରୀ ମହିଳାମାନେ ଶନିବାରଠାରୁ ହବିଷ କରି ନୂତନ ବସ୍ତ୍ର ପରିଧାନ କରିଥିଲେ। ଚୈତ୍ର ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀରେ ଅର୍ଥାତ ରବିବାର ବିଳମ୍ୱିତ ରାତିରେ ମନଷ୍କାମନା ପୂରଣ ପାଇଁ ଶହଶହ ମହିଳା ବଟ ଗୋସେଇଁଙ୍କ ନିକଟରେ ଅଧିଆ ପଡିଥିଲେ।

ମହିଳାମାନେ ରବିବାର ରାତି ୧୨ଟାରୁ ଆଜି ମଧ୍ୟାହ୍ନ(୧୨) ବଟ ଗୋସେଇଁଙ୍କ ପୀଠ ଚାରି ପାର୍ଶ୍ଵରେ ଅଧିଆ ପଡିଥିଲେ। ବିଶ୍ଵାସ ରହିଛି ଏହି ପବିତ୍ର ଦିନରେ ପୀଠରେ ମାନସିକ ରଖି ଅଧିଆ ପଡିଲେ ଅପୁତ୍ରିକ ସନ୍ତାନ ଲାଭ କରିଥାଏ। ଦୁରାରୋଗ ଭଲ ହୋଇଯାଇଥାଏ। ସମସ୍ତ ମାନସିକ ପୂରଣ ହୋଇଥାଏ। ସେହି ବିଶ୍ଵାସରେ ଆଖ ପାଖ ଅଞ୍ଚଳ ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମହିଳାମାନେ ଆସି ଏଠାରେ ଅଧିଆ ପଡିଥିଲେ।

Advertisment

ପରମ୍ପରା ଅନୁସାରେ ପ୍ରତ୍ୟୁଷରୁ ଠାକୁରଙ୍କ ନୀତିକନ୍ତି ପରେ ଦ୍ଵିପ୍ରହରେ କୋଠା ଭୋଗ କରାଯାଇଥିଲା। କୋଠା ଭୋଗ ପରେ ମନ୍ଦିରର ସେବକମାନେ ମାନସିକଧାରୀଙ୍କ ଉପରେ ଆଶୀର୍ବାଦ ସୂଚକ ଜଳ ସିଞ୍ଚନ କରିଥିଲେ। ତା’ପରେ ମହିଳାମାନଙ୍କୁ ପଣା ଦିଆଯାଇଥିଲା। ମହିଳାମାନେ ପଣା ପିଇ ଅଧିଆରୁ ଉଠିଥିଲେ।

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe