Advertisment

କାଦୁଅରେ ହୋଲି ଖେଳ

ରଙ୍ଗ, ଅବିରକୁ ଛାଡ଼ି କାଦୁଆରେ ପ୍ରଥମ ଥର ପାଇଁ ହୋଲି ଖେଳିଲେ ଛାତ୍ରଛାତ୍ରୀ।

ଅଦ୍ୟତନ ହୋଇଛି
NIT Students

NIT Students

Advertisment

ରାଉରକେଲା ଏନଆଇଟି ପରିସରରେ ଜମିଛି ରଙ୍ଗର ଉତ୍ସବ। ଏଠି ରଙ୍ଗ ନୁହେଁ, କାଦୁଅରେ ହୋଇଛି ହୋଲି ଖେଳ। ପରସ୍ପରକୁ କାଦୁଅ ଲଗାଇ ହୋଲିର ମଜା ନେଇଛନ୍ତି ଛାତ୍ରଛାତ୍ରୀ। ଏହି ମାଟିର ହୋଲି ଖେଳକୁ ଛାତ୍ରଛାତ୍ରୀମାନେ ଖୁବ୍ ମନଭରି ଉପଭୋଗ କରିଛନ୍ତି।

Advertisment

ଛୋଟରୁ ବଡ଼ ସମସ୍ତେ ହୋଲିରେ ଏକ ହୋଇ କାଦୁଆରେ ହୋଲି ଖେଳିଥିଲେ। NIT ରେ ପାଠ ପଢୁଥିବା ହଜାର ହଜାର ପିଲା ମାନେ ଆଜି ହୋଲି ଖେଳିଥିଲେ। ରାଜ୍ୟ, ଦେଶ ଓ ବିଦେଶର ବହୁ ଛାତ୍ର ଛାତ୍ରୀ ଆଜି କୂତ୍ରିମ କାଦୁଆ ପୋଖରୀ କରି ସେଥିରେ ହୋଲି ଖେଳିଥିଲେ। NITରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଘର ବହୁ ଦୂରରେ ଥିଲେ ମଧ୍ୟ ସେମାନେ ଘରକୁ ନଯାଇ ଏଠି କାଦୁଅରେ ହୋଲି ଖେଳି ବହୁତ ଖୁସିଅଛନ୍ତି। ରଙ୍ଗ, ଅବିରକୁ ଛାଡ଼ି କାଦୁଆରେ ପ୍ରଥମ ଥର ପାଇଁ ହୋଲି ଖେଳିଲେ ଛାତ୍ରଛାତ୍ରୀ।

Holi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe