Advertisment

ବାଲିଯାତ୍ରାରେ କାମ କରୁନି ମୋବାଇଲ ନେଟୱର୍କ, ହୋଇପାରୁନି ୟୁପିଆଇ ପେମେଣ୍ଟ

ଇଣ୍ଟରନେଟ ତ ଦୂରର କଥା ମୋବାଇଲ ଫୋନରେ କଥା ମଧ୍ୟ ସମ୍ଭବ ହୋଇପାରୁନି।

ଅଦ୍ୟତନ ହୋଇଛି
Baliyatra

Baliyatra

Advertisment

ଜମୁଛି କଟକ ଐତିହାସିକ ବାଲିଯାତ୍ରା। ବାଲିଯାତ୍ରାରେ କିଣାକିଣି ସାଙ୍ଗକୁ ବୁଲାବୁଲି ସହ ଚଟପଟା ଖାଦ୍ୟର ମଜା ନେଉଛନ୍ତି ଲୋକେ। ତେବେ ବାଲିଯାତ୍ରାରେ ଫେଲ ମାରିଛି ମୋବାଇଲ ନେଟୱର୍କ। ଇଣ୍ଟରନେଟ ତ ଦୂରର କଥା ମୋବାଇଲ ଫୋନରେ କଥା ମଧ୍ୟ ସମ୍ଭବ ହୋଇପାରୁନି। ଫଳରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦର୍ଶକ ।

Advertisment

ଅନ୍ୟପକ୍ଷରେ ବାଲିଯାତ୍ରା ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା କାରଣରୁ ସାଙ୍ଗରେ ଅଧିକ ପଇସା ନ ଆଣି ଅନଲାଇନ୍ ପେମେଣ୍ଟ କରିବାକୁ କମିଶନରେଟ୍ ପୁଲିସ୍ ଲୋକଙ୍କୁ ସଚେତନ କରିଛି।  ହେଲେ ମୋବାଇଲାକୁ ନେଟୱର୍କ ଆସୁନଥିବାରୁ ଚିନ୍ତାରେ ଦର୍ଶକ। ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେଉଥିବା ବେଳେ ମୋବାଇଲ ନେଟୱର୍କ କାମ କରୁ ନଥିବାରୁ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଦର୍ଶକ।

ଏପରିକି ୟୁପିଆଇ ପେମେଣ୍ଟ ପାଇଁ ସ୍କାନର ମେସିନ୍ ଅଛି, ହେଲେ ଇଣ୍ଟରନେଟ ନ ଥିବାରୁ ମୋବାଇଲ୍ ପେମେଣ୍ଟ କରିପାରୁ ନାହାନ୍ତି ଲୋକେ। ବାଧ୍ୟ ହୋଇ ଜିନିଷ କିଣି ନପାରି ଫେରି ଯାଉଛନ୍ତି ଦର୍ଶକ। ସେହିପରି ନେଟୱର୍କ ଆସୁନ ଥିବାରୁ ମୋବାଇଲ୍ ଫୋନରେ କଥା ହୋଇପାରୁନଥିବାରୁ ବହୁ ଦର୍ଶକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment
Bali Yatra Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe