Advertisment

୩୮ ଲକ୍ଷ ପର୍ଯ୍ୟଟକ ବୁଲିଲେ ନନ୍ଦନକାନନ, ୨୦ କୋଟିରୁ ଅଧିକ ଆୟ

ରାତ୍ରିଚର ଜୀବଙ୍କ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ନାଇଟ ସଫାରୀ ବ୍ୟବସ୍ଥା ହେବ। ଯାହାଫଳରେ ରାତିରେ ଲୋକମାନେ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

author-image
Manoranjan Sial
Nandankanan

Nandankanan

ରାଜଧାନୀ ଭୁବନେଶ୍ୱରରେ ଛିଡ଼ା ହୋଇଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ୨୦୨୨-୨୩ ଆର୍ଥିକ ବର୍ଷରେ ୩୮ ଲକ୍ଷରୁ ଅଧିକ ପର୍ଯ୍ୟଟକ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଏଥିରୁ ୨୦ କୋଟିରୁ ଅଧିକ ଟଙ୍କା ରାଜସ୍ୱ ଆୟ ହୋଇଛି। ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ଭି.ନାୟାର ଏନେଇ ସୂଚନା ଦେଇଛନ୍ତି।

Advertisment

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଚଳିତ ଆର୍ଥିକ ବର୍ଷରେ ୪୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିବା ପାଇଁ ଆଶା ରଖାଯାଉଛି। ପର୍ଯ୍ୟଟକଙ୍କ ଲାଗି ନିକଟ ଅତୀତରେ ରୋପ୍‌ ୱେ, ବୋଟିଂ ସୁବିଧା ସହ ନୂଆ ନୂଆ ଜୀବଜନ୍ତୁ ଓ ଏନକ୍ଲୋଜର ସାମିଲ କରାଯାଇଛି। ନନ୍ଦନକାନନ ସମ୍ପ୍ରସାରଣ ମାଷ୍ଟର ପ୍ଲାନ୍‌ ଅଧୀନରେ ପ୍ରାଣୀ ଉଦ୍ୟାନରେ ସମସ୍ତ ଜୀବଜନ୍ତୁକୁ ଥିମାଟିକ ଏକଜିବିସନ ବ୍ୟବସ୍ଥାରେ ପ୍ରଦର୍ଶନ କରାଯିବ। ସମସ୍ତ ସଫାରୀକୁ ସମ୍ପ୍ରସାରିତ ହେବାକୁ ଥିବା ଚୁଡ଼ଙ୍ଗ ଅଞ୍ଚଳକୁ ସ୍ଥାନାନ୍ତରିତ କରାଯିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶ କହିଛନ୍ତି।

ସେ ଆହୁରି କହିଛନ୍ତି, ରାତ୍ରିଚର ଜୀବଙ୍କ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ପାଇଁ ନାଇଟ ସଫାରୀ ବ୍ୟବସ୍ଥା ହେବ। ଯାହାଫଳରେ ରାତିରେ ଲୋକମାନେ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ। ଦୁବାଇ ସଫାରୀ ପାର୍କ ସହ ଚାଲିଥିବା ଏଗ୍ରୀମେଣ୍ଟ ଅନୁସାରେ ନନ୍ଦନକାନନକୁ ଚିତା ବାଘ ସହ ଧଳା ସିଂହ, ଆଫ୍ରିକୀୟ ସିଂହ, ମକାଓ ଆସିବ। ଚିତା ପାଇଁ ନନ୍ଦନକାନନରେ ନୂଆ ଏନକ୍ଲୋଜର ତିଆରି କରାଯାଉଛି ବୋଲି ମନୋଜ ଭି. ନାୟାର କହିଛନ୍ତି।

Advertisment
Bhubaneswar Bhubaneswar News Nandankanan Zoological Park