ଶ୍ରୀକ୍ଷେତ୍ରରେ ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପାସନା କରାଯାଏ

ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ନାଗାର୍ଜୁନ ପରମ୍ପରା। କାର୍ତ୍ତିକ ମାସରେ ପଞ୍ଚୁକର ଛଅ ଦିନ ପଡିଲେ ମହାପ୍ରଭୁ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସେହିଭଳି ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ଜାଗା ଆଖଡା ସୃଷ୍ଟି ହୋଇଥିଲା।

Puri Temple

ପୁରୀ ଶ୍ରୀମନ୍ଦିର

Manoranjan Sial
  • Published: Saturday, 12 October 2024
  • Updated: 12 October 2024, 05:00 PM IST

ଭାରତ ବର୍ଷରେ ଶରତକାଳୀନ ଶାରଦୀୟ ଦୁର୍ଗାପୂଜା ପ୍ରତିଟି ସ୍ଥାନରେ ଧୂମଧାମରେ ପାଳନ କରାଯାଏ। କିନ୍ତୁ କୌଣସି ସ୍ଥାନରେ ନାଗାର୍ଜୁନଙ୍କୁ ପୂଜା କରାଯାଇନଥାଏ। ହେଲେ ଶାରଦୀୟ ଦୁର୍ଗୋତ୍ସବରେ ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରାରେ ଉପାସିତ ହୋଇଥାଆନ୍ତି ନାଗାର୍ଜୁନ। ନାଗାର୍ଜୁନଙ୍କୁ ବନଯାଗ ମନ୍ତ୍ରରେ ଉପସନା କରାଯାଇଥାଏ। ଯେଉଁ ଭଳି ଭାବରେ ମାଆ ଦୁର୍ଗାଙ୍କର ତ୍ରିଦିନାତ୍ମକ ପୂଜାର୍ଚ୍ଚନା (ସପ୍ତମୀ, ଅଷ୍ଟମୀ ଓ ନବମୀ) ତିଥିରେ ଭିନ୍ନ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶରେ ଶକ୍ତି ରୂପରେ ପୂଜାର୍ଚ୍ଚନା କରାଯାଇଥାଏ, ଠିକ୍ ସେମିତି ନାଗାର୍ଜୁନଙ୍କୁ ଉପାସନା କରାଯାଇଥାଏ।

Also Read

 ନିଆରା ପରମ୍ପରା ଭାବେ ଶ୍ରୀକ୍ଷେତ୍ରରେ ମାଆ ଦୁର୍ଗାଙ୍କୁ ଏଠାରେ ଗୋଷାଣୀ ରୂପରେ ସମ୍ବୋଧିତ କରାଯାଇ ପୂଜା କରାଯାଇଥାଏ। ଏଠାରେ ମାଆ ବିମଳାଙ୍କ ପ୍ରତୀକ ମାଆ କାକୁଡି ଖାଇ, ତାଙ୍କ ଝିଅ ଭାବରେ ୧୮ ହାତ ଉଚ୍ଚତା ମାଆ ବାରବାଟୀ, ୧୫ ହାତ ଉଚ୍ଚତା ମାଆ ଜହ୍ନିଖାଇ, ବେଲବାଈ, ଗେଲବାଈ, ବସନ୍ତେଈ, ବାଲିସାହି ଜହ୍ନିଖାଇ, ପଣାପ୍ରିୟା, ଶୂନ୍ୟ ଗୋଷାଣି ପୂଜା ପାଇଥାନ୍ତି। ସେହିଭଳି ବିଭିନ୍ନ ସାହିରେ ନାଗାର୍ଜୁନଙ୍କୁ ପୂଜା କରାଯାଇଥାଏ।  

ଶ୍ରୀଜଗନ୍ନାଥଙ୍କ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ନାଗାର୍ଜୁନ ପରମ୍ପରା। କାର୍ତ୍ତିକ ମାସରେ ପଞ୍ଚୁକର ଛଅ ଦିନ ପଡିଲେ ମହାପ୍ରଭୁ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସେହିଭଳି ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ଜାଗା ଆଖଡା ସୃଷ୍ଟି ହୋଇଥିଲା। ଜାଗା ଆଖଡାର ଭେଣ୍ଡିଆ ଯୁବକମାନେ ସାହିଯାତ ପରମ୍ପରାରେ ନାଗା ବେଶ ଧାରଣ କରି ନୃତ୍ୟ ପରିବେଷଣ କରିଥାଆନ୍ତି। ନାଗା ବେଶରେ ଯେପରି ନାଗା ୧୬ଟି ଅସ୍ତ୍ରଶସ୍ତ୍ର ଧାରଣ କରିଥାନ୍ତି, ସେହିଭଳି ନାଗାର୍ଜୁନ ମୂର୍ତ୍ତି ମଧ୍ୟ ବିରାଟ ଏକ ଧନୁ ତୀରରେ ସଜ୍ଜିତ ତାଟି ପରିଧାନ କରି ମସ୍ତକରେ ହାଣ୍ଡିଆ, ହାଣ୍ଡିଆ ଉପରି ଭାଗରେ ଫୁଲ ରହିଥାଏ। ଅଣ୍ଟାରେ ଅଣ୍ଟାପଟି, ସାଞ୍ଜୁ, ହାତରେ ବିଭିନ୍ନ ମାରିଣାସ୍ତ ଧରି ଯୋଦ୍ଧା ଭଳି ସମସ୍ତଙ୍କୁ ସୁରକ୍ଷା ଦେଇଥାନ୍ତି। ଧରାପୃଷ୍ଠରେ ମାଆ ମହିଷାକୁ ବଦ୍ଧ କରି ଯେଉଁଭଳି ଧରାକୁ ସୁରକ୍ଷା ଦେଇଛନ୍ତି, ଠିକ୍ ସେହିଭନି ନାଗାର୍ଜୁନ ଯୋଦ୍ଧା ରୂପରେ ଧରାକୁ ସୁରକ୍ଷା ଦେଇଆସୁଛନ୍ତି। ଆଉ ସେହି ରୂପରେ ଦେଖିଲେ ମନରେ ଏକ ଦମ୍ଭ  ପ୍ରତିୟମାନ ହୋଇଥାଏ।

ଦୁର୍ଗ ଉତ୍ସବ ଅବସରରେ ଗୋଷାଣି ଯାତରେ କାହିଁ କେଉଁ ଅନାଦି କାଳରୁ ବାଲିସାହି ଆଖଡାରୁ ନାଗାର୍ଜୁନ, ହରଚଣ୍ଡୀ ସାହି ଆଖଡାରୁ ନାଗାର୍ଜୁନ, ମାଟିମଣ୍ଡପ ସାହି, ମାଜଣା ଯାଗା ଆଦି ବିଭିନ୍ନ ସାହିର ନାଗାର୍ଜୁନ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଏକତ୍ରିତ ହୋଇଥାନ୍ତି। ଏକାଦଶୀରେ ମହାଦୀପ ପ୍ରଜ୍ୱଳନ ପରେ ବିସର୍ଜନ ପରମ୍ପରା ଅନୁସାରେ ସମ୍ପନ୍ନ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story