Advertisment

ନାଗାସାକି ଦିବସ: ପରମାଣୁ ବୋମା ତିଆରି ନ କରିବାକୁ ପଣ କରିଥିଲା ଜାପାନ

୧୯୪୫ରେ ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ଆକ୍ରମଣ କରିଥିଲା ଆମେରିକା।

ଅଦ୍ୟତନ ହୋଇଛି
Bomb Attack

Bomb Attack

Advertisment

ଜାପାନ ବିରୁଦ୍ଧରେ ଭୟଙ୍କର ପ୍ରତିଶୋଧ ନେଇଥିଲା ଆମେରିକା। ୧୯୪୫ରେ ହିରୋସିମା ଓ ନାଗାସାକିରେ କରିଥିଲା ପରମାଣୁ ବୋମା ଆକ୍ରମଣ। ଏହି ଆକ୍ରମଣରେ ଭାଙ୍ଗି ଯାଇଥିଲା ଜାପାନର ମେରୁଦଣ୍ଡ। ଲକ୍ଷାଧିକ ଲୋକଙ୍କ ଜୀବନ ଯିବା ସହ ଛାରଖାର ହୋଇ ଯାଇଥିଲା ଦୁଇ ସହର। ତେବେ କାହିଁକି ଜାପାନ ଉପରେ ଆମେରିକା ପ୍ରତିଶୋଧ ନେଇଥିଲା, ଜାଣନ୍ତୁ...

Advertisment

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ କ୍ରମାଗତ ଭାବରେ ଆକ୍ରମଣ କରୁଥିଲା। ଜାପାନ ସେତେବେଳେ ମଧ୍ୟ ଏକ ଶକ୍ତିଶାଳୀ ଦେଶ ଭାବରେ ପରିଗଣିତ ହେଉଥିଲା। ଏହି ସମୟରେ ଆମେରିକାର ନାଭାଲ୍‌ ଷ୍ଟେସନ ପର୍ଲ ହାର୍ବର୍‌ ଉପରେ ଜାପାନ ଏୟାର ଷ୍ଟ୍ରାଇକ୍ କରିଥିଲା। ଏଥିରେ ବହୁସଂଖ୍ୟକ ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟିଥିଲା।

ଏହାର ପ୍ରତିଶୋଧ ସ୍ୱରୂପ ଅଗଷ୍ଟ ୬, ୧୯୪୫ରେ ଜାପାନର ହିରୋସିମାରେ ପରମାଣୁ ବୋମା ପକାଇଥିଲା ଆମେରିକା। ଏହାର ଠିକ୍ ତିନି ଦିନ ପରେ ଅର୍ଥାତ୍ ଅଗଷ୍ଟ ୯ରେ ନାଗାସାକିରେ ଆଉ ଏକ ପରମାଣୁ ବୋମା ପକାଇଥିଲା। ଏଥିରେ ଛାରଖାର ହୋଇ ଯାଇଥିଲା ଜାପାନ। 

Advertisment

ଏହି ଦୁଇ ପରମାଣୁ ବୋମାର ନାମ "ଲିଟିଲ୍ ବଏ" ଏବଂ "ଫ୍ୟାଟ୍ ମ୍ୟାନ୍"। ଏହି ଦୁଇ ପରମାଣୁ ବୋମା ଏତେ ଭୟଙ୍କର ଥିଲା ଯେ, ହିରୋସିମାରେ ପ୍ରାୟ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ନାଗାସାକିରେ ଅତି କମରେ ୭୫ ହଜାର ଲୋକଙ୍କ ଜୀବନ ଯାଇଥିଲା।

କେବଳ ଏତିକି ନୁହେଁ, ପରମାଣୁ ବୋମା ପ୍ରକୋପରେ ପରବର୍ତ୍ତୀ ସମୟରେ ହଜାର ହଜାର ଲୋକ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହୋଇ ମୃତ୍ୟୁମୁଖରେ ପଡ଼ିଥିଲେ। ଏହି ଆକ୍ରମଣ ଜାପାନ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥିଲା। ଏହାପରେ ଜାପାନ ସମଗ୍ର ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଥିଲେ।ବର୍ତ୍ତମାନ ହିରୋସିମା 'ଶାନ୍ତି ସହର' ଭାବରେ ପରିଚିତ। ଏଠାରେ ଶାନ୍ତି ପାର୍କ ଏବଂ ଶାନ୍ତି ମେମୋରିଆଲ୍ ସଂଗ୍ରହାଳୟ କରାଯାଇଛି। ଏଥିସହ ଏହାପରେ ଜାପାନ ମଧ୍ୟ କେବେ ହେଲେ ପରମାଣୁ ବୋମା ତିଆରି କରିବ ନାହିଁ ବୋଲି ପଣ କରିଥିଲା। 

Nagasaki Day Second World War America-Japan War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe