Advertisment

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ

ଗତକାଲି ରାତିରେ ବିଭିନ୍ନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି।

author-image
Tapaswini Nayak
Puri

Puri

ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି। ସନ୍ଧ୍ୟା ଆଳତି ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ
ଷଠି ଓ ମାର୍କଣ୍ଡି ପୂଜା ହେବ।

Advertisment

ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାର ଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ। ଦୋଳିରେ ବସିଥିବା ରାମକୃଷ୍ଣ ଓ ମଦନମୋହନଙ୍କୁ
ଓହ୍ଲାଇ ଖଟ ଉପରେ ବିଜେ କରାଇବେ। ଭିତରଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ। ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି।

ସୂଚନାଯୋଗ୍ୟ, ଗତକାଲି ରାତିରେ ବିଭିନ୍ନ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଏଥିପାଇଁ ମନ୍ଦିର ଗୁଡ଼ିକରେ ସ୍ୱତନ୍ତ୍ର ନୀତି କରାଯାଇଥିଲା। ଦେଶର ସବୁ ମନ୍ଦିରରେ ରାତି ସାରା ଲାଗିଥିଲା ଭକ୍ତଙ୍କ ଭିଡ଼। ଭଜନ କିର୍ତ୍ତନ ସାଙ୍ଗକୁ ମନ୍ଦିର ଗୁଡ଼ିରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ। ମଥୁରା ଓ ବୃନ୍ଦାବନରେ କରାଯାଇଥିଲା ସ୍ୱତନ୍ତ୍ର ଆୟୋଜନ। ଲକ୍ଷାଧିକ ଭକ୍ତଙ୍କ ସମାଗମ ଭିତରେ ହୋଇଥିଲା ଶ୍ରୀକୃଷ୍ଣଙ୍କ ଜନ୍ମନୀତି।

Advertisment
Puri Shreemandir Puri