Advertisment

ଜାତୀୟ ଡାକ୍ତର ଦିବସ: କାହିଁକି ଜୁଲାଇ ୧ରେ ପାଳନ ହୁଏ, ଜାଣନ୍ତୁ

ମାନବ ସମାଜ ପାଇଁ ଡାକ୍ତରମାନେ ହେଉଛନ୍ତି ଆଶୀର୍ବାଦ ସ୍ୱରୂପ।

ଅଦ୍ୟତନ ହୋଇଛି
Doctors' Day

Doctors' Day

Advertisment

ଭଗବାନ ଶରୀର ଦେଇ ରୋଗ ଦେଲେ, ଆଉ ରୋଗ ଦେଇ ଡାକ୍ତରଙ୍କ ସୃଷ୍ଟି କଲେ। ମାନବ ସମାଜ ପାଇଁ ଡାକ୍ତରମାନେ ହେଉଛନ୍ତି ଆଶୀର୍ବାଦ ସ୍ୱରୂପ। ଏଥିପାଇଁ ସେମାନଙ୍କୁ ଦ୍ୱିତୀୟ ଭଗବାନର ଆଖ୍ୟା ଦିଆଯାଏ। ଯଦି ଡାକ୍ତର ନଥାନ୍ତେ, ତେବେ ଏ ଶରୀର କେତେ ଯେ ପୀଡା ସହିଥାନ୍ତା, ତାହା ରୋଗଶଯ୍ୟାରେ ଥିବା ଜଣେ ରୋଗୀ ହିଁ କହିପାରିବ। 

Advertisment

ମଣିଷ ଜୀବନକୁ ସୁସ୍ଥ ରଖିବାରେ ଡାକ୍ତରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ତେଣୁ ମାନବ ଜୀବନରେ ଡାକ୍ତରଙ୍କ ଭୂମିକାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନକୁ ଜାତୀୟ ଚିକିତ୍ସକ ଦିବସ ବା ନ୍ୟାସନାଲ୍ ଡକ୍ଟର୍ସ ଡେ'(National Doctors' Day) ରୂପେ ପାଳନ କରାଯାଉଛି। 

ଜାତୀୟ ଚିକିତ୍ସକ ଦିବସ ଇତିହାସ
ପ୍ରସିଦ୍ଧ ଡାକ୍ତର ତଥା ବଙ୍ଗଳାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ନ୍ୟାସନାଲ୍ ଡକ୍ଟର୍ସ ଡେ' ପାଳନ କରାଯାଏ। ଡକ୍ଟର ରାୟ ୧ ଜୁଲାଇ ୧୮୮୨ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧ ଜୁଲାଇ ୧୯୬୨ରେ ୮୦ ବର୍ଷ ବୟସରେ ପ୍ରାଣ ହରାଇଥିଲେ। ତାଙ୍କ ଜନ୍ମଜୟନ୍ତୀ ଓ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏହି ଦିବସ ପାଳନ କରାଯାଏ।

Advertisment

ଚିକିତ୍ସା କ୍ଷେତ୍ରରେ ଡାକ୍ତର ରାୟଙ୍କ ଅବଦାନକୁ ମନେ ପକାଇବା ସହ ଦେଶର ସମସ୍ତ ଡାକ୍ତରଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିବସ ପାଳନ ହୁଏ।ବିଧାନ ରାୟ କେବଳ ଜଣେ ଡାକ୍ତର ନଥିଲେ, ସେ ଜଣେ ରାଜନେତା ମଧ୍ୟ ଥିଲେ। ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଧାନ ଚନ୍ଦ୍ର ରାୟ। ଚିକିତ୍ସା ଓ ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। 

ଜାତୀୟ ଡାକ୍ତର ଦିବସ ଥିମ୍
ପ୍ରତିବର୍ଷ ଏକ ଥିମ୍ ବା ବିଷୟବସ୍ତୁ ଆଧାରରେ ଜାତୀୟ ଡାକ୍ତର ଦିବସ ପାଳନ କରାଯାଏ। ଚଳିତ ବର୍ଷର ବିଷୟବସ୍ତୁ 'ଆରୋଗ୍ୟକାରୀ ହାତ, ଯତ୍ନଶୀଳ ହୃଦୟ'(healing hands caring hearts) ରଖାଯାଇଛି। ଏହି ବିଷୟବସ୍ତୁ ଡାକ୍ତରଙ୍କ ସେବା ଏବଂ ମାନବ ଜୀବନରେ ସେମାନଙ୍କ ଭୂମିକାକୁ ସମ୍ମାନ ଜଣାଏ।

National Doctors' Day Doctors' Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe