Advertisment

ଆଜି କୃଷକ ଦିବସ: କାହିଁକି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜନ୍ମଦିନରେ ହୁଏ ପାଳନ?

ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଡିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ଭାରତ ଏକ କୃଷି ପ୍ରଧାନ ଦେଶ। ଏଠାରେ ଅଧିକାଂଶ ଅଧିବାସୀ ଚାଷ ଉପରେ ନିର୍ଭର କରନ୍ତି। କୃଷକମାନେ କେବଳ ଯେ ସେମାନଙ୍କ ପରିବାର ପ୍ରତିପୋଷଣ ପାଇଁ ଚାଷ କରନ୍ତି ତାହା ନୁହେଁ, ପ୍ରତିଟି ଜୀବଙ୍କୁ ଦାନା ମଧ୍ୟ ଯୋଗାନ୍ତି। ସେଥିପାଇଁ କୃଷକମାନଙ୍କୁ ଅନ୍ନଦାତା ବୋଲି କୁହାଯାଏ। ଏହି ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଡିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ।

Advertisment

କୃଷକ ଦିବସ ଇତିହାସ
୨୦୦୧ ପରଠାରୁ ପ୍ରତିବର୍ଷ ଡିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି। ସ୍ୱାଧୀନତା ପରେ କୃଷି କ୍ଷେତ୍ର ଦେଶର ଅର୍ଥନୀତିକୁ ସୁଦୃଢ କରିପାରିଥିଲା। କୃଷି ମାଧ୍ୟମରେ ଦେଶର ପ୍ରଗତି ହୋଇପାରିବ ବୋଲି ହୃଦବୋଧ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ବିଭିନ୍ନ ପଦକ୍ଷେପ ଆପଣାଇଥିଲେ। ସେ ଦେଶର କୃଷି କ୍ଷେତ୍ରକୁ ସୁଦୃଢ଼ କରିପାରିଥିଲେ। କୃଷି ଓ କୃଷକଙ୍କ ପ୍ରତି ତାଙ୍କ ଅବଦାନକୁ ସ୍ମରଣୀୟ କରିବା ପାଇଁ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଏ। 

କୃଷକଙ୍କ ଅବଦାନ
ଭାରତରେ କୃଷକଙ୍କ ଅବଦାନ ମହନୀୟ ଏବଂ ସ୍ମରଣୀୟ। ଦେଶର ଅର୍ଥନୀତିରେ କୃଷି କ୍ଷେତ୍ରର ସର୍ବାଧିକ ଅବଦାନ ରହିଛି। ଯଦି କୌଣସି ଦେଶରେ କୃଷକ ନଥାନ୍ତି, ତେବେ ସେହି ଦେଶର ନାଗରିକଙ୍କ ଜୀବନ ବିପଦମୁଖୀ ହେବା ସହ ଦେଶର ଅର୍ଥନୀତି ମଧ୍ୟ ଯଥେଷ୍ଟ ହ୍ରାସ ପାଇବା ସ୍ୱାଭାବିକ। କିନ୍ତୁ ଆମ ଦେଶରେ ଏପରି ସଙ୍କଟ ନଆସିବାର ମୁଖ୍ୟ କାରଣ ହେଉଛନ୍ତି କୃଷକମାନେ। କୃଷକଙ୍କ ପାଇଁ ଭାରତ ଆଜି ବିଶ୍ୱରେ ଏକ ଉଦୀୟମାନ କୃଷି ଭିତ୍ତିକ ଅର୍ଥବ୍ୟବସ୍ଥା ହୋଇପାରିଛି ଏବଂ ଆମ ଦେଶରେ ଜନସଂଖ୍ୟାର ୬୦% ଲୋକ କୃଷି କାର୍ଯ୍ୟରେ ନିୟୋଜିତ।

Advertisment

ଭାରତ ସରକାରଙ୍କ କୃଷକ ଯୋଜନା 
କୃଷି ଓ କୃଷକଙ୍କୁ ସହଯୋଗ ଓ ସମର୍ଥନ କରିବା ପାଇଁ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ  ସରକାର ଅନେଗ ଗୁଡିଏ ଯୋଜନା ପ୍ରଣୟନ କରୁଛନ୍ତି। କୃଷକଙ୍କ ହିତ ନିମନ୍ତେ କେନ୍ଦ୍ର ପ୍ରଣୟନ କରିଥିବା ବିଭିନ୍ନ ଯୋଜନା ହେଉଛି... 

କିସାନ୍ କ୍ରେଡିଟ୍ କାର୍ଡ ଯୋଜନା
ବିହନ ଯୋଜନା
କିସାନ୍ ସମ୍ମାନ ନିଧି ଯୋଜନା
ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା
ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା
ପ୍ରଧାନମନ୍ତ୍ରୀ ସୋଲାର ଯୋଜନା ଇତ୍ୟାଦି।

National Farmer's Day Farmer's Day Chaudhary Charan Singh