Advertisment

ହସ୍ତତନ୍ତ ଦିବସ ଓ ସ୍ୱଦେଶୀ ଆନ୍ଦୋଳନ

ଭାରତରେ ହସ୍ତତନ୍ତ ଦିବସ ପାଳନ ଇତିହାସ ସହ କିପରି ଜଡ଼ିତ, ଜାଣନ୍ତୁ...

author-image
Debibandita Barick
ଅଦ୍ୟତନ ହୋଇଛି
Handloom

Handloom

କଳା ଓ ସମୃଦ୍ଧିର ରାଷ୍ଟ୍ର ହେଉଛି ଭାରତ। ଜାତିର ପିତା ମହାତ୍ମା ଗାନ୍ଧି ଭାରତୀୟଙ୍କୁ 'କାଟି ଖାଅ, କୁଟି ପିନ୍ଧ'ର ବାର୍ତ୍ତା ଦେଇଥିଲେ। ବାପୁଜୀଙ୍କ ବାର୍ତ୍ତାରେ ଅନୁପ୍ରାଣିତ ହୋଇ ଭାରତୀୟମାନେ ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଦେଶୀ ବସ୍ତ୍ର ତ୍ୟାଗ କରି ହାତ ତିଆରି ଖଦି ପିନ୍ଧି ବ୍ରିଟିଶ ସରକାରଙ୍କୁ କଡ଼ା ଜବାବ ଦେଇଥିଲେ। ସେବେଠାରୁ ହସ୍ତଶିଳ୍ପର ଗୁରୁତ୍ୱ ରହିଆସିଛି।

Advertisment

ବର୍ତ୍ତମାର ହସ୍ତତନ୍ତ ରୋଜଗାରର ପ୍ରମୁଖ ମାଧ୍ୟମ ପାଲଟିଛି। କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଭାରତର ହସ୍ତତନ୍ତର ଚାହିଦା ବଢୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଅଗଷ୍ଟ ୭କୁ ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେ' ବା ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଏ। ଏହି ଅବସରରେ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଶିଳ୍ପ ଏବଂ ହସ୍ତଶିଳ୍ପୀଙ୍କୁ ପ୍ରୋତ୍ସାହିତ କରାଯାଏ। ଏଥି ସହ ହାତ ତିଆରି ବସ୍ତ୍ର ଏବଂ ଗୃହ ଆସବାବପତ୍ରର ପ୍ରଚାର ପ୍ରଚାର କରାଯାଏ। ତେବେ କେବେଠାରୁ ଏହି ଦିବସ ପାଳନ କରାଯାଉଛି ଏବଂ ଏହା କିପରି ଇତିହାସ ସହ ଜଡ଼ିତ, ଜାଣନ୍ତୁ...

୨୦୧୫ରେ ଭାରତ ସରକାର ପ୍ରଥମେ ଏହି ଦିବସ ପାଳନ କରିବାକୁ ଘୋଷଣା କରିଥିଲେ। ଏହି ଦିନ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ହସ୍ତତନ୍ତ ଦିବସ ପାଳନ କରାଯାଉଛି।

Advertisment

ହସ୍ତତନ୍ତ ଦିବସ ଓ ସ୍ୱଦେଶୀ ଆନ୍ଦୋଳନ
୭ ଅଗଷ୍ଟରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ଇତିହାସ ସହ ଜଡ଼ିତ। ଭାରତର ସ୍ୱାଧୀନତା ସଂଗ୍ରାମରେ ହସ୍ତତନ୍ତର ବିଶେଷ ଗୁରୁତ୍ୱ ରହିଛି। ବିଦେଶୀ ସାମଗ୍ରୀକୁ ବର୍ଜନ କରିବା ପାଇଁ ଅଗଷ୍ଟ ୭, ୧୯୦୫ରେ 'ସ୍ୱଦେଶୀ ଆନ୍ଦୋଳନ' ଆରମ୍ଭ ହୋଇଥିଲା। 

ଏହି ଆନ୍ଦୋଳନ ସମୟରେ ଭାରତର ପ୍ରାୟ ପ୍ରତ୍ୟେକ ଘରେ ଖଦି ବସ୍ତ୍ର ତିଆରି ଆରମ୍ଭ ହୋଇଥିଲା। ବିଦେଶୀ ବସ୍ତ୍ର ତ୍ୟାଗ କରି ସ୍ୱଦେଶୀ ହାତବୁଣା ବସ୍ତ୍ର ପିନ୍ଧିବା ଏକ ଆହ୍ୱାନରେ ପରିଣତ ହୋଇଥିଲା। ଏହି କାରଣରୁ, ଭାରତ ସରକାର ୭ ଅଗଷ୍ଟ ୨୦୧୫ରୁ ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।

Handloom National Handloom Day