Advertisment

ଭୟଙ୍କର ହେଉଛି ପ୍ରଦୂଷଣ, ନିୟନ୍ତ୍ରଣ ପାଇଁ ଆବଶ୍ୟକ ସଚେତନତା

ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ ଆଦି ମାନବର ସାମୂହିକ ସ୍ୱାସ୍ଥ୍ୟକୁ ବିଗାଡ଼ି ଦେଇଛି। ଏହାର ପ୍ରଭାବ କେବଳ ଯେ, ମାନବ ଜାତି ଉପରେ ପଡୁଛି ତାହା ନୁହେଁ, ପରିବେଶଠୁ ଜୀବ-ଜନ୍ତୁ ସମସ୍ତେ ପ୍ରଦୂଷଣର ଶିକାର ହେଉଛନ୍ତି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବର୍ତ୍ତମାନ ସମୟରେ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ଚିନ୍ତାର ବିଷୟ। ବାୟୁ ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ଜଳ ପ୍ରଦୂଷଣ ଆଦି ମାନବର ସାମୂହୀକ ସ୍ୱାସ୍ଥ୍ୟକୁ ବିଗାଡି ଦେଇଛି। ଏହାର ପ୍ରଭାବ କେବଳ ଯେ, ମାନବ ଜାତି ଉପରେ ପଡୁଛି ତାହା ନୁହେଁ, ପରିବେଶଠୁ ଜୀବ-ଜନ୍ତୁ ସମସ୍ତେ ପ୍ରଦୂଷଣର ଶିକାର ହେଉଛନ୍ତି। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଡିସେମ୍ବର ୨ ତାରିଖକୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ କରାଯାଉଛି।

Advertisment

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଇତିହାସ
ପ୍ରଦୂଷଣ ନିୟନ୍ତ୍ରଣ ଦିବସ ୧୯୮୪ରେ ଘଟିଥିବା ଭୋପାଳ ଗ୍ୟାସ ଦୁର୍ଘଟଣା ସହ ଜଡ଼ିତ। ୧୯୮୪ରେ ଭୋପାଳର ଏକ କୀଟନାଶକ ପ୍ଲାଣ୍ଟରୁ ପ୍ରାୟ ୪୫ ଟନ୍ ମିଥାଇଲ୍ ଆଇସୋକିଆନେଟ୍ ଲିକ୍ ହୋଇ ଚାରିଆଡେ ବ୍ୟାପି ଯାଇଥିଲା। ଏହି କାରଣରୁ ହଜାର ହଜାର ଲୋକଙ୍କର ମୃତ୍ୟୁ ଘଟିଥିଲା। ଅନେକ ଲୋକ ବିଭିନ୍ନ ଶାରୀରିକ ଏବଂ ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଗ୍ୟାସ୍ ବାୟୁକୁ ଏପରି ଭାବେ ଦୂଷିତ କରିଦେଇଥିଲା ଯେ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଥିଲା। ଏହି କାରଣରୁ ହଜାର ହଜାର ଲୋକ ଭୋପାଳ ଛାଡ଼ିଥିଲେ। ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ପ୍ରତିବର୍ଷ ଡିସେମ୍ବର ୨କୁ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ରୂପେ ପାଳନ କରାଯାଏ।

ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସର ଗୁରୁତ୍ୱ 
ପ୍ରଦୂଷଣ ସ୍ତର ଏପରି ବୃଦ୍ଧି ପାଇଛି, ସମଗ୍ର ବିଶ୍ୱରେ ଦଶ ଜଣଙ୍କ ମଧ୍ୟରୁ ନଅ ଜଣ ସୁରକ୍ଷିତ ବାୟୁ ପାଇପାରୁ ନାହାଁନ୍ତି। ତେଣୁ ବର୍ତ୍ତମାନ ସମୟରେ ପ୍ରଦୂଷଣ ନିୟନ୍ତ୍ରଣ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ସ୍ୱତନ୍ତ୍ର ଏକ ଦିବସ ପାଳନ କରାଯାଇ ଲୋକଙ୍କୁ ବାୟୁ, ମାଟି, ଶବ୍ଦ ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ସେ ଦିଗରେ ସଚେତନ କରାଯାଏ। ଏହା ସହିତ ଭୋପାଳରେ ଘଟିଥିବା ଦୁଃଖଦ ଗ୍ୟାସ୍ ଟ୍ରାଜେଡି ଯେପରି ପୁନର୍ବାର କେବେ ନ ଘଟେ ସେଥିପ୍ରତି ସତର୍କ ରହିବାକୁ ବାର୍ତ୍ତା ଦିଆଯାଏ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ଅନୁଯାୟୀ, ପ୍ରଦୂଷଣ କାରଣରୁ ପ୍ରତିବର୍ଷ ୭୦ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି। ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟକୁ କିପରି ଭୟଙ୍କର ଭାବେ ପ୍ରଭାବିତ କରୁଛି, ତାହା ଏଥିରୁ ଅନୁମେୟ। ତେଣୁ ସଚେତନ ରହିବା ଫଳରେ ଅନେକାଂଶରେ ପ୍ରଦୂଷଣକୁ ରୋକାଯାଇ ପାରିବ।  

Pollution National Pollution Control Day Pollution Control Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe