Advertisment

ଆରମ୍ଭ ହେଲା ନବରାତ୍ର, ଚଳଚଞ୍ଚଳ ଶକ୍ତିପୀଠ

ଶରତକାଳୀନ ଷୋଡ଼ଶ ପୂଜା ପାଇଁ ଚଳଚଂଚଳ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠ। ହୋମ ଯଜ୍ଞ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ପୀଠ। ମା’ଙ୍କୁ ଦର୍ଶନ କରୁଛନ୍ତି ଶହଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ମା’ ପ୍ରତିଦିନ ବିଭିନ୍ନ

author-image
Hemant Lenka
Banki

Banki

ନବରାତ୍ର ଲାଗି ଉତ୍ସବମୁଖର ହୋଇ ଉଠିଛି ବିଭିନ୍ନ ଶକ୍ତିପୀଠ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା। ଷୋଡ଼ଶ ଉପଚାର ନୀତିକାନ୍ତି ସହ ହେଉଛି ସ୍ୱତନ୍ତ୍ର ପୂଜା। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ଶକ୍ତି ସ୍ୱରୂପିଣୀ ମାଆ।

Advertisment

ଶରତକାଳୀନ ଷୋଡ଼ଶ ପୂଜା ପାଇଁ ଚଳଚଂଚଳ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ପୀଠ। ହୋମ ଯଜ୍ଞ, ମନ୍ତ୍ରପାଠରେ ପ୍ରକମ୍ପିତ ହେଉଛି ପୀଠ। ମା’ଙ୍କୁ ଦର୍ଶନ କରୁଛନ୍ତି ଶହଶହ ଶ୍ରଦ୍ଧାଳୁ ଓ ବ୍ରତଧାରୀ। ମୂଳାଷ୍ଟମୀଠାରୁ ଆରମ୍ଭ ହୋଇଥିବା ଏହି ପୂଜାରେ ମା’ ପ୍ରତିଦିନ ବିଭିନ୍ନ
ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଆଜିଠୁ ମାଆ କଟକ ଚଣ୍ଡୀଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ନବରାତ୍ର ଅବସରରେ ମା’ଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ପାଠ କରାଯାଉଛି।

ମା’ ବିରଜାଙ୍କ କ୍ଷେତ୍ରରେ ବି ଆରମ୍ଭ ହୋଇଛି ନବରାତ୍ର ଦର୍ଶନ। ଏଠାରେ ରହିଛି ନିଆରା ପରମ୍ପରା। ଶାରଦୀୟ ଦୁର୍ଗାପୂଜା ଅବସରରେ ମା’ ସିଂହଧ୍ୱଜ ରଥରେ ଦେବୀ ଦୁର୍ଗତୀ ନାଶିନୀ ଭାବେ ରଥାରୂଢ ହୋଇ ନଅ ଦିନ ବେଢ଼ା ପରିକ୍ରମା କରି ମହିଷାସୁରକୁ ନିଧନ କରିଥାନ୍ତି। ଏହାସହ ନବରାତ୍ର ସମୟରେ ଶ୍ରଦ୍ଧାଳୁଙ୍କୁ ମା’ଙ୍କ ଚରଣ ସ୍ପର୍ଶର ସୁଯୋଗ ଦେଇଥାନ୍ତି, ଯାହାକି ଦୁର୍ଲଭ ବୋଲି କୁହଛନ୍ତି ସେବାୟତ ଦେବୀ ପ୍ରସାଦ ପାଣି।

Advertisment

ରାଜଧାନୀ ଭୁବନେଶ୍ୱରରେ ନବରାତ୍ର ଅବସରରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓଡ଼ିଶା କିନ୍ନର ଆଖଡା ତରଫରୁ କରାଯାଇଥିଲା ସ୍ୱତନ୍ତ୍ର ଆୟୋଜନ। ବିନ୍ଦୁ ସାଗର କୂଳରେ ଏକାଠି ହୋଇ ପୂଜାର୍ଚ୍ଚନା ସହ କିନ୍ନର ମାନେ ମା’ ଦୁର୍ଗାଙ୍କ ଆରାଧନା କରିଛନ୍ତି। ଏହି ଅବସରରେ ବିନ୍ଦୁସାଗର ଠାରୁ ପଲାସପଲ୍ଲୀ ପର୍ଯ୍ୟନ୍ତ କଳସ ଯାତ୍ରା କରାଯାଇଥିଲା।

ତେଣେ ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳଚଂଚଳ ରାଜ୍ୟର ଅନ୍ୟତମ ଶକ୍ତିପୀଠ ବାଙ୍କୀର ଚର୍ଚ୍ଚିକା ପୀଠ। ବାଦ୍ୟ, ଘଣ୍ଟଘଣ୍ଟା ଶଦ୍ଦରେ ଉଛୁଳି ପଡ଼ୁଛି ମା’ ଚର୍ଚ୍ଚିକାଙ୍କ ପୀଠ। ନବରାତ୍ର ପୂଜାର ରୀତିନୀତି ମୁତାବକ, ପାଟବସ୍ତ୍ରରେ ମା’ଙ୍କୁ ସୁନ୍ଦର ଭାବେ ସଜ୍ଜିତ କରାଯିବା ସହ ସୂର୍ଯ୍ୟପୂଜା, ମଙ୍ଗଳ ଆରତୀ, ମାଣ୍ଡୁଅ ଭୋଗ ଆଦି ଲାଗି କରାଯାଏ। ତେବେ ଅନ୍ୟ ଦିନ ଅପେକ୍ଷା ନବରାତ୍ର ପୂଜା ବେଳେ ମା’ଙ୍କ ବେଶ ଓ ପୂଜା
ସଂପୂର୍ଣ୍ଣ ଭିନ୍ନ ହୋଇଥାଏ।

Odisha Navaratri